Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କାନ୍ସରେ ଆଲିଆଙ୍କ ଲୁକକୁ ନେଇ ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାନ୍ସରେ ଆଲିଆଙ୍କ ଲୁକକୁ ନେଇ ଫ୍ୟାନ୍ସ କହିଲେ...

Key Points

କାନ୍ସରେ ଇତିହାସ ରଚିଲେ ଆଲିଆ ଭଟ୍ଟ

ଚର୍ଚ୍ଚାରେ ଆଲିଆ ଭଟ୍ଟ। ଗୁଚି ଶାଢ଼ୀରେ ଆସିଲେ ନଜର। ରେଡ୍‌ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ତାଙ୍କ ସିଆପରେଲି କ୍ରିମ୍‌ ଗାଉନକୁ ପିନ୍ଧିବା ପରେ ସେ ଗର୍ଭବତୀ ଥିବା ଭଳି କଥା ଚର୍ଚ୍ଚାକୁ ଆସିଥିଲା । ଏହା ପରେ କାନ୍ସର ଶେଷ ଦିନରେ ସେ ଗୁଚି ବ୍ରାଣ୍ଡ୍‌ର ଗୋଲ୍ଡେନ୍‌ ଶାଢ଼ି ପିନ୍ଧି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଗୁଚି ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଶାଢ଼ି ଡିଜାଇନ କରିବାରେ ଏହା ପ୍ରଥମ ଘଟଣା । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ୭୮ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ନିଜ ଲୁକ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ।

ଆଲିଆଙ୍କ ଶାଢ଼ିରେ ବେଶ୍‌ ମୂଲ୍ୟବାନ ସ୍ୱାରୋଭ୍‌ସ୍କି କ୍ରିଷ୍ଟାଲ ଲାଗିଛି । ପାଖରୁ ଦେଖିଲେ ଏହି କ୍ରିଷ୍ଟାଲ ଦ୍ୱାରା ପୂରା ଶାଢ଼ିରେ ଗୁଚି ବ୍ରାଣ୍ଡ୍‌ର ଲୋଗୋ ବନାଯାଇଥିବା ଦେଖାଯିବ । ପ୍ରସିଦ୍ଧ ସେଲିବ୍ରିଟି ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁର ଆଲିଆଙ୍କୁ ଏହି ଷ୍ଟାଇଲ ଦେଇଛନ୍ତି । ଆଲିଆଙ୍କ ପୂର୍ବରୁ ରିୟା କାନ୍ସରେ ଜାହ୍ନବୀ କପୁରଙ୍କୁ ମଧ୍ୟ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥିଲେ । କାନ୍ସରେ ଆଲିଆ ଡାଏମଣ୍ଡ ଅଳଙ୍କାର, ଖୋଲା କେଶ ଏବଂ ବେଶ୍‌ କମ୍‌ ମେକ୍‌ଅପ୍‌ ସହ ନିଜ ଲୁକ୍‌କୁ ସମ୍ପୂର୍ଣ୍ଣ କରିଥିଲେ ।

ରେଡ୍‌ କାର୍ପେଟରୁ ଆଲିଆଙ୍କ ଫଟୋ ସାମ୍‌ନାକୁ ଆସିବା ପରେ ସେ ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଅନେକେ ମତ ଦେଇଥିଲେ । ଆଲିଆଙ୍କୁ ଶେଷଥର ଲାଗି ବସନ ବାଲାଙ୍କ ଫିଲ୍ମ ‘ଜିଗ୍‌ରା’ରେ ଦେଖିବାକୁ ମିଳିଥିଲା ।

ପ୍ରକାଶଥାଉ କି, ଆଲିଆ ହେଉଛନ୍ତି ଏହି ଇଟାଲିଆନ୍‌ ଲକଜ୍‌ରୀ ବ୍ରାଣ୍ଡ୍‌ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସଡର । କାନ୍ସ ରେଡ୍‌ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ଫ୍ରେଞ୍ଚ ଡିଜାଇନରଙ୍କ ଗାଉନ୍‌ ପିନ୍ଧିଥିଲେ । ଏହାକୁ ମଧ୍ୟ ରିୟା କପୁର ଷ୍ଟାଇଲ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
alia-bhatt-wears-first-ever-gucci-saree-at-cannes | Argus News