Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଈଶାନଙ୍କ ପ୍ରେମରେ ଶାହୀନ, ଭାଇରାଲ ହେଉଛି ଫଟୋ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଈଶାନଙ୍କ ପ୍ରେମରେ ଶାହୀନ, ଭାଇରାଲ ହେଉଛି ଫଟୋ...

ପ୍ରେମରେ ପଡିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ । ଯାହାକୁ ନେଇ ସବୁଠି ଚର୍ଚ୍ଚା। ସୋସିଆଲ ମିଡିଆରେ ଶାହୀନ ଭଟ୍ଟ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଚର୍ଚ୍ଚା। ଶାହୀନ ପ୍ରେମିକ ଈଶାନ ମେହେରାଙ୍କ ସହ ଫଟୋ ଶେୟାର କରି ସମ୍ପର୍କ ଉପରୁ ପରଦା ହଟାଇଛନ୍ତି। ଜନ୍ମଦିନ ଥିବା ଯୋଗୁ ଉଭୟଙ୍କ କିଛି ସ୍ମରଣୀୟ ଫଟୋ ଦେଇ ସେ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଫଟୋରେ ଆଲିଆ ପ୍ରତିକ୍ରିୟା ରଖିଛନ୍ତି। ଈଶାନଙ୍କୁ ସେ ପସନ୍ଦର ସାଥୀ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ପୋଷ୍ଟରେ ଭଉଣୀ ପୂଜା ଭଟ୍ଟ, ନୀତୁ କପୁର, ମସାବା ଗୁପ୍ତା, ପରିଣୀତି ଚୋପ୍ରା, ଅନନ୍ୟା ପାଣ୍ଡେ, ବାଦଶାହାଙ୍କ ଭଳି କଳାକାର ପ୍ରତିକ୍ରିୟା ରଖିଛନ୍ତି।

ସର୍ବଦା ଲାଇମ୍‌ଲାଇଟ୍‌ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ଆଲିଆଙ୍କ ଭଉଣୀ । ହେଲେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିକଟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ ସେ ତାଙ୍କ ଖରାପ ସମୟ ସହ ଡିପ୍ରେସନକୁ ଚାଲିଯାଇଥିବା ଦିନଗୁଡ଼ିକୁ ମନେ ପକାଇଛନ୍ତି। ଏବେ କିନ୍ତୁ ସମୟ ବଦଳିଛି। ସେ ସେଥିରୁ ମୁକ୍ତ ହୋଇ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ପ୍ରଶଂସକ ମଧ୍ୟ ଏହି ଯୋଡିକୁ ପସନ୍ଦ କରୁଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
alia-bhatts-sister-shaheen-bhatt-makes-relationship-with-bf-ishaan-mehra-offical | Argus News