ପଞ୍ଜାବ ବନ୍ୟା ସଙ୍କଟରେ ସହାୟତାର ହାତ ବଢ଼ାଇଲେ ଅକ୍ଷୟ କୁମାର

Key Points
ପଞ୍ଜାବରେ ବନ୍ୟା ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ରାଜ୍ୟରେ ୨୮ ଜିଲ୍ଲା ବନ୍ୟା ପାଣି ଘେରରେ ରହିଛି। ଯାହାକୁ ନେଇ ବିଭିନ୍ନ ଆଡ଼ୁ ସହଯୋଗରେ ସୁଅ ଛୁଟିଛି।
ପଞ୍ଜାବରେ ବନ୍ୟା ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ରାଜ୍ୟରେ ୨୮ ଜିଲ୍ଲା ବନ୍ୟା ପାଣି ଘେରରେ ରହିଛି। ଯାହାକୁ ନେଇ ବିଭିନ୍ନ ଆଡ଼ୁ ସହଯୋଗରେ ସୁଅ ଛୁଟିଛି। ଗତକାଲି ଆଇପିଏଲ୍ ଫ୍ରାଞ୍ଚାଇଜ୍ ୩୦ ଲକ୍ଷରୁ ଅଧିକ ଟଙ୍କା ରିଲିଫ ପାଣ୍ଠି ଦାନ କରିବା ସହିତ କେଟ୍ଟୋ ମାଧ୍ୟମରେ ୨ କୋଟି ଆଦାୟ କରିବାକୁ ପାଣ୍ଠି ସଂଗ୍ରହ ଅଭିଯାନ ଜାରି ରଖିଛି। ରାଜ୍ୟରେ ଏଭଳି ପରିସ୍ଥିତିରେ ଆଗେଇ ଆସିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର। ବନ୍ୟା ପ୍ରଭାବିତ ପଞ୍ଜାବରେ ରିଲିଫ୍ ଏବଂ ଲୋକଙ୍କୁ ପୁନଃ ଥଇତାନ ପାଇଁ ଅଭିନେତା ୫ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ସମ୍ପର୍କିତ ଖବର
📱 Get Argus News App
✨ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କୁମାର କହିଛନ୍ତି “ହଁ, ମୁଁ ପଞ୍ଜାବ ବନ୍ୟା ପୀଡିତଙ୍କ ପାଇଁ ରିଲିଫ୍ ସାମଗ୍ରୀ କିଣିବାକୁ ୫ କୋଟି ଟଙ୍କା ଦେଉଛି। କିନ୍ତୁ ମୁଁ କହାକୁ ଦାନ କରିବାକୁ କିଏ ଯେ? ତେବେ ଯେତେବେଳେ ମୁଁ ସାହାଯ୍ୟର ହାତ ବଢ଼ାଇବାର ସୁଯୋଗ ପାଏ ସେତେବେଳେ ମୁଁ ନିଜକୁ ଧନ୍ୟ ମନେ କରେ। ମୋ ପାଇଁ, ଏହା ମୋର ସେବା, ମୋର ଅତି ଛୋଟ ଅବଦାନ। ମୁଁ ପ୍ରାର୍ଥନା କରୁଛି ଯେ ପଞ୍ଜାବରେ ମୋ ଭାଇଭଉଣୀମାନଙ୍କ ଉପରେ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଆସିଛି ତାହା ଶୀଘ୍ର ଦୂର ହୋଇଯାଉ। ରବ୍ ମେହର କରେ।” ଏହା ପ୍ରଥମ ଥର ନୁହେଁ ଅଭିନେତା ଅକ୍ଷୟ କୁମାର ଏହା ପୂର୍ବରୁ ଅନେକ ଥର ମାନବିକ ସଙ୍କଟ ସମୟରେ ଲୋକଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି।
ଚେନ୍ନାଇ ବନ୍ୟା ଏବଂ କୋଭିଡ୍ -୧୯ ମହାମାରୀ ସମୟରେ ଅବଦାନ ଦେବାଠାରୁ ଆରମ୍ଭ କରି ଭାରତ କେ ବୀର ପଦକ୍ଷେପ ମାଧ୍ୟମରେ ସୈନିକଙ୍କ ପରିବାରକୁ ସହାୟତା କରିବା ପର୍ଯ୍ୟନ୍ତ, କୁମାର ନିରନ୍ତର ଭାବରେ ନିଜର ପ୍ରଭାବ ଏବଂ ସମ୍ବଳକୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରିଆସିଛନ୍ତି। ଯାହା ତାଙ୍କୁ ବଲିଉଡ୍ର ଅନ୍ୟ ହିରୋଙ୍କ ଠାରୁ ନିଆରା କରିଛି। ଏହା ପୂର୍ବରୁ ଅଭିନେତା ଓ ଗାୟକ ଦିଲଜିତ ଦୋସାଞ୍ଜ, ସୋନୁ ସୁଦ, ପଞ୍ଜାବୀ ଏବଂ ବଲିଉଡର ଫେମସ ସିଙ୍ଗର ଗୁରୁ ରନ୍ଧାଓ୍ବା ମଧ୍ୟ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ପଞ୍ଜାବକୁ ସହଯୋଗ କରିଛନ୍ତି ଏବଂ ଅନ୍ୟମାନଙ୍କୁ କିଛି ନା କିଛି ସହାୟତା କରିବାକୁ ଅନୁରୋଧ କରିଛନ୍ତି।