Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆଇପିଏଲର ଲେଡି ସେନସେସନ୍‌ କୁଆଡେ ଗଲେ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଇପିଏଲର ଲେଡି ସେନସେସନ୍‌ କୁଆଡେ ଗଲେ ?

Key Points

କୁଆଡେ ପଳେଇଲେ ପ୍ରୀତି ଜିଣ୍ଟା
ଆଇପିଏଲ୍‌ର ଲେଡି ସେନସେସନ୍‌ 
IPL ପରେ କୁଆଡେ ଯାଆନ୍ତି ପ୍ରୀତି ?
ଚିନ୍ତାରେ ଫ୍ୟାନ୍ସ


ବଲିଉଡ ଅଭିନେତ୍ରୀ ପ୍ରୀତିଜିଣ୍ଟାଙ୍କୁ ନେଇ ଆସିଛି ଚାଞ୍ଚଲ୍ୟକର ବୟାନ। ଯାହା ଶୁଣିବା ପରେ ଫ୍ୟାନ୍ସ ବି ଆଶ୍ଚର୍ଯ୍ୟ। ଏଇ ଏବେ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ଫାଇନାଲ୍ ସରିଛି । ଗୋଟିଏ ପଟେ ବହୁତ ଖୁସି ଆଣିଥିଲା, ଅନ୍ୟପଟେ ନିରାଶା ଏବଂ ଦୁଃଖ। ପ୍ରୀତିଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗସକୁ ପରାସ୍ତ କରି RCB ହାତେଇଥିଲା ଟ୍ରଫି । ଏବେ IPL ଶେଷ ହୋଇଛି । ଆଉ ଏହା ପରେ ହିଁ ପ୍ରୀତିଙ୍କ ପାଇଁ ପ୍ରଶ୍ନ ଉଠୁଛି କି IPL ସରିବା ପରେ ପ୍ରୀତି କୁଆଡେ ଯାହାନ୍ତି।

ବାସ୍ତବରେ ଆଇପିଏଲ୍‌ ପରେ ପ୍ରୀତି ଜିଣ୍ଟା ତାଙ୍କ ଘରକୁ ଫେରିଛନ୍ତି । ଅଭିନେତ୍ରୀ ତାଙ୍କ ସ୍ୱାମୀ ଜିନ୍ ଗୁଡଏନଫ୍‌ଙ୍କ ସହିତ ଲସ୍ ଆଞ୍ଜେଲସ୍‌ରେ ରୁହନ୍ତି । ସେ ୨୦୧୬ ମସିହାରେ ବିବାହ କରିଥିଲେ । ବିବାହ ପରେ ସେ ସେଠାକୁ ସିଫ୍ଟ ହୋଇଯାଇଛନ୍ତି । ଅଭିନେତ୍ରୀ ବେଭର୍ଲି ହିଲ୍ସର ଏକ ବଡ଼ ଘରେ ତାଙ୍କ ପରିବାର ସହିତ ରୁହନ୍ତି। ଯଦିଓ ଅଭିନେତ୍ରୀ ଭାରତ ଆସୁଛନ୍ତି, କିନ୍ତୁ ତାଙ୍କୁ ଆଇପିଏଲ୍ ସମୟରେ ସବୁଠାରୁ ଅଧିକ ଦେଖାଯାଏ।

ଚଳିତ ବର୍ଷର IPL ଯେତିକି ଖୁସି ଆଣିଥିଲା, ତାଠାରୁ ଅଧିକ ଦୁଃଖ ବି ଆଣିଥିଲା। କାହିଁକିନା ଫ୍ୟାନ୍ସ ବିରାଟଙ୍କ ପାଇଁ ଖୁସି ଥିଲେ କିନ୍ତୁ ପ୍ରୀତିଙ୍କ ଶୁଖିଲା ମୁହଁ ଫ୍ୟାନ୍ସଙ୍କୁ ଦେଉଥିଲା କଷ୍ଟ । ପ୍ରୀତିଜିଣ୍ଟା ବହୁତ ଦିନ ଧରି ଅଭିନୟରୁ ଦୂରରେ ଅଛନ୍ତି । କିନ୍ତୁ ସେ ଖୁବଶୀଘ୍ର କମ୍‌ବ୍ୟାକ୍‌ କରୁଛନ୍ତି । ସେ ସନି ଦେଓଲଙ୍କ 'ଲାହୋର 1947'ରେ ଏଣ୍ଟ୍ରି କରିଛନ୍ତି । କିନ୍ତୁ ଚଳିତବର୍ଷ ଫିଲ୍ମଟି ରିଲିଜ୍ ହେବ କି ନାହିଁ, ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ । ଅଭିନେତ୍ରୀଙ୍କୁ ଶେଷଥର ପାଇଁ 'ଭୈୟାଜୀ ସୁପରହିଟ୍'ରେ ଦେଖିବାକୁ ମିଳିଥିଲା । ଯାହା ୨୦୧୮ରେ ହୋଇଥିଲା ରିଲିଜ୍‌ ।

୨୦୨୧ରେ ପ୍ରୀତିଜିଣ୍ଟା ସରୋଗେସି ଜରିଆରେ ଏକ ପୁଅ-ଝିଅର ମାଆ ହୋଇଥିଲେ। ଅଭିନେତ୍ରୀ ପ୍ରାୟତଃ ତାଙ୍କ ପୁଅ ଜୟ ଏବଂ ଝିଅ ଜିୟାଙ୍କ ସହିତ ଫଟୋ ସେୟାର କରନ୍ତି । ଆଇପିଏଲ୍ ସରିବା ମାତ୍ରେ, ସେ ପରିବାର ସହିତ ରହିବା ପାଇଁ ଲସ୍ ଆଞ୍ଜେଲସ୍ ଯାଆନ୍ତି । ବାସ୍ତବରେ ପ୍ରୀତି ଜିଣ୍ଟା ବହୁତ ଦିନ ଧରି ଅଭିନୟରୁ ବିରତି ନେଇଛନ୍ତି । କିନ୍ତୁ ସେ ଖୁବ୍ ଶୀଘ୍ର ଫେରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-ipl-2025-preity-zinta-will-travel-13000-kms-away-from-india-to-los-angeles-in-the-united-states | Argus News