Videos
|
Entertainment

ଆପାର୍ଟମେଣ୍ଟ ବିକି କେତେ ଲାଭ ପାଇଲେ ଅକ୍ଷୟ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆପାର୍ଟମେଣ୍ଟ ବିକି କେତେ ଲାଭ ପାଇଲେ ଅକ୍ଷୟ ?

ଖିଲାଡି ବୟ ବିକିଲେ ଆପାର୍ଟମେଣ୍ଟ। ଗୋଟେ ନୁହେଁ ଦୁଇଟି ଆପାର୍ଟମେଣ୍ଟ ବିକିଛନ୍ତି ଅଭିନେତା ଅକ୍ଷୟ କୁମାର। ହେଲେ କାହିଁକି ଏପରି ହେଲେ ଅକ୍ଷୟ ? କଣ ହୋଇଛି ପୁରା ଘଟଣା ? ବଲିଉଡର ବରିଷ୍ଠ ଅଭିନେତା ଅକ୍ଷୟ କୁମାର ମୁମ୍ବାଇରେ ଥିବା ତାଙ୍କର ଦୁଇଟି ଆପାର୍ଟମେଣ୍ଟକୁ ୬.୬ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏହି ଡିଲରୁ ଅକ୍ଷୟ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ଅକ୍ଷୟ ତାଙ୍କର ଦୁଇଟି ଆପାର୍ଟମେଣ୍ଟ ମଧ୍ୟରୁ ଗୋଟିଏକୁ ୫.୩୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ସେ ନଭେମ୍ବର ୨୦୧୭ରେ ୨.୮୨ କୋଟି ଟଙ୍କାରେ ଏହି ଆପାର୍ଟମେଣ୍ଟ କିଣିଥିଲେ। ଏହି ଆପାର୍ଟମେଣ୍ଟକୁ ବିକ୍ରୟ କରି ସେ ୮୯ ପ୍ରତିଶତ (୨.୫୩ କୋଟି ଟଙ୍କା) ଲାଭ କରିଛନ୍ତି। ଏହି ଆପାର୍ଟମେଣ୍ଟର କାର୍ପେଟ ଏରିଆ ୧୦୮୦ ବର୍ଗଫୁଟ। ଏହି ଆପାର୍ଟମେଣ୍ଟ ଡିଲ ପାଇଁ ଷ୍ଟାମ୍ପ ଡ୍ୟୁଟି ୩୨.୧ ଲକ୍ଷ ଟଙ୍କା ଏବଂ ପଞ୍ଜୀକରଣ ଶୁଳ୍କ ୩୦,୦୦୦ ଟଙ୍କା।

ସେ ଓବେରୟ ସ୍କାଏ ସିଟିରେ ଥିବା ତାଙ୍କର ଦ୍ୱିତୀୟ ଆପାର୍ଟମେଣ୍ଟକୁ ୧.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ସେ ଏହି ଆପାର୍ଟମେଣ୍ଟକୁ ମଧ୍ୟ ୨୦୧୭ରେ ୬୭.୧୯ ଲକ୍ଷ ଟଙ୍କାରେ କିଣିଥିଲେ। ଏହି ଆପାର୍ଟମେଣ୍ଟକୁ ବିକ୍ରୟ କରି ସେ ୮୬ ପ୍ରତିଶତ (୫୭.୮୧ ଲକ୍ଷ ଟଙ୍କା) ଲାଭ କରିଛନ୍ତି। ଏହି ଆପାର୍ଟମେଣ୍ଟର କାର୍ପେଟ ଏରିଆ ୨୫୨ ବର୍ଗଫୁଟ। ଏହି ଆପାର୍ଟମେଣ୍ଟ ଡିଲ ପାଇଁ ଷ୍ଟାମ୍ପ ଡ୍ୟୁଟି ୭.୫ ଲକ୍ଷ ଟଙ୍କା ଏବଂ ପଞ୍ଜୀକରଣ ଶୁଳ୍କ ୩୦,୦୦୦ ଟଙ୍କା।

ସ୍କୋୟାର ୟାର୍ଡସ ଏହି ଚୁକ୍ତି ସହିତ ଜଡିତ ବିବରଣୀ ଶେୟାର କରିଛି। କମ୍ପାନୀ ଅନୁଯାୟୀ, ଅକ୍ଷୟ କୁମାର ମୁମ୍ବାଇର ବୋରିଭାଲିରେ ଅବସ୍ଥିତ ଓବେରୟ ସ୍କାଏ ସିଟିରେ ଥିବା ତାଙ୍କର ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଦେଇଛନ୍ତି। ଏହି ଚୁକ୍ତି ଏହି ମାସରେ ପଞ୍ଜିକୃତ ହୋଇଛି। ଓବେରୟ ରିଅଲ୍ଟି ଦ୍ୱାରା ୨୫ ଏକର ଜମିରେ ଆପାର୍ଟମେଣ୍ଟ ସବୁ ନିର୍ମିତ ହୋଇଛି। ଓବେରୟ ସ୍କାଏ ସିଟି ବିଭିନ୍ନ ପ୍ରକାରର ସମ୍ପତ୍ତି ପ୍ରଦାନ କରେ। କେବଳ ଅକ୍ଷୟ କୁମାର ନୁହଁନ୍ତି ବରଂ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କର ମଧ୍ୟ ଓବେରୟ ସ୍କାଏ ସିଟି ଆପାର୍ଟମେଣ୍ଟରେ ଅନେକ ସମ୍ପତ୍ତି ଅଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
akshay-kumar-sells-two-apartments-in-mumbai-for-indian-rupee660-crore-nets-90-return-on-investment | Argus News