Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Aishwarya Rai / ୫୨ ବର୍ଷ ବୟଷରେ ପାଦ ଥାପିଛନ୍ତି ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ

Rashmita Mishra
Browse all articles by Rashmita Mishra
·8 months ago·2 min read
୫୨ ବର୍ଷ ବୟଷରେ ପାଦ ଥାପିଛନ୍ତି ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ

Key Points

୫୨ ବର୍ଷ ବୟଷରେ ପାଦ ଥାପିଛନ୍ତି ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ରୁ ହଲିଉଡ୍‌ ଯାଏଁ ସେ ତାଙ୍କ ସ୍ଥାନ ହାସଲ କରିଛନ୍ତି। ଇଏ ଏମିତି ଏକ ନାୟିକା ଯିଏ ତାଙ୍କ ପର୍ସନାଲ ଏବ ପ୍ରୋଫେସନାଲ ଜୀବନକୁ ଖୁବ୍ ସୁନ୍ଦର ଭାବେ ସମ୍ଭାଳିଛନ୍ତି।

୫୨ ବର୍ଷ ବୟଷରେ ପାଦ ଥାପିଛନ୍ତି ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ରୁ ହଲିଉଡ୍‌ ଯାଏଁ ସେ ତାଙ୍କ ସ୍ଥାନ ହାସଲ କରିଛନ୍ତି। ଇଏ ଏମିତି ଏକ ନାୟିକା ଯିଏ ତାଙ୍କ ପର୍ସନାଲ ଏବ ପ୍ରୋଫେସନାଲ ଜୀବନକୁ ଖୁବ୍ ସୁନ୍ଦର ଭାବେ ସମ୍ଭାଳିଛନ୍ତି। ଏବେ ସେ ତାଙ୍କ ବିବାହିତ ଜୀବନରେ ସ୍ୱାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ଖୁବ ଖୁସି ଅଛନ୍ତି । ହେଲେ ମଝିରେ ଚର୍ଚ୍ଚା ହେଉଥିଲା କି ଦୁହେଁ ଅଲଗା ରହୁଛନ୍ତି । କିନ୍ତୁ ଆପଣମାନେ ଜାଣନ୍ତି କି ଅଭିଷେକଙ୍କୁ ଛାଡ଼ି ତାଙ୍କ ନାଁ ଆଉ କେତେ ଜଣଙ୍କ ସହ ଯୋଡ଼ା ଯାଇଛି ।

କ୍ୟାରିୟରର ଆରମ୍ଭରୁ ମଡେଲିଂ କରୁଥିବା ସମୟରେ ତାଙ୍କ ନାଁ ମଡେଲ ରାଜୀବ ମୁଲଚନ୍ଦାଙ୍କ ସହ ଯୋଡ଼ା ଯାଇଥିଲା । ବହୁଦିନ ପରସ୍ପରକୁ ଡେଟ୍ କରୁଥିବା ଏହି ଯୋଡ଼ି ମିଡ଼ିଆ ସାମ୍ନାରେ ନିଜର ଫ୍ରେଣ୍ଡସିପକୁ ଜତେଇଥିଲେ । ଏବଂ ପରସ୍ପର ସମ୍ପର୍କକୁ ବନ୍ଧୁତ୍ୱର ନାଁ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ହସ୍ପିଟାଲରେ ହେଲେ ଭର୍ତ୍ତି ଅଭିନେତା ଧର୍ମେନ୍ଦ୍ର

ତାପରେ ତାଙ୍କ ନାଁ ବିବେକଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା । ବିବେକ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପାଗଳ ଥିଲେ, କିନ୍ତୁ ଐଶ୍ୱର୍ଯ୍ୟା ଉଭୟଙ୍କ ସମ୍ପର୍କକୁ କେବଳ ବନ୍ଧୁତ୍ୱ କହି ପୂର୍ଣ୍ଣଛେଦ ପକାଇଥିଲେ । ଏହି ସମ୍ପର୍କ ଅଲଗା ହେବା ପଛରେ ସଲମାନଙ୍କ ହାତ ଧରିବେ ବୋଲି ଶୁଣିବାକୁ ମିଳିଥିଲା ।

ଏହା ପରେ ଐଶ୍ୱର୍ଯ୍ୟାଙ୍କ ଜୀବନରେ ଆସିଥିଲେ ଭାଇଜାନ । ସଲମାନ-ଐଶ୍ୱର୍ଯ୍ୟାଙ୍କ ଲଭଷ୍ଟୋରୀ ତ କିଛି ନିଆଁରା ଥିଲା । ଯାହା ବଲିଉଡ଼ ଇତିହାସରେ ଏକ ସ୍ୱର୍ଣ୍ଣିମ କ୍ଷଣ ଥିଲା । ଏବେ ପର୍ଯ୍ୟନ୍ତ ହିଁ ଏ ଯୋଡ଼ିକୁ ଦେଖିବାକୁ ଚାହିଁ ବସିଛନ୍ତି ଦର୍ଶକ । ତେବେ ଦୁଇ ଜଣଙ୍କ ଲଭ୍ ଆଉ ବ୍ରେକଅପ୍ ଥିଲା ବଲିଉଡ଼୍ ର ସବୁଠୁ ଚର୍ଚ୍ଚିତ ବିଷୟ। ସମୟ କ୍ରମେ ଏ ଷ୍ଟୋରୀରେ ବି ପୂର୍ଣ୍ଣଛେଦ ପଡ଼ିଯାଇଥିଲା ।

ସଲମାନଙ୍କ ସହ ବ୍ରେକଅପ୍ ପରେ ଐଶ୍ୱର୍ଯ୍ୟା ତାଙ୍କ ବିବାହକୁ ନେଇ ସିରିୟସ ହୋଇଯାଇଥିଲେ । ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ବ୍ୟାକ୍-ଟୁ-ବ୍ୟାକ୍ ୨ଟି ଫିଲ୍ମ କଲା ପରେ ଅଭିଷେକ ଐଶଙ୍କୁ ପ୍ରପୋଜ୍ କରିଥିଲେ ଏବଂ ଐଶ୍ୱର୍ଯ୍ୟା ସାଙ୍ଗେ ସାଙ୍ଗେ ହଁ କହିଥିଲେ । ତେବେ ବଡ଼ କଥା ହେଉଛି, ସେତେବେଳେ ଅଭିଷେକଙ୍କ ନିର୍ବନ୍ଧ କରିସ୍ମାଙ୍କ ସହ ଭାଙ୍ଗିଯାଇଥିଲା । କିନ୍ତୁ ଐଶ୍ୱର୍ଯ୍ୟା ଏ ପ୍ରସ୍ତାବରେ ଟିକେ ବି ଡେରି ନକରି ବିବାହ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ଦୁହେଁ ୨୦୦୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Aishwarya Rai | Aishwarya Rai Turns 52 | Bollywood’s Timeless Blue-Eyed Beauty Celebrates Her Birthday | Argus News