Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / ୨୨ ବର୍ଷ ପରେ ଅକ୍ଷୟ-ରବୀନାଙ୍କ ଧମାକେଦାର ରିୟୁନିୟନ… ପୁରୁଣା ପ୍ରେମକୁ ନେଇ ଏମିତି କହିଦେଲେ…

Ritu Das
Browse all articles by Ritu Das
·2 weeks ago·2 min read
୨୨ ବର୍ଷ ପରେ ଅକ୍ଷୟ-ରବୀନାଙ୍କ ଧମାକେଦାର ରିୟୁନିୟନ… ପୁରୁଣା ପ୍ରେମକୁ ନେଇ ଏମିତି କହିଦେଲେ…
India

Key Points

ରବୀନା ଟଣ୍ଡନ ୨୨ ବର୍ଷ ପରେ ଅକ୍ଷୟ କୁମାରଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ କହିଲେ।
ଅକ୍ଷୟ କୁମାରଙ୍କ ବର୍ତ୍ତମାନର ଫିଲ୍ମ "ୱେଲକମ୍ ଟୁ ଦି ଜଙ୍ଗଲ" ବର୍ତ୍ତମାନ ସିନେମା ହଲରେ ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ମଧ୍ୟ ଏହି ଫିଲ୍ମଟି ପଜିଟିଭ ରେସପନ୍ସ ପାଉଛି। ଏଥିରେ ଅକ୍ଷୟ କୁମାରଙ୍କ ସହ ରବୀନା ଟଣ୍ଡନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୨ ବର୍ଷ ପରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ଏକ ପୁନଃମିଳନ ହୋଇଛି କହିଲେ ଭୁଲ ହେବନି। ଏକ ପ୍ରେସ କନଫରେନ୍ସରେ ରବୀନା ଟଣ୍ଡନ ଅକ୍ଷୟ କୁମାରଙ୍କ ସହିତ ପୁନଃମିଳନର ସମ୍ଭାବନା ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ଆସନ୍ତୁ ଜାଣିବା ରବୀନା ଟଣ୍ଡନ କ'ଣ କହିଥିଲେ।

  • ରବୀନା ଟଣ୍ଡନ କ’ଣ କହିଲେ?

ରବୀନା ଟଣ୍ଡନ ୨୨ ବର୍ଷ ପରେ ଅକ୍ଷୟ କୁମାରଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ କହିଲେ।  ଅକ୍ଷୟ କୁମାରଙ୍କ ବିଷୟରେ କଥା ହୋଇ ଅଭିନେତ୍ରୀ କହିଥିଲେ, "ଏତେ ବର୍ଷ ପରେ ତାଙ୍କ ସହ କାମ କରିବା ମୋ ପାଇଁ ଏକ ବହୁତ ଭଲ ଏକ୍ସପରିରିୟନ୍ସ ଥିଲା। ସେ ଏବେବି ପରିବର୍ତ୍ତନ ହୋଇନାହାଁନ୍ତି। ଅକ୍ଷୟ କୁମାର ବହୁତ ପରିଶ୍ରମୀ ଏବଂ ତାଙ୍କ କାମ ପ୍ରତି ସମର୍ପିତ। ଆଜି ସେ ଯେଉଁ ସଫଳତା ପାଇଛନ୍ତି ତାହା ସେ ପାଇବାର ଏକଦମ ହକଦାର।

  • ଅକ୍ଷୟ କୁମାରଙ୍କ ସହ ରବୀନା ଟଣ୍ଡନଙ୍କ ରିୟୁନିୟନ

ଅଭିନେତ୍ରୀ ଆହୁରି କହିଛନ୍ତି ଯେ ସେ ପ୍ରକୃତରେ ଜଣେ କଠିନ ପରିଶ୍ରମୀ। ସେ ଯାହା ହାସଲ କରିଛନ୍ତି ତାହା ସହଜରେ ଆସିନାହିଁ; ଏହା ସବୁ ତାଙ୍କ କଠିନ ପରିଶ୍ରମର ଫଳାଫଳ। ସୁଟିଂ ସମୟରେ ସେଟ୍ ଉପରେ ସେ ଅତ୍ୟନ୍ତ ସକ୍ରିୟ। ଏହି କାରଣରୁ ଅକ୍ଷୟ କୁମାର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନ ବଲିଉଡର ଏକ ଆଇକନିକ ଯୋଡ଼ି। ପରଦାରେ ଏହି ଯୋଡ଼ିକୁ ପ୍ରଶଂସକମାନେ ବହୁତ ଭଲପାଇବା ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଅଭିନେତାଙ୍କ କ୍ରିକେଟରେ ପ୍ରବେଶ: କିଣିଲେ ଟି-୨୦ ଦଳ

ପ୍ରକାଶ ଥାଉ କି, ବଲିଉଡରେ ୯୦ ଦଶକରେ ଏହି ଯୋଡ଼ି ପରସ୍ପରକୁ ଭଲ ମଧ୍ୟ ପାଉଥିଲେ। ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା କିନ୍ତୁ କୌଣସି କାରଣକୁ ଉଭୟ ଅଲଗା ହୋଇଯାଇଥିଲେ। ପରସ୍ପରଙ୍କ ରାସ୍ତା ଅଲଗା ବାଛି ନେଇଥିଲେ। ଉଭୟଙ୍କୁ ଆଉ ଏକାଠି ମୁଭି କରିବାର ଦେଖିବାକୁ ମିଳି ନଥିଲା। କିନ୍ତୁ ପୁଣି ୨୨ବର୍ଷ ପରେ ରିୟୁନିୟନ ହୋଇଥିବାରୁ ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି। କାରଣ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରନ୍ତି ଫ୍ୟାନ୍ସ।

  • ଏହି ଫିଲ୍ମଗୁଡ଼ିକରେ ଏକାଠି କାମ କରିଛନ୍ତି

"ୱେଲକମ୍ ଟୁ ଦି ଜଙ୍ଗଲ" ପୂର୍ବରୁ, ରବୀନା ଟଣ୍ଡନ୍ ଏବଂ ଅକ୍ଷୟ କୁମାର "ମୋହରା," "ଦାୱା," "ଖିଲାଡିଓଁ କା ଖିଲାଡି," "କୀମତ: ଦେ ଆରେ ବ୍ୟାକ୍," "ବାରୁଦ ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି। ଏବେ, 22 ବର୍ଷ ପରେ, ପ୍ରଶଂସକମାନେ "ୱେଲକମ୍ ଟୁ ଦି ଜଙ୍ଗଲ"ରେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କ ଯୋଡ଼ିକୁ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଅଭିନୟକୁ ବହୁଳ ଭାବରେ ପ୍ରଶଂସା କରାଯାଉଛି। ଏହି ଫିଲ୍ମରେ ସୁନୀଲ ସେଟ୍ଟୀ, ଜ୍ୟାକି ଶ୍ରଫ୍, ପରେଶ ରାୱଲ୍, ରାଜପାଲ ଯାଦବ, ଦିଶା ପଟାନି, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଲାରା ଦତ୍ତା ଏବଂ ଅର୍ଶଦ ୱାର୍ସି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Akshay Raveena Reunion After 22 Years Sparks Nostalgia Again | Argus News