ସୈୟାରା ପରେ ବଲିଉଡ ଆଣୁଛି ୧୦ଟି ରୋମାଣ୍ଟିକ ଫିଲ୍ମ , ଜାଣନ୍ତୁ କିଏ କରୁଛନ୍ତି ଅଭିନୟ....

Key Points
ସୈୟାରା ପରେ ଆସୁଛି ଏହି ରୋମାଣ୍ଟିକ ଫିଲ୍ମ
ବଲିଉଡ ଆଣୁଛି ୧୦ଟି ରୋମାଣ୍ଟିକ ଫିଲ୍ମ
ସୈୟାରା ଥିଲା ଟ୍ରେଲର, ପିକ୍ଚର ଅଭି ବାକି ହୈ..
ସବୁରି ମୁହଁରେ ସୈୟାରା । ବକ୍ସ ଅଫିସରେ କମାଲ କରୁଛି ସୈୟାରା। ଖାଲି କମାଲ ନୁହେଁ, ନୂତନ ଯୁବପିଢୀ ବା ଜେନ୍ ଜି ଏହି ଫିଲ୍ମକୁ ନେଇ ବେଶ ଇମୋସନାଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । କିଏ ଫିଲ୍ମ ଦେଖି ଫିଲ୍ମ ହଲରେ କାନ୍ଦି କାନ୍ଦି ବେହୋସ ହେଉଛନ୍ତି, ତ କିଏ ସାଲାଇନ ଲାଗିଥିବା ଅବସ୍ଥାରେ ମଧ୍ୟ ଫିଲ୍ମ ଦେଖିବାକୁ ଆସୁଛନ୍ତି । ରୋମାଣ୍ଟିକ ଫିଲ୍ମ ଭାବେ କପଲ ମାନଙ୍କ ପାଇଁ ଫିଲ୍ମଟି ଖୁବ ମାର୍କେଟ ନେଉଥିବା ଚର୍ଚ୍ଚା ହେଉଛି । ଲଗାତାର ରିଲିଜ ହେଉଥିବା ଆକ୍ସନ, ସସପେନ୍ସ, ଥ୍ରୀଲର ମୁଭି ଭିତରେ ଏହି ମୁଭି ଏକ ରୋମାନ୍ସର ତଡକା ଲଗାଇଛି, ଯାହାକୁ ଦେଖିଲା ପରେ ଦର୍ଶକ କହୁଛନ୍ତି, ଅନେକ ଦିନ ଏମିତି ଏକ ରୋମାଣ୍ଟିକ ମୁଭିର ଅପେକ୍ଷା ଥିଲା । ସୈୟାରା ରେ ଏକ ସଫଳ ପ୍ରେମ କାହାଣୀକୁ ଦର୍ଶାଯାଇଛି । ଏମିତି ଏକ ଲଭ ଷ୍ଟୋରୀ ୱିଥ୍ ହାପି ଏଣ୍ଡିଂକୁ ସମସ୍ତ ଦର୍ଶକ ବେଶ ପସନ୍ଦ କରିଥାନ୍ତି । ତେବେ ଯଦି ଆପଣ ଏହି ସୈୟାରା ମୁଭି ଦେଖି ସାରିଛନ୍ତି, ଏବଂ ଯଦି ଆପଣଙ୍କୁ ଏହିଭଳି ଆହୁରି ଲଭଷ୍ଟୋରୀ ଦେଖିବାର ଇଚ୍ଛା ଅଛି, ତେବେ ଆଫଣଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ବଲିଉଡ ଏହିପରି ୧୦ ଲଭଷ୍ଟୋରୀ ମୁଭି ରିଲିଜ କରିବାକୁ ଯାଉଛି । ଯାହା ଲଭଷ୍ଟୋରୀ ଦେଖୁଥିବା ଦର୍ଶକଙ୍କୁ ବେଶ ପସନ୍ଦ ଆସିବ । ଆସନ୍ତୁ ଜାଣିବା ଆଗକୁ ଆସୁଛି, କେଉଁ ରୋମାଣ୍ଟିକ ମୁଭି...
ଧଡକ ୨
ରୂପେଲି ପରଦାରେ ସିଦ୍ଧାର୍ଥ ଚତୁର୍ବେଦି ଏବଂ ତୃପ୍ତି ଡିମରୀଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିବ । ଫିଲ୍ମରେ ନିଲେଶ ଏବଂ ବିଦିଶାଙ୍କ ପ୍ରେମ କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ । ଶାଜିଶା ଇକବାଲ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଅଗଷ୍ଟ ୧ରେ ଫିଲ୍ମ ରିଲିଜ ହେବାକୁ ଯାଉଛି ।
ପରମ ସୁନ୍ଦରୀ
ଜାହ୍ନବୀ କପ୍ପୁର ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପରମ ସୁନ୍ଦରୀ ମୁଭି ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । ଅନ୍ତଃସାଂସ୍କୃତିକ ଉପରେ ଧାରିତ ଏହି ରୋମାଣ୍ଟିକ ମୁଭି ୨୫ ଜୁଲାଇ ୨୦୨୫ରେ ରିଲିଜ ହେବାରେ ଥିଲା । କିନ୍ତୁ ଏବେ ଅଗଷ୍ଟ କିମ୍ବା ସେପ୍ଟେମ୍ବର ରିଲିଜ ହେବାନେଇ ସୂଚନା ମିଳିଛି । ନିର୍ଦ୍ଦେଶକ କିଛିଦିନ ତଳେ ଏହି ମୁଭିର ପ୍ରଥମ ପୋଷ୍ଟର ରିଲିଜ କରିଥିଲେ, ଯେଉଁଥିରେ ଦର୍ଶକଙ୍କର ଢେର ଭଲପାଇବା ମିଳିଥିଲା ।
ସନୀ ସଂସ୍କାରୀ କୀ ତୁଳସୀ କୁମାରୀ
ଜାହ୍ନବୀ କପ୍ପୁରଙ୍କର ଆଉ ଏକ ରୋମାଣ୍ଟିକ କମେଡି ମୁଭି "ସନୀ ସଂସ୍କାରୀ କୀ ତୁଳସୀ କୁମାରୀ" ୨ ଅକ୍ଟୋବର ୨୦୨୫ରେ ରିଲିଜ ହେବାକୁ ଯାଉଛି । ତେବେ ବର୍ତ୍ତମାନ ଫିଲ୍ମ ବିଷୟରେ ବିଶେଷ ତଥ୍ୟ ମିଳିପାରି ନାହିଁ । କିନ୍ତୁ ଫିଲ୍ମଟି ହମ୍ପଟି ଶର୍ମାକି ଦୁଲ୍ହନିଆଁ , ବଦ୍ରିନାଥ କି ଦୁଲ୍ହନିଆ ଭଳି ହୋଇଥିବା କୁହାଯାଉଛି ।
ଦେ ଦେ ପ୍ୟାର ଦେ ୨
ଅଜୟ ଦେବଗନ ଏବଂ ରାକୁଲ ପ୍ରୀତ ସିଂହଙ୍କ ଫିଲ୍ମ 'ଦେ ଦେ ଫ୍ୟାର ଦେ ୨' ସହ ପୁଣି ଫେରୁଛନ୍ତି । ଏହି ରୋମାଣ୍ଟିକ ମୁଭିରେ ଆର ମାଧବାନ ବି ଅଛନ୍ତି । ଏହି ଫିଲ୍ମ ୨୦୨୫ ଶେଷଆଡେ ରିଲିଜ ହେବାର ସମ୍ଭାବନା ରହିଛି ।
କାର୍ତ୍ତିକ ଏବଂ ଶ୍ରୀଲୀଳାଙ୍କ ଅନଟାଇଟେଲ୍ଡ ଫିଲ୍ମ
କାର୍ତ୍ତିକ ଆରିୟନ ଏବଂ ଶ୍ରୀଲୀଳାଙ୍କର ଏକ ରୋମାଣ୍ଟିକ ଫିଲ୍ମ ଆଶୁଛି, ଯାହାକୁ ଆଶିକ ୩ ବୋଲି କୁହାଯାଉଛି । ସୈୟାରା ଭଳି ଏହି ମୁଭି ଟି ହୋଇଥିବା କୁହାଯାଉଛି । ଫିଲ୍ମକୁ ଦିୱାଲୀରେ ରିଲିଜ କରାଯିବା ନେଇ ଚର୍ଚ୍ଚା ହେଉଛି । ଅନୁରାଗ ବାସୁଙ୍କ ନିର୍ଦେଶିତ ଏହି ଫିଲ୍ମର ଟାଇଟେଲ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।
ତେରେ ଇସ୍କ ମେଁ
ଆନନ୍ଦ ଏଲ ରାୟଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଲଭ ଷ୍ଟୋରୀ ବର୍ଷର ଶେଷ ଭାଗରେ ରିଲିଜ ହେବାନେଇ କୁହାଯାଉଛି । ଧନୁଷ ଏବଂ କ୍ରିତୀ ସାନଙ୍କ କେମେଷ୍ଟ୍ରୀ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ରାଞ୍ଝଣା ଫିଲ୍ମର ଦ୍ଵିତୀୟ ଭାଗ ବୋଲି କୁହାଯାଉଛି । ଫିଲ୍ମର ପ୍ରଥମ ଲୁକ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଯାହାକୁ ଦର୍ଶକ ଢେର ଭଲପାଇବା ଦେଇଛନ୍ତି ।
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ...