Videos
|
Entertainment

ଆକାଉଣ୍ଟରୁ ଟଙ୍କା ଲୁଟ, ୭୭ ଲକ୍ଷ ଠକେଇରେ ହେଲେ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଆକାଉଣ୍ଟରୁ ଟଙ୍କା ଲୁଟ, ୭୭ ଲକ୍ଷ ଠକେଇରେ ହେଲେ ଗିରଫ

Key Points

ଗିରଫ ହେଲେ ଆଲିଆଙ୍କ ଏକ୍ସ ଆସିଷ୍ଟାଣ୍ଟ
୭୭ ଲକ୍ଷ ଠକେଇ ମାମଲାରେ ହେଲେ ଗିରଫ
ଆଲିଆଙ୍କ ଆକାଉଣ୍ଟରୁ ଲୁଟିଥିଲେ ଟଙ୍କା

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ୍ସ ଆସିଷ୍ଟାଣ୍ଟ ବେଦିକା ପ୍ରକାଶ ଶେଟ୍ଟିଙ୍କୁ ଗିରଫ କରାଯାଇଛି । ଆଲିଆଙ୍କ ପ୍ରଡକ୍ସନ ହାଉସ ଏବଂ ପର୍ସନାଲ ଆକାଉଣ୍ଟରୁ ୭୭ ଲକ୍ଷ ଠକେଇ କରିଥିବା ତାଙ୍କ ଉପରେ ଆରୋପ ଲଗାଯାଇଛି । ଜୁହୁ ପୋଲିସ ଏହି ମାମଲାରେ ବେଦିକାଙ୍କୁ ଗିରଫ କରିଛି । ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ ହାଉସ 'ଏଟରନଲ ସନଶାଇନ ପ୍ରଡକ୍ସନ ପ୍ରାଇଭେଟ ଲିମିଟେଡ' ଏବଂ ଆଲିଆଙ୍କ ପର୍ସନଲ ଆକାଉଣ୍ଟରୁ ବେଦିକା ୭୭ ଲକ୍ଷ ଟଙ୍କା ଠକି ନେଇଥିଲେ । କେବଳ ସେତିକି ନୁହେଁ ଆହୁରି ମଧ୍ୟ ଖୁଲାସା ହୋଇପାରେ ବୋଲି ଅନ୍ୟ ଅଧିକାରୀମାନେ କହିଛନ୍ତି ।

ଆଲିଆଙ୍କ ମାଆ ସୋନି ରାଜଦାନଙ୍କ ଅଭିଯୋଗରେ ପୋଲିସ ଏହି ମାମଲା କିଛି ମାସ ପୂର୍ବରୁ ଜାରି କରିଥିଲା । ପାଖାପାଖି ୫ ମାସ ପରେ ତାଙ୍କୁ ବ୍ୟାଙ୍ଗଲୋରରୁ ଗିରଫ କରାଯାଇଛି । ଆଲିଆଙ୍କ ଜାଲ ଦସ୍ତଖତ କରି ବେଦିକା ଦୁଇ ବର୍ଷ ମଧ୍ୟରେ ତାଙ୍କଠାରୁ ୭୭ ଲକ୍ଷ ଟଙ୍କା ଲୁଟିଥିଲେ ।ଆଲିଆଙ୍କ ଏଟରନାଲ ସନଶାଇନ ପ୍ରଡକ୍ସନ ୨୦୨୧ରେ ସ୍ଥାପିତ କରାଯାଇଥିଲା । ଏହି ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ଥିଲା ଡାର୍ଲିଙ୍ଗ୍ସ । ଏହି ସମୟରେ ତାଙ୍କ ସହ କାମ କରୁଥିଲେ ବେଦିକା ଶେଟ୍ଟି ।

ବେଦିକା ଶେଟ୍ଟିଙ୍କୁ ଆଲିଆଙ୍କ ପ୍ରଡକ୍ସନ ହାଉସର ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଏବେ କୁହାଯାଉଛି କି ସେ ତାଙ୍କ ପଦର ଦୂରୁପଯୋଗ କରିଥିଲେ । ଏବଂ ଆଲିଆଙ୍କ ପ୍ରଡକ୍ସନ ହାଉସର ବ୍ୟକ୍ତିଗତ ଆକାଉଣ୍ଟରୁ ଟଙ୍କା ଲୁଟିଥିଲେ । କିନ୍ତୁ ବର୍ତ୍ତମାନ ଯାଏଁ ଆଲିଆ କିମ୍ବା ତାଙ୍କ ଟିମଙ୍କ ପକ୍ଷରୁ ଏ ମାମଲାରେ କୌଣସି ବୟାନ ଦିଆଯାଇନାହିଁ । ତେବେ ବେଦିକା ଉର୍ବଶୀ ରାଉଟେଲାଙ୍କ ସହ ମଧ୍ୟ ଠକେଇ କରିଥିବା ଅଭିଯୋଗ କରିଥିଲେ ଉର୍ବଶୀଙ୍କ ମାଆ । ୨୦୧୫ରୁ ୨୦୧୭ ଭିତରେ ସେ ଉର୍ବଶୀଙ୍କର ମଧ୍ୟ ଆସିଷ୍ଟାଣ୍ଟ ଥିବା ବେଳେ ତାଙ୍କର ଡ୍ରେସ ସହ ଅନେକ କିଛି ଜିନିଷ ଘରୁ ଚୋରି ଏବଂ ଠକେଇ କରିଥିଲେ । ତେବେ ବର୍ତ୍ତମାନ ଆରୋପୀଙ୍କୁ ଗିରଫ କରାଯାଇ କୌର୍ଟ ଚାଲାଣ କରାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Alia bhatt's Ex Assistant arrested by Juhu Police in 77 lakh fraud | Argus News