ଐଶ୍ୱର୍ଯ୍ୟାଙ୍କ ଝିଅର ଭାଇରାଲ ଫଟୋ ମିଳିଲା: ଆରାଧ୍ୟାଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଥିଲେ ଦିଓ୍ବାନା

Key Points
ଏକ ଲୋକପ୍ରିୟ ଫଟୋଗ୍ରାଫର ପ୍ରକାଶ କରିଛନ୍ତି ଯେ ୨୦୧୧ ମସିହାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ଜନ୍ମ ହେବା ସମୟରେ ଲୋକମାନେ ତାଙ୍କର ଏକ ଝଲକ ପାଇବା ପାଇଁ କିପରି ଆଗ୍ରହୀ ଥିଲେ।
ଏକ ଲୋକପ୍ରିୟ ଫଟୋଗ୍ରାଫର ପ୍ରକାଶ କରିଛନ୍ତି ଯେ ୨୦୧୧ ମସିହାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ଜନ୍ମ ହେବା ସମୟରେ ଲୋକମାନେ ତାଙ୍କର ଏକ ଝଲକ ପାଇବା ପାଇଁ କିପରି ଆଗ୍ରହୀ ଥିଲେ। ଯଦିଓ ଅଭିନେତ୍ରୀ ତାଙ୍କର ପ୍ରଥମ ସନ୍ତାନର ଅତ୍ୟନ୍ତ ସୁରକ୍ଷା କରୁଥିଲେ ଏବଂ ତାଙ୍କୁ ଫଟୋଗ୍ରାଫରଙ୍କଠାରୁ ରକ୍ଷା କରୁଥିଲେ, ତଥାପି ତାଙ୍କ ଝିଅର ପ୍ରଥମ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କର ବହୁତ କୌତୁହଳ ଥିଲା। ଲୋକପ୍ରିୟ ପାପାରାଜି ମାନବ ମଙ୍ଗଲାନି କହିଛନ୍ତି ଯେ ସେ କିପରି ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାର ଭାଇରାଲ ଫଟୋ କ୍ଲିକ୍ କରିବାରେ ପ୍ରଥମ ଫଟୋଗ୍ରାଫର ଥିଲେ। ସେ କୁନିକା ସଦାନନ୍ଦଙ୍କ ପୋଡକାଷ୍ଟରେ କହିଥିଲେ ଯେ, ପ୍ରଥମ ଥର ଏହା ବିମାନବନ୍ଦରରେ ଘଟିଥିଲା।
ଐଶ୍ୱର୍ଯ୍ୟା ଆରାଧ୍ୟାଙ୍କ ସହିତ ଯାତ୍ରା କରୁଥିଲେ, ଏବଂ ସେହି ବିରଳ ମୁହୂର୍ତ୍ତରେ, ତାଙ୍କ ଦଳ ତାଙ୍କ ଝିଅର ଏକ ଝଲକ ଦେଖିଥିଲେ, ଯାହା ତୁରନ୍ତ ଭାଇରାଲ ହୋଇଯାଇଥିଲା। ମାନବ କହିଲେ, "ଆରାଧ୍ୟାକୁ ଦେଖିବା ପାଇଁ ଜନସାଧାରଣଙ୍କ ଅଲଗା ପ୍ରକାର ଉତ୍କଣ୍ଠା ଥିଲା। ଐଶ୍ୱର୍ଯ୍ୟାଙ୍କ ତାଙ୍କ ଝିଅକୁ ଧରିକି ଯେତେବଳେ ବାହାରକୁ ଆସିଥିଲେ ମୋର ପୁରା ଟିମ ଆରାଧ୍ୟଙ୍କ ଫଟୋ କ୍ଲିକ କରିଥିଲା। ଯାହାକି ବେଶ ଭାଇରାଲ ହୋଇଥିଲା। ସେତେବେଳେ, କେତେକ ଲୋକ ପାପାରାଜି ଠାରୁ ଦୂରେଇକି ରଖନ୍ତି। ସେମାନେ ଚାହାନ୍ତି ଛୁଆର ଗୋପନୀୟତାକୁ ବଜାୟ ରଖିବାକୁ। ଆରାଧ୍ୟା ୬ମାସରୁ ବର୍ଷେ ପର୍ଯ୍ୟନ୍ତ ବାହାରକୁ ବାହାରି ନ ଥିଲା। କିନ୍ତୁ ମୁଁ ଆରାଧ୍ୟର ପ୍ରଥମ ଫଟୋ ନେବାକୁ ଯେମିତି ଅପେକ୍ଷା କରି ରହିଥିଲି। ତା'ପରେ ଶୁଣିଲି ଯେ, ଐଶ୍ବର୍ଯ୍ୟା କୁଆଡେ ବାହାରକୁ ବାହାରିଛନ୍ତି। ଆଉ ତାଙ୍କ ସହ ତାଙ୍କ ଝିଅ ତ ନିଶ୍ଚିତ ଥିବେ। ସବୁ କାମ ଛାଡ଼ି ଚାଲିଗଲି ଫଟୋ ଉଠାଇବାକୁ। ଆରାଧ୍ୟଙ୍କର ସବୁ ଆଙ୍ଗେଲରୁ ଫଟୋ ନେବାକୁ ମୁଁ ରେଡ୍ଡି ଥିଲି। ଆଉ ଏହି ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା।
📱 Get Argus News App
✨ମୋତେ ଚ୍ୟାନେଲ, ଖବରକାଗଜ, ସମସ୍ତଙ୍କ ପାଖରୁ ଫୋନ୍ ଆସିଲା... ସାରା ବିଶ୍ୱ ଆରାଧ୍ୟାର ସେହି ଗୋଟିଏ ଲୁକ୍ ପାଇଁ ଅପେକ୍ଷା କରିଥିଲା ଯେ, ସେ କିପରି ଦେଖାଯାଉଛନ୍ତି। କାହା ଭଳି ଦେଖାଯାଉଛନ୍ତି। ଐଶ୍ବର୍ଯ୍ୟାଙ୍କ ଭଳି ଦିଶୁଛନ୍ତି କି ନାହିଁ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ କରୀନା କପୁର ଖାନ ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର କ୍ୟାମେରା ସହିତ କମଫର୍ଟ ନ ଥିଲେ। ତଥାପି, ସୈଫ ଏବଂ କରୀନାଙ୍କ ଅନୁରୋଧ ପରେ ଫଟୋଗ୍ରାଫରମାନେ ଫଟୋ କ୍ଲିକ୍ କରିବା ବନ୍ଦ କରିଦେଇଥିଲେ। ଶେଷରେ ମାନବ ମଙ୍ଗଲାନି ପ୍ରକାଶ କରିଥିଲେ ଯେ ଆରାଧ୍ୟାଙ୍କ ଫଟୋ ନେବାକୁ ସବୁ ଏକ୍ସାଇଟେଡ ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଆଜି ଫଟୋ କ୍ଲିକ କରିବା ସମୟରେ ଆରାଧ୍ୟା କନଫିଡେଣ୍ଟ ସହ ପୋଜ ଦେଉଛନ୍ତି।