Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

୨୪ ବର୍ଷ ପରେ ଏହି ଅଭିନେତ୍ରୀଙ୍କ ସହ ନଜର ଆସିବେ ଅକ୍ଷୟ କୁମାର

Ritu Das
Browse all articles by Ritu Das
·1 year ago·1 min read
୨୪ ବର୍ଷ ପରେ ଏହି ଅଭିନେତ୍ରୀଙ୍କ ସହ ନଜର ଆସିବେ ଅକ୍ଷୟ କୁମାର

ଅର୍ଗସ ବ୍ୟୁରୋ: ବଲିଉଡ ପ୍ରଶଂସକଙ୍କ ପାଇଁ ଆସୁଛି ଏକ ଖୁସି ଖବର। ୨୪ ବର୍ଷ ପରେ ଏହି ଅଭିନେତ୍ରୀଙ୍କ ସହ ନଜର ଆସିବେ ଖିଲାଡ଼ି ଅକ୍ଷୟ କୁମାର। ଅକ୍ଷୟଙ୍କ ଆଗାମୀ ଚଳଚ୍ଚିତ୍ର 'ଭୂତ ବଙ୍ଗଳା'ରେ ଗୋଟିଏ ପରେ ଗୋଟିଏ ବଡ଼ ତାରକା ପ୍ରବେଶ କରୁଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଫିଲ୍ମରେ ଅନେକ ମସଲା ଲଗାଯାଉଛି। ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ଜୟପୁରରେ ପରେଶ ରାୱଲଙ୍କ ସହ ଏକ ଫଟୋ ସେୟାର କରି ଘୋଷଣା କରିଛନ୍ତି। ଅକ୍ଷୟଙ୍କ ଆଗାମୀ ଚଳଚ୍ଚିତ୍ର 'ଭୂତ ବଙ୍ଗଳା'ରେ ନଜର ଆସିବେ ପ୍ରସିଦ୍ଧ ଅଭିନେତ୍ରୀ ତବୁ।


ବହୁ ପ୍ରତୀକ୍ଷିତ ଭୟାନକ ସହ କମେଡି ଚଳଚ୍ଚିତ୍ର 'ଭୂତ ବଙ୍ଗଳା' ସମ୍ପର୍କରେ ଅକ୍ଷୟ ଘୋଷଣା କରିବା ପରେ ଅଭିନେତ୍ରୀ ତବୁ ମଧ୍ୟ ଏହି ପୋଷ୍ଟରକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, 'ହମ୍ ୟାହାଁ ବନ୍ଦ୍ ହେଁ'। 'କ୍ରୁ'ରେ ଶେଷ ଥର ପାଇଁ ଦେଖାଯାଇଥିବା ତବୁ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, 'ଆପଣଙ୍କୁ ସ୍ୱାଗତ କରାଯାଉଛି'। 'ଅନ୍ଧାଧୁନ୍' ଏବଂ 'ହୈଦର' ଭଳି ଚଳଚ୍ଚିତ୍ରରେ ଜବରଦସ୍ତ ଚରିତ୍ରରେ ଅଭିନୟ କରିଥିବା ତବୁ ଏବେ ଏହି ଚଳଚ୍ଚିତ୍ରରେ କିଛି ନୂଆ କରି ଦେଖେଇବେ ବୋଲି ଆଶା କରାଯାଉଛି। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି 'ଭୂତ ବଙ୍ଗଳା'ରେ ଶୋଭା କପୁର, ଏକତା ଆର କପୁର ଏବଂ ଅକ୍ଷୟ କୁମାରଙ୍କ ପ୍ରଡକ୍ସନ୍ ହାଉସ୍ 'କେପ୍ ଅଫ୍ ଗୁଡ୍ ଫିଲ୍ମସ୍' ବ୍ୟାନରରେ ନିର୍ମିତ ହୋଇଛି। ଅକ୍ଷୟଙ୍କ ଆଗାମୀ ଚଳଚ୍ଚିତ୍ର 'ଭୂତ ବଙ୍ଗଳା' ଏପ୍ରିଲ ୨, ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Akshay Kumar will be seen with this actress after 24 years | Argus News