Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଛାଡପତ୍ର ଚର୍ଚ୍ଚା ଭିତରେ ଭାଇରାଲ ହେଲା ଐଶ୍ବର୍ଯ୍ୟା-ଅଭିଷେକଙ୍କ ଏକାଠି ଡ୍ୟାନ୍ସ

Ritu Das
Browse all articles by Ritu Das
·1 year ago·1 min read
ଛାଡପତ୍ର ଚର୍ଚ୍ଚା ଭିତରେ ଭାଇରାଲ ହେଲା ଐଶ୍ବର୍ଯ୍ୟା-ଅଭିଷେକଙ୍କ ଏକାଠି ଡ୍ୟାନ୍ସ

ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କର ଛାଡ଼ପତ୍ର ହେବ ବୋଲି କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି କଥାକୁ ନେଇ ଉଭୟ ଅଭିଷକ ଏବଂ ଐଶ୍ବର୍ଯ୍ୟା କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ପୁଣେରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ତାଙ୍କ ଝିଅ ଆରାଧ୍ୟାଙ୍କ ସହିତ ନାଚୁଥିବା ବେଳର ଏକ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଐଶ୍ୱର୍ଯ୍ୟାଙ୍କ ସମ୍ପର୍କୀୟ ଭାଇଙ୍କ ବିବାହରେ ଯୋଗ ଦେଇ ବାପାମାଆ ଓ ଝିଅ ‘କଜ୍‌ରାରେ..’’ ଗୀତରୁ ନୃତ୍ୟ ପରିବଷେଣ କରୁଥିବାର ଦେଖିବାକୁ ମିଳିଛି। ଉତ୍ସବର ଅନେକ ଫଟୋ ମଧ୍ୟରେ ଏହି ଦମ୍ପତିଙ୍କ ଲୋକପ୍ରିୟ ଗୀତ "କଜରା ରେ" ଗୀତରେ ନାଚିବାର ଏକ ଭିଡିଓ ଭାଇରାଲ ହୋଇଛି।


ଏହା ପ୍ରଶଂସକମାନଙ୍କ ପାଇଁ ଏକ ଉପହାର ସ୍ୱରୂପ। ଭାଇରାଲ କ୍ଲିପରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ସେମାନଙ୍କ ଆଇକନିକ ଗୀତରେ ନାଚୁଥିବାର ଦେଖାଯାଇଛି। ଯେଉଁଥିରେ ଝିଅ ଆରାଧ୍ୟା ତାଙ୍କ ମାଆଙ୍କଠାରୁ ଷ୍ଟେପ୍ ଶିଖିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ କେମେଷ୍ଟ୍ରି ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ, ଐଶ୍ୱର୍ଯ୍ୟା ହଳଦିଆ ସୁଟ୍ ପିନ୍ଧି ରାଜକୀୟ ଦେଖାଯାଉଥିଲେ। ଅଭିଷେକ ଗୋଲାପୀ କୁର୍ତ୍ତା ଏବଂ ଧଳା ପାଇଜାମା ପିନ୍ଧି ଚମତ୍କାର ଦିଶୁଥିଲେ। ଅନ୍ୟପକ୍ଷରେ ଆରାଧ୍ୟା ଧଳା ଲେହେଙ୍ଗା ପିନ୍ଧିଥିଲେ। ଉଲ୍ଲେଖଯୋଗ୍ୟ, ବଣ୍ଟି ଔର ବବଲି (୨୦୦୫) ର କଜରା ରେ ଅଭିଷେକ, ଐଶ୍ୱର୍ଯ୍ୟା ଏବଂ ଅମିତାଭ ବଚ୍ଚନଙ୍କ ଉପରେ ଚିତ୍ରିତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aishwarya-abhisheks-dance-together-goes-viral-divorce-talks | Argus News