Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆଉ ଫିଲ୍ମ କରିବେ ନାହିଁ ରଶ୍ମିକା...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଉ ଫିଲ୍ମ କରିବେ ନାହିଁ ରଶ୍ମିକା...

ଅର୍ଗସ ବ୍ୟୁରୋ:  ଅଭିନୟ ଜଗତକୁ ବାଏ ବାଏ କରିବେ ରଶ୍ମିକା ମାନ୍ଦାନା । ଆଉ ଅଭିନୟ କରିବାକୁ ଇଚ୍ଛା ନାହିଁ ବୋଲି କହିଛନ୍ତି ରଶ୍ମିକା। ହେଲେ ଏମିତି କାହିଁକି କହିଲେ ରଶ୍ମିକା। ଯାହାକୁ ନେଇ ଚର୍ଚ୍ଚା ଜୋର। ‘ପୁଷ୍ପା ୨’ର ସଫଳତା ପରେ ରଶ୍ମିକା ଏବେ ‘ଛାଓ୍ବା’ ଯୋଗେ ବଡ଼ ପରଦାକୁ ଫେରୁଛନ୍ତି। କହିବାକୁ ଚାହିଁବୁ ଫିଲ୍ମ ‘ଛାଓ୍ବା’ ଫେବୃଆରୀ ୧୪,୨୦୨୫ରେ ରିଲିଜ ହେବ। ଛାଓ୍ବା’ରେ ରଶ୍ମିକା ମହାରାଣୀ ଯେସୁବାଇ ଭୂମିକାରେ ନଜର ଆସିବେ।


ଏହି ଚରିତ୍ର ଲାଗି ସେ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ସମ୍ମାନର ବିଷୟ। ଦକ୍ଷିଣ ଭାରତରୁ ଆସିଥିବା ଜଣେ ଝିଅ ପାଇଁ ମହାରାଣୀଙ୍କ ଚରିତ୍ରରେ ଅଭିନୟ କରିବା ସ୍ବତନ୍ତ୍ର ହୋଇ ରହିବ। ଏହା ମୋ’ ଜୀବନର ବଡ଼ ଆଶା ଯାହାକି ପୂରଣ ହୋଇଗଲା। ଏଣୁ ଲକ୍ଷ୍ମଣ ସାର୍‌ଙ୍କୁ କହିବାକୁ ଚାହିଁବି ଯେ ଏହା ପରେ ମୁଁ ଅବସର ନେଇ ଖୁସି ହେବି। ମୁଁ ସହଜରେ କାନ୍ଦିବା ଝିଅ ନୁହେଁ, ହେଲେ ଏହାର ଟ୍ରେଲର ମୋତେ କନ୍ଦାଇ ଦେଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିକ୍କି କୌଶଲ ଭଗବାନଙ୍କ ଭଳି ଲାଗୁଛନ୍ତି, ସେ ଛାଓ୍ବା ବୋଲି ରଶ୍ମିକା କହିଛନ୍ତି। ବୁଧବାର ଫିଲ୍ମର ଟ୍ରେଲର ଲଞ୍ଚ ହୋଇଛି। ଏହାକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଏହାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ହସ ଥଟ୍ଟା କରୁଥିବା ବେଳେ ସେ ଏହି ଫିଲ୍ମ ପରେ ଅବସର ନେବାକୁ ପ୍ରସ୍ତୁତ ବୋଲି କହିଥିଲେ। ଆଉ ଅଭିନୟ କରିବାକୁ ଇଚ୍ଛା ନାହିଁ। ଅବସର ନେବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ ଥିବା ବେଳେ ସେ ଏଭଳି ବୟାନକୁ ନେଇ ଖବର ଶିରୋନାମା ପାଲଟିଛନ୍ତି।

Sponsored
‘After this.. will happily retire from acting’: Rashmika’s big statement! | Argus News