Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦର୍ଶକଙ୍କ ମନ ଜିତୁଛି ଅକ୍ଷୟଙ୍କ ଫିଲ୍ମ ସ୍କାଏ ଫୋର୍ସ

Entertainment

ଦର୍ଶକଙ୍କ ମନ ଜିତୁଛି ଅକ୍ଷୟଙ୍କ ଫିଲ୍ମ ସ୍କାଏ ଫୋର୍ସ

Ritu Das
Browse all articles by Ritu Das
·1 year ago·1 min read
ଦର୍ଶକଙ୍କ ମନ ଜିତୁଛି ଅକ୍ଷୟଙ୍କ ଫିଲ୍ମ ସ୍କାଏ ଫୋର୍ସ

ଅର୍ଗସ ବ୍ୟୁରୋ: ଅନେକ ଫିଲ୍ମ ଫ୍ଲପ୍ ହେବା ପରେ ପୁଣି ପରଦାରେ ଜଲୱା ଦେଖାଇଛନ୍ତି ଅକ୍ଷୟ କୁମାର । ଚଳିତ ବର୍ଷ ଆରମ୍ଭରେ ଫିଲ୍ମ 'ସ୍କାଏ ଫୋର୍ସ' ସହ କମବ୍ୟାକ୍‌ କରିଛନ୍ତି ଅକ୍ଷୟ । ଏହି ଫିଲ୍ମ ଗଣତନ୍ତର ଦିବସ ଅବସରରେ ରିଲିଜ ହୋଇଛି । ଯାହା ଦର୍ଶକଙ୍କ ମନ ଜିତିବାରେ ଲାଗିଛି। ଅନେକ ଫ୍ଲପ୍‌ ହେବା ପରେ ଏହି ଫିଲ୍ମ ଅକ୍ଷୟଙ୍କ ପାଇଁ ସଫଳ ସାବ୍ୟସ୍ତ ହୋଇଛି । ଫିଲ୍ମଟି ବକ୍ସ ଅଫିସ୍‌ରେ ବମ୍ପର କଲେକ୍ସନ କରୁଛି । ରିଲିଜର ୩ଦିନରେ ଫିଲ୍ମ ୧୦୦ କୋଟି ପାଖାପାଖି ଆୟ କଲାଣି। ନିର୍ମାତାଙ୍କ ଅନୁଯାୟୀ, 'ସ୍କାଏ ଫୋର୍ସ' ବକ୍ସ ଅଫିସରେ ପ୍ରଥମ ୨ ଦିନରେ ଭଲ ପ୍ରଦର୍ଶନ କରିଛି । 'ସ୍କାଏ ଫୋର୍ସ' ପ୍ରଥମ ଶନିବାରରେ ୨୬.୩୦ କୋଟି ଟଙ୍କା ରୋଜଗାର କରିଥିଲା ।


ଦ୍ଵିତୀୟ ଦିନରେ ୪୨ କୋଟି ଟଙ୍କାର ବ୍ୟବସାୟ କରିଛି। ସେହିପରି ଫିଲ୍ମଟି ସମସ୍ତ ଭାଷାରେ ମୁକ୍ତିଲାଭ କରିଛି । ତୃତୀୟ ଦିନରେ ଭାରତରେ ପ୍ରାୟ ୩୧.୬୦ କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମର ମୋଟ କଲେକ୍ସନ ୯୨.୯୦ କୋଟି ଟଙ୍କା ହୋଇଛି । ଏହିପରି ଫିଲ୍ମ ଅକ୍ଷୟଙ୍କ ୨୦୨୨ରେ ରିଲିଜ କରିଥିବା ପୂର୍ବ ଫିଲ୍ମ 'ସୂର୍ଯ୍ୟବଂଶୀ'କୁ ପଛରେ ପକାଇଛି । ସ୍କାଏ ଫୋର୍ସ' ବିଷୟରେ କହିବାକୁ ଗଲେ, ଏହା ଏକ ଦେଶ ଭକ୍ତି ଆକ୍ସନ ଡ୍ରାମା ଚଳଚ୍ଚିତ୍ର। ଯାହା ୧୯୬୫ ମସିହାରେ ଭାରତ-ପାକିସ୍ତାନ ବିମାନ ଯୁଦ୍ଧରେ ପାକିସ୍ତାନର ସରଗୋଧା ଏୟାରବେସ୍ ଉପରେ ଭାରତର ଆକ୍ରମଣ ଉପରେ ଆଧାରିତ। ଯାହା ଭାରତର ପ୍ରଥମ ବିମାନ ଆକ୍ରମଣ ଥିଲା । ଫିଲ୍ମରେ ଅକ୍ଷୟ କୁମାର ଏବଂ ବୀର ପହରିଆ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । 'ସ୍କାଏ ଫୋର୍ସ' ହେଉଛି ବୀର ପହରିଆଙ୍କ ପ୍ରଥମ ଫିଲ୍ମ । ସାରା ଅଲି ଖାନ ଏବଂ ନିମ୍ରତ କୌର ମୁଖ୍ୟ ଅଭିନେତ୍ରୀ ଭୂମିକାରେ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Akshay's film Sky Force is winning the hearts of the audience | Argus News