Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିମାନ ଦୁର୍ଘଟଣା: ଫିଲ୍ମ ନିର୍ମାତା ନିଖୋଜ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିମାନ ଦୁର୍ଘଟଣା: ଫିଲ୍ମ ନିର୍ମାତା ନିଖୋଜ

Key Points

ଅହମ୍ମଦାବାଦ ବିମାନ ଦୁର୍ଘଟଣା
ଦୁର୍ଘଟଣାରେ ଫିଲ୍ମ ନିର୍ମାତା ନିଖୋଜ
ଦୁର୍ଘଟଣାସ୍ଥଳରେ ଶେଷ ଲୋକେସନ୍‌ ଟ୍ରାକ୍


ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା । ଏହି ବିମାନ ଦୁର୍ଘଟଣାରେ ୨୪୧ ଜଣ ପ୍ରାଣ ହରାଇଥିଲେ ଏବଂ କେବଳ ଏଥିରେ ଜଣେ ବଞ୍ଚି ଯାଇଥିଲେ । ଏଖବର ସାରା ଦେଶକୁ ଦୋହଲାଇ ଦେଇଛି । ଚଳଚ୍ଚିତ୍ର ନିର୍ମାତା ମହେଶ କାଲୱାଡିଆ ଦୁର୍ଘଟଣା ଦିନ ଠାରୁ ନିଖୋଜ ଅଛନ୍ତି ଏବଂ ତାଙ୍କର ଶେଷ ମୋବାଇଲ୍ ଲୋକେସନ୍ ଦୁର୍ଘଟଣାସ୍ଥଳ ନିକଟରୁ ମିଳିଛି । ପତ୍ନୀ କହିଛନ୍ତି ଯେ ଦୁର୍ଘଟଣା ସ୍ଥାନରୁ ପ୍ରାୟ ୭୦୦ ମିଟର ଦୂରରେ ତାଙ୍କ ମୋବାଇଲ୍ ଫୋନ୍‌ର ଶେଷ ଲୋକେସନ୍ ପୋଲିସ ଖୋଜି ପାଇଥିଲା । ଯେତେବେଳେ ମହେଶଙ୍କ କୌଣସି ଖବର ନ ଥିଲା, ପରିବାର ପୋଲିସକୁ ଖବର ଦେଇଥିଲେ ।


ତାଙ୍କର ସ୍କୁଟର ଏବଂ ଫୋନ୍ ମଧ୍ୟ ନିଖୋଜ ଅଛି, ଯାହା ସନ୍ଦେହକୁ ଆହୁରି ବଢାଇ ଦେଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ପୀଡିତଙ୍କ ମଧ୍ୟରେ ତାଙ୍କୁ ଚିହ୍ନଟ କରିବା ଆଶାରେ କର୍ତ୍ତୃପକ୍ଷଙ୍କୁ ଡିଏନଏ ନମୁନା ଦାଖଲ କରିଛନ୍ତି। ମୃତକମାନଙ୍କୁ ଏବେ ଡିଏନଏ ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଉଛି । ତଥାପି ମହେଶ କାଲୱାଡିଆଙ୍କ ପତ୍ତା ମିଳିପାରୁନି। ମହେଶ କାଲୱାଡିଆଙ୍କ ପରିବାର ଚିନ୍ତାରେ ଅଛନ୍ତି । ତାଙ୍କ ପତ୍ନୀ କହିଛନ୍ତି ଯେ ଦୁର୍ଘଟଣା ଦିନ ମହେଶ ତାଙ୍କୁ ଅପରାହ୍ନ ୧.୧୪ ରେ ଫୋନ୍ କରି ଘରକୁ ଫେରିବାକୁ କହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ଏହା ପରେ ତାଙ୍କ ମୋବାଇଲ୍ ବନ୍ଦ ହୋଇଯାଇଥିଲା ଏବଂ ସେ ଘରେ ପହଞ୍ଚି ନଥିଲେ । ପରିବାର ଚିନ୍ତିତ ହୋଇ ପୋଲିସକୁ ଯୋଗାଯୋଗ କରିଥିଲେ, ମୋବାଇଲ୍‌ର ଶେଷ ଲୋକେସନ୍ ସେମାନଙ୍କୁ ଚକିତ କରିଥିଲା । ମୋବାଇଲ୍ ଟ୍ରାକିଂରୁ ଯେଉଁ ସ୍ଥାନ ବାହାରିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଦୁର୍ଘଟଣାସ୍ଥଳରୁ ମାତ୍ର 700 ମିଟର ଦୂରରେ ମହେଶଙ୍କ ଶେଷ ସ୍ଥାନ ମିଳିଥିଲା । ଏବେବି ଚାଲିଛି ଖୋଜାଖୋଜି ସହ ତଦନ୍ତ।

Sponsored
ahmedabad-filmmaker-missing-feared-dead-in-plane-crash-was-neither-onboard-nor-in-hostel | Argus News