Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅମିତାଭଙ୍କ ସମ୍ପତ୍ତି ଘୋଷଣା ପରେ, ଐଶ୍ୱର୍ଯ୍ୟାଙ୍କୁ ନେଇ ଏଭଳି କହିଲେ ଅଭିଷେକ

Entertainment

ଅମିତାଭଙ୍କ ସମ୍ପତ୍ତି ଘୋଷଣା ପରେ, ଐଶ୍ୱର୍ଯ୍ୟାଙ୍କୁ ନେଇ ଏଭଳି କହିଲେ ଅଭିଷେକ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅମିତାଭଙ୍କ ସମ୍ପତ୍ତି ଘୋଷଣା ପରେ, ଐଶ୍ୱର୍ଯ୍ୟାଙ୍କୁ ନେଇ ଏଭଳି କହିଲେ ଅଭିଷେକ

ଛିଣ୍ଡୁନି ବିବାଦ, ଥମୁନି ବିଚ୍ଛେଦର ଚର୍ଚ୍ଚା। ଅମିତାଭ ବଚ୍ଚନଙ୍କ ସମ୍ପତ୍ତି ଘୋଷଣା ପରେ ଅଭିଷେକଙ୍କର ଏକ ମନ୍ତବ୍ୟ ଭାଇରାଲ ହେବାରେ ଲାଗିଛି। ଅଭିଷେକ କହିଛନ୍ତି ଯେ, ଯେତେବେଳେ ଐଶର୍ଶ୍ଯ୍ୟାଙ୍କ ଫୋନ ଆସେ ମତେ ଡର ଲାଗେ। ତେବେ ଏଭଳି କାହିଁକି କହିଲେ ଅଭିଷେକ ତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ। କେହି କେହି କହୁଛନ୍ତି କି ବୋଧେ ଐଶ୍ୱ ର୍ଯ୍ୟାଙ୍କୁ ସମ୍ପତ୍ତି ଦେବେ କି ନାହିଁ ଅମିତାଭ ବୋଲି ଡରୁଛନ୍ତି ଅଭିଷେକ? ତ ଆଉ କେହି କେହି କହୁଛନ୍ତି ଯେ ଅମିତାଭଙ୍କ ସମ୍ପତ୍ତି ଘୋଷଣା ଟ୍ୱିଟ ପରେ କଣ ପୁଅ ବୋହୂ ଅଲଗା ହୋଇଯିବେ ?

ନିକଟରେ ଏକ୍ସ ମାଧ୍ୟମରେ ଅମିତାଭ ବଚ୍ଚନ ନଜର ସମ୍ପତ୍ତିରୁ ଟଙ୍କାଟେ ବି ଅଭିଷେକଙ୍କୁ ଦେବେ ନାହିଁ ବୋଲି କହିଥିଲେ। ଆଉ ଏହାପରେ ଉଠିଥିଲା ଭିନ୍ନ ଭିନ୍ନ ପ୍ରଶ୍ନ। ଯାହାର ଉତ୍ତର ମଧ୍ୟ ବିଗ୍‌ ବି ଦେଇଥିଲେ। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଚର୍ଚ୍ଚିତ କପଲଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କର ଫ୍ୟାନ ଫଲୋର୍ସ ଖୁବ ଅଧିକ। ଅଭିଷେକ ବଚ୍ଚନ ନିକଟରେ ଏକ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ, ସେ ସୁଜିତ ସରକାରଙ୍କ “ଆଇ ୱାଣ୍ଟ ଟୁ ଟକ” ରେ ତାଙ୍କର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା (ଜୁରୀ) ପୁରସ୍କାର ଜିତିଥିଲେ। ଫିଲ୍ମରେ, ଅଭିଷେକ ଏକ ଅସାଧ୍ୟ ରୋଗ ସହିତ ଲଢ଼ୁଥିବା ଜଣେ ଭାବପ୍ରବଣ ପିତାଙ୍କ ଭୂମିକାକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲେ। ଯେତେବେଳେ ଅଭିନେତା ତାଙ୍କ ଅଭିନୟ ପାଇଁ ପୁରସ୍କାର ଗ୍ରହଣ କରିବାକୁ ମଞ୍ଚକୁ ଆସିଲେ, ହୋଷ୍ଟ ଅର୍ଜୁନ କପୁର ତାଙ୍କୁ ପଚାରିଲେ, ଆପଣ କେଉଁ ବ୍ୟକ୍ତିଙ୍କୁ ଡରଲାଗେ ଯେତେବେଳେ ସେ କୁହନ୍ତି ମୁଁ କଥା ହେବାକୁ ଚାହୁଁଛି।

ଏହାର ମଜାଦାର ଉତ୍ତର ଦେଇ ଅଭିଷେକ କହିଥିଲେ, “ଯେତେବେଳେ ସ୍ତ୍ରୀ ଐଶର୍ଯ୍ୟା ଫୋନ କରି କୁହନ୍ତି ମୁଁ କଥା ହେବାକୁ ଚାହୁଁଛି, ସେତେବେଳେ ମୁଁ ଟେନଶନ ହୋଇଯାଏ’।ଯଦିଓ ଗତବର୍ଷ ଏହି ଦମ୍ପତିଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଉଠିଥିଲା, କିନ୍ତୁ ଏହି ବର୍ଷ ଦୁଇଜଣ ସାର୍ବଜନୀନ ଭାବରେ ଏକାଠି ଦେଖାଯାଇ ସେମାନଙ୍କ ଅଲଗା ହେବାର ଗୁଜବକୁ ଖଣ୍ଡନ କରିଛନ୍ତି। ସୂଚନାଥାଉ କି, ଅଭିଷେକ-ଐଶର୍ଯ୍ୟା ପରସ୍ପରର ପ୍ରଶଂସା କରିବାକୁ ଏବଂ କୃତଜ୍ଞତା ପ୍ରକାଶ କରିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ, ଗତ କିଛି ବର୍ଷ ଧରି, ସେମାନଙ୍କୁ ଏକାଠି ଦେଖାଯାଇନାହିଁ ଏବଂ ପରସ୍ପର ବିଷୟରେ ଅଧିକ କଥା ହୋଇନାହାନ୍ତି। ଯାହା ଫଳରେ ୧୭ ବର୍ଷର ବିବାହ ପରେ ୨୦୨୪ ରେ ସେମାନଙ୍କ ଅଲଗା ହେବାର ଗୁଜବ ଉଠିଛି। କିନ୍ତୁ ପରେ ସେମାନେ ଦମ୍ପତି ଭାବରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି। ଏବେବି ସମସ୍ତେ ଚାହାନ୍ତି, ଏହି ଯୋଡି ଏକାଠି ରୁହନ୍ତୁ, ସର୍ବଦା ଭଲରେ ରୁହନ୍ତୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-amitabhs-wealth-declaration-abhishek-said-this-about-aishwarya | Argus News