Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୧୭ ବର୍ଷ ପରେ ଏକାଠି, ଫ୍ୟାନ୍ସ ଉତ୍ସାହିତ...

Entertainment

୧୭ ବର୍ଷ ପରେ ଏକାଠି, ଫ୍ୟାନ୍ସ ଉତ୍ସାହିତ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
୧୭ ବର୍ଷ ପରେ ଏକାଠି, ଫ୍ୟାନ୍ସ ଉତ୍ସାହିତ...

ଏକାଠି ନଜର ଆସିବେ ବଲିଉଡର ଦୁଇ ଲୋକପ୍ରିୟ ଅଭିନେତା। ଦୀର୍ଘ ୧୭ ବର୍ଷ ପରେ ଦୁହିଁଙ୍କୁ ଦେଖିବାକୁ ମିଳିବ। ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହିତ। ଏତେଦିନର ଅପେକ୍ଷା ଅନ୍ତ ହୋଇଛି। ବଲିଉଡ୍‌ର ୨ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ସୈଫ୍‌ ଅଲୀ ଖାନ୍‌ ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ପୁଣିଥରେ ବଡ଼ ପରଦାରେ ଏକାଠି ନଜରକୁ ଆସିବେ। ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ଶୁଟିଂ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ। ୨୦୨୬ରେ ଏହି ଫିଲ୍ମକୁ ରିଲିଜ୍‌ କରାଯିବା ନେଇ ଯୋଜନା ରହିଛି।


ପ୍ରକାଶ ଯେ, ୨୦୦୮ରେ ରିଲିଜ୍‌ ହୋଇଥିବା ‘ଟଶନ’ ଫିଲ୍ମରେ ଶେଷଥର ପାଇଁ ଉଭୟ ଅକ୍ଷୟ ଏବଂ ସୈଫ୍‌ ଏକାଠି ନଜରକୁ ଆସିଥିଲେ। ୨୦୧୬ରେ ରିଲିଜ୍‌ ହୋଇଥିବା ଅଭିନେତା ମୋହନଲାଲଙ୍କ ସୁପରହିଟ ମାଲୟାଲମ ଫିଲ୍ମ ‘ଓପ୍ପମ’ର ହିନ୍ଦୀ ରିମେକ୍‌ରେ ଉଭୟ ଅକ୍ଷୟ ଏବଂ ସୈଫ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅକ୍ଷୟ ଖଳନାୟକ ଭୂମିକାରେ ଏବଂ ସୈଫ୍‌ ମୁଖ୍ୟ ଭୂମିକାରେ ନଜରକୁ ଆସିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଏକ ସସ୍‌ପେନ୍ସ ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଏଥିରେ ସୈଫ୍‌ ଏବଂ ଅକ୍ଷୟଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ବି ଉତ୍ସାହିତ ଅଛନ୍ତି। ତେବେ ଆଶା କରାଯାଉଛି କି ଫିଲ୍ମଟି ଆସନ୍ତାବର୍ଷା ବୋଧେ ପରଦାକୁ ଆସିପାରେ।

Argus Whatsapp Channel Mobile Top
Sponsored
akshay-kumar-and-saif-ali-khan-to-reunite-on-screen-after-17-years | Argus News