Videos
|
Entertainment

ପ୍ରେମରେ ପଡ଼ିଛନ୍ତି 'ସାୟାରା' ଅଭିନେତା, ଫ୍ୟାନ୍ସ କହିଛନ୍ତି...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରେମରେ ପଡ଼ିଛନ୍ତି 'ସାୟାରା' ଅଭିନେତା, ଫ୍ୟାନ୍ସ କହିଛନ୍ତି...

Key Points

ପ୍ରେମରେ ପଡ଼ିଛନ୍ତି ଅଭିନେତା ଆହାନ

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆହାନ!

ଭାଇରାଲ ହେଉଛି I Love You ପୋଷ୍ଟ

ଖୁବ ଚର୍ଚ୍ଚାରେ ରହିଛି ନୂଆ କରି ରିଲିଜ ହୋଇଥିବା ଫିଲ୍ମ ‘ସାୟାରା'। ମୋହିତ ସୁରିଙ୍କ ନିର୍ଦ୍ଦେଶିତ ‘ସାୟାରା’ ବକ୍ସ ଅଫିସରେ ଧମାକା କରୁଛି। ଏହି ଫିଲ୍ମକୁ ଦର୍ଶକ ଖୁବ ଭଲ ପାଇବା ଦେଉଛନ୍ତି। ଫିଲ୍ମରେ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି। ସାୟାରାକୁ ନେଇ ସବୁଠି ଆଲୋଚନା ହେଉଛି। ଫିଲ୍ମଟି ସକାରାତ୍ମକ ସମୀକ୍ଷା ପାଇଛି। ନ୍ୟୁ ଜେନେରେସନ ଏହି ଫିଲ୍ମଟିକୁ ଖୁବ ପ୍ରଶଂସା କରୁଛନ୍ତି। ଏହାସହ ଦୁହିଁଙ୍କ ଅଭିନୟକୁ ବି ଭଲ ପାଇବା ଦେଉଛନ୍ତି। ଏହି ସମୟରେ, ଆହାନ ପାଣ୍ଡେଙ୍କ ପ୍ରେମ ଜୀବନ ବିଷୟରେ ଖବର ଆସିବା ଆରମ୍ଭ ହୋଇଛି। ନିକଟରେ ଶ୍ରୁତି ଚୌହାନ ସାୟାରାକୁ ପ୍ରଶଂସା କରିଛନ୍ତି।


ତାଙ୍କର ଏହି ପୋଷ୍ଟ ପରେ, ଆହାନ ଏବଂ ଶ୍ରୁତିଙ୍କ ସମ୍ପର୍କର ଖବର ବ୍ୟାପିଛି। ପ୍ରକୃତରେ, ଶ୍ରୁତି ପୋଷ୍ଟରେ ଆହାନଙ୍କୁ ଆଇ ଲଭ ୟୁ ଲେଖିଥିଲେ। ଶ୍ରୁତି ଚୌହାନ ଫିଲ୍ମ ସାୟାରା ସମୀକ୍ଷା କରିଛନ୍ତି। ସେ ଲେଖିଛନ୍ତି, ’ପୁଣି ଥରେ ମୋହିତ ସୁରିଙ୍କ ଯାଦୁ ସିନେମାରେ ବ୍ୟାପିଛି ଏବଂ ମୁଁ ଏଥିରୁ ବାହାରି ପାରୁନାହିଁ। ଅନୀତ ପଡ୍ଡା ତୁମେ ଚମତ୍କାର ଅଭିନୟ କରିଛ । ଶାନୁ ଶର୍ମା ତୁମର କଠିନ ପରିଶ୍ରମ ଏବଂ ବିଶ୍ୱାସ। ସମଗ୍ର ଦଳକୁ ଅଭିନନ୍ଦନ।’ଶ୍ରୁତିଙ୍କ ଏହି ଲେଖି ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ଭଲ କଲେକ୍ସନ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

ahaan-pandays-cousin-ananya-panday-and-rumoured-gf-shruti-review-saiyaara-you-are-magic-i-love-you | Argus News