Aishwarya Rai Bachchan / ଐଶ୍ଵର୍ଯ୍ୟାଙ୍କୁ ଏମିତି କହିଲେ ମେକଅପ୍ ଆର୍ଟିଷ୍ଟ , ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Key Points
ମୁଁ ବିବାହ କରିପାରିଲି କେବଳ ତୁମପାଇଁ
ମୋ ସ୍ଵାମୀ ମତେ ପସନ୍ଦ କଲେ କେବଳ ତୁମପାଇଁ
ଏବେ ଆମର ଗୋଟେ ଛୋଟ ଝିଅ ବି ଅଛି
ସୋସିଆଲ ମିଡିଆ ଇନଫ୍ଲ୍ୟୁନ୍ସର ତଥା ମେକଅପ୍ ଆର୍ଟିଷ୍ଟ ଆଦିତ୍ୟ ମଦିରାଜୁ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ବଲିଉଡ କୁଇନ ଐଶ୍ଙ୍କ ସହ ତାଙ୍କର ଏକ ସୁନ୍ଦର ମୁହୂର୍ତ୍ତର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ବର୍ତ୍ତମାନ ପ୍ୟାରିସ ଫ୍ୟାଶନ ୱିକ୍ରେ ଐଶ୍ଵର୍ଯ୍ୟାଙ୍କ ଝଲକ ଦେଖିବାକୁ ମିଳୁଛି । ଅନେକ ସମୟରେ ଫ୍ୟାନମାନଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଐଶ୍ଵର୍ଯ୍ୟା । କେବଳ ନିଜର ଷ୍ଟନିଂ ଲୁକ୍ ପାଇଁ ନୁହେଁ, ବରଂ ତାଙ୍କର ସେହି ସେଟ୍ରେ ମଜାମସ୍ତି, ତାଙ୍କର ସୁନ୍ଦର ବ୍ୟବହାର ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କର ସୁନ୍ଦର ସୁନ୍ଦର ଡ୍ରେସ ଡିଜାଇନ ସହ, ବ୍ୟାକ୍ଷ୍ଟେଜରେ ତାଙ୍କର ପ୍ରତିଟି ଛୋଟ ଛୋଟ ସୁନ୍ଦର ଭିଡିଓ ଯାହା ସୋସିଆଲ ମିଡିଆରେ ଘୂରିବୁଲୁଛି ।
ଏବେ ଆଉ ଏକ ଭିଡିଓ ଯାହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଯେଉଁ ଭିଡିଓରେ ସୋସିଆଲ ମିଡିଆ ଇନଫ୍ଲ୍ୟୁନ୍ସର ତଥା ମେକଅପ୍ ଆର୍ଟିଷ୍ଟ ଆଦିତ୍ୟ ମଦିରାଜୁଙ୍କ ସହ ନଜର ଆସିଛନ୍ତି ଐଶ୍ । ଐଶ୍ଙ୍କୁ ଭେଟିବା ପରେ ସେ ନିଜର କିଛି ବ୍ୟକ୍ତିଗତ କଥା କହିଛନ୍ତି, ଯାହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ।
ଅଧିକ ପଢନ୍ତୁ : Billionaire Club / ଭାରତର ଧନୀ ନମ୍ବର ୧ ମୁକେଶ ଅମ୍ବାନୀ, ଶାହରୁଖଙ୍କ ନୂଆ ରେକର୍ଡ
📱 Get Argus News App
✨ଆଦିତ୍ୟ କହିଛନ୍ତି, " ମୁଁ ଏବଂ ମୋର ସ୍ଵାମୀ ଏକାଠି ହୋଇ ପାରିଛୁ କେବଳ ଆପଣଙ୍କ ପାଇଁ । ଯାହାକୁ ନେଇ ଐଶ୍ଵର୍ଯ୍ୟ ଆଶ୍ଚର୍ଯ୍ୟ ହେବାବେଳେ ସେ କହିଛନ୍ତି, " ଯେତେବେଳେ ମୋ ସ୍ଵାମୀ ଏବଂ ମୁଁ ପ୍ରଥମେ ଡେଟ୍ରେ ଯାଇଥିଲୁ, ସେତେବେଳେ ଆମେ ୨ ଘଣ୍ଟା ସମୟ ବିତାଇଥିଲୁ । ଆଉ ସେତେବେଳେ ମୋ ସ୍ଵାମୀ କହିଥିଲେ, ତୁମେ ଐଶ୍ଵର୍ଯ୍ୟଙ୍କୁ ପସନ୍ଦ କର ବୋଲି ମୁଁ ତୁମକୁ ବିବାହ କରିବାକୁ ଇଚ୍ଛା କରୁଛି । ତାଙ୍କ ନାଁ ହେଉଛି ଅମିତ । ଆଉ ଆମ ଝିଅର ନାଁ ହେଉଛି । ତାକୁ ଅଢେଇ ବର୍ଷ । ହିବ୍ରୁ ଭାଷାରେ ୟାନାର ଅର୍ଥ ହେଉଛି ଈଶ୍ୱର ଦୟାଳୁ" । ଆହୁରି ମଧ୍ୟ ଆଦିତ୍ୟ କହିଥିଲେ, ତୁମକୁ ବ୍ୟକ୍ତିଗତ ଭାବରେ ଦେଖିବା ଏକ ସ୍ୱପ୍ନ ଥିଲା, ଏବଂ ତୁମେ ଆହୁରି ସୁନ୍ଦର ଦେଖାଯାଉଛ।
ଐଶ୍ ମଧ୍ୟ ଆଦିତ୍ୟଙ୍କୁ ଖୁସିରେ ହଗ୍ କରିଥିଲେ, ଆଉ ତାଙ୍କ ଝିଅକୁ ଆଶୀର୍ବାଦ ଦେବାସହ ତାଙ୍କୁ ଏବଂ ତାଙ୍କ ସ୍ଵାମୀକୁ ବହୁତ ବହୁତ ଭଲପାଇବା ବୋଲି କହିଥିଲେ ।
ତେବେ ପ୍ୟାରିସ ଫ୍ୟାଶନ ୱିକ୍ରେ ମନିଷ ମାଲହୋତ୍ରାଙ୍କ ସୁନ୍ଦର ଶେରୱାନୀ ଲୁକ୍ରେ ଚମକୁଥିଲେ ଐଶ୍ । ମନିଷ କହିଥିଲେ, ଏହି ପୋଷାକର ଡିଜାଇନ ଐତିହ୍ୟ କାମରେ ଆଧୁନିକତାର ସ୍ପର୍ଶ ଦିଆଯାଇଛି । ଯାହାର ସମ୍ପୁର୍ଣ୍ଣ ବିବରଣୀ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।
Related Topics
Explore more stories