Akshay Kumar / ୯ ଦିନରେ ୨ଥର ଓଡ଼ିଶା ଆସିଲେନି 'ଖିଲାଡ଼ି' କୁମାର'; ଜୟ ଜଗନ୍ନାଥ କହି କଲେ ସମ୍ବୋଧନ
·7 months ago·1 min read

Key Points
ଶନିବାର ସନ୍ଧ୍ୟାରେ ଅକ୍ଷୟ କୁମାର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦର ବାହାରେ ପ୍ରଶଂସକଙ୍କୁ ହାତ ହଲାଇ ସମ୍ବୋଧିତ କରିବା ସହ ସମସ୍ତଙ୍କୁ ନମସ୍କାର କରିଛନ୍ତି 'ଖିଲାଡ଼ି' କୁମାର' ।
ଭୁବନେଶ୍ଵର: ଓଡ଼ିଶାରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର । ଶନିବାର ସନ୍ଧ୍ୟାରେ ଅକ୍ଷୟ କୁମାର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦର ବାହାରେ ପ୍ରଶଂସକଙ୍କୁ ହାତ ହଲାଇ ସମ୍ବୋଧିତ କରିବା ସହ ସମସ୍ତଙ୍କୁ ନମସ୍କାର କରିଛନ୍ତି 'ଖିଲାଡ଼ି' କୁମାର' ।

ଚଳିତ ଡିସେମ୍ବର ମାସରେ ଅକ୍ଷୟ କୁମାର ଦୁଇଥର ଓଡ଼ିଶା ଆସିଲେଣି । ୯ ଦିନ ଭିତରେ ଅକ୍ଷର କୁମାର ଦୁଇଥର ଓଡ଼ିଶା ଆସିବା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ଗତ ୫ ତାରିଖରେ ଅକ୍ଷୟଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପୁଣି ଆଜି ସେ ବିମାନବନ୍ଦରରୁ ବାହାରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଅକ୍ଷୟ କୁମାର ଶନିବାର ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ଵର ଆସିଛନ୍ତି । ସେ ଏକ ନାମୀ ଜୁଏଲାରୀର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ଵର ଆସିଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଆରମ୍ଭରୁ ଅକ୍ଷୟ କୁମାର ଜୟ ଜଗନ୍ନାଥ କହି ଲୋକଙ୍କୁ ଉଦବୋଧନ ଦେଇଛନ୍ତି । ତମାଖୁ ବର୍ଜନ ସହ ମା ଓ ବାପାମାଆଙ୍କୁ ସମ୍ମାନ ଦେବାକୁ ଆହ୍ଵାନ କରିଛନ୍ତି ।

ଡିସେମ୍ବର ୫ ତାରିଖରେ ଅକ୍ଷୟ କୁମାରଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଶନିବାର ଭଳି ସେତେବେଳେ ମଧ୍ୟ ଅକ୍ଷୟଙ୍କ ସହ ଫଟୋ ଓ ସେଲ୍ଫି ପାଇଁ ଭିଡ଼ ଦେଖିବାକୁ ମିଳିଥିଲା । ୫ ତାରିଖରେ ଅକ୍ଷୟ କୁମାର ଯୋଧପୁରରୁ ଭିଏତନାମ ଯାଉଥିଲେ ।

ଭିଏତନାମ ଯିବା ପାଇଁ ଭୁବନେଶ୍ଵରରୁ ଥିଲା କନେକ୍ଟିଂ ବିମାନ । ଯେଉଁଥିପାଇଁ ଅକ୍ଷୟ କୁମାର ଭୁବନେଶ୍ଵର ବିମାନବନ୍ଦରରେ ଓହ୍ଲାଇବା ପରେ ସ୍ଵଳ୍ପ ସମୟ ପାଇଁ ବାହାରକୁ ଆସିଥିଲେ । ତାପରେ ଭୁବନେଶ୍ଵରରରୁ ସ୍ଵତନ୍ତ୍ର ବିମାନ ଯୋଗେ ଭିଏତନାମ ଯାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories