Videos
|
Entertainment

Alia Bhatt / ଶ୍ୱଶୁରଙ୍କ ବିନା ଘର ଅଧୁରା, ଇମୋସନାଲ ହେଲେ ରଣବୀର-ଆଲିଆ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଶ୍ୱଶୁରଙ୍କ ବିନା ଘର ଅଧୁରା, ଇମୋସନାଲ ହେଲେ ରଣବୀର-ଆଲିଆ
Alia Bhatt

Key Points

୨୫୦ କୋଟିର ଘରେ ଗୃହ ପ୍ରବେଶ କଲେ ଆଲିଆ-ରଣବୀର
ରିଷି କପୁରଙ୍କୁ ମନେ ପକାଇ ଇମୋସନାଲ ହେଲେ ଅଭିନେତା
ଶ୍ୱଶୁରଙ୍କୁ ମନେ ପକାଇଲେ ଆଲିଆ। ଇମୋସନାଲ ହୋଇଗଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ୨୫୦ କୋଟିର ଘର ତିଆରି କଲେ, ହେଲେ ପାଖରେ ନାହାନ୍ତି ଶ୍ୱଶୁର ରିଷି କପୁର। ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ବଲିଉଡ୍‌ର ମୋଷ୍ଟ ଆଡରେବଲ କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଶୁକ୍ରବାର, ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ନଭେମ୍ବର ୨୦୨୫ର କିଛି ବିଶେଷ ସ୍ମୃକୁ ସେୟାର କରିଛନ୍ତି । ଯାହା ବହୁତ ହୃଦୟସ୍ପର୍ଶୀ ଥିଲା। ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ନଭେମ୍ବର ୨୦୨୫, ତୁମେ ଦେଢ଼ ମାସ ପରି ଥିଲା ।" ଆଲିଆ ଭଟ୍ଟ ଏବଂ ତାଙ୍କ ଝିଅ ରାହାଙ୍କ ସହିତ ଫଟୋ ଆରମ୍ଭ ହୁଏ। ଯେଉଁଥିରେ ପିଙ୍କ ରଙ୍ଗର ଆଉଟଫିଟ ପିନ୍ଧିଛନ୍ତି ।



ପରବର୍ତ୍ତୀ ସ୍ଲାଇଡରେ ହୋୱାର୍ମିଂ ଉତ୍ସବର ସୁନ୍ଦର ଫଟୋ ରହିଛି, ଯେଉଁଥିରେ ଆଲିଆ ଏବଂ ରଣବୀର ପ୍ରବେଶ ଦ୍ୱାରରେ ଏକ କଳଶ ସହ ସେମାନଙ୍କର ନୂତନ ଘରକୁ ପ୍ରବେଶ କରୁଥିବାର ଦେଖାଯାଉଛି । ଆଲିଆ ଗୋଲ୍ଡେନ ଶାଢ଼ିରେ ନଜର ଆସିଥିବା ବେଳେ ରଣବୀର ହ୍ୱାଇଟ କୁର୍ତ୍ତା ପାଇଜାମା ପିନ୍ଧିଥିବାର ଦେଖିବାକୁ ମିଳିଛି । ଶାଶୂ ନୀତୁ କପୁର, ଝିଅ ରାହା ଏବଂ ସ୍ୱାମୀଙ୍କ ସହ ଗୃହ ପ୍ରବେଶ କରିଛନ୍ତି ଆଲିଆ । ଏଥିସହ କପୁର ପରିବାର ଏହି ନୂତନ ଘରେ ରାହାଙ୍କ ତୃତୀୟ ଜନ୍ମଦିନ ପାଳନ କରିଥିଲେ। ହେଲେ ଆଲିଆ ପ୍ରଥମେ ଏହି ଉତ୍ସବକୁ ବ୍ୟକ୍ତିଗତ ରଖିଥିଲେ, କିନ୍ତୁ ଏବେ ସେ ତାଙ୍କ ହାଉସୱାର୍ମିଂ ସମାରୋହ ଏବଂ ରାହାଙ୍କ ଜନ୍ମଦିନ ସେଲିବ୍ରେସନ ଫଟୋ ସେୟାର କରିଛନ୍ତି। ଏହାସହ ତାଙ୍କ ଶ୍ୱଶୁରଙ୍କୁ ମନେ ପକାଇଛନ୍ତି ଆଲିଆ ଭଟ୍ଟ ଏବଂ ପୁଅ ରଣବୀର କପୁର।

ଏଥିସହ ପଢ଼ନ୍ତୁ: ନିୟମ ଉଲ୍ଲଂଘନ କରିବା ମସ୍କଙ୍କୁ ପଡ଼ିଲା ମହଙ୍ଗା, ଦେବେ ମୋଟା ଅଙ୍କର ଜରିମାନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ମାସରେ ମୁମ୍ବାଇର ପାଲି ହିଲରେ ଥିବା ସେମାନଙ୍କର ବିଳାସପୂର୍ଣ୍ଣ ୬ ମହଲା ବିଶିଷ୍ଟ ଘରର କିଛି କାମ ବାକି ଥିଲା । ଏବେ ତାହା ସମ୍ପୂର୍ଣ୍ଣ ହୋଇଛି ଏବଂ ସେମାନେ ତାଙ୍କର ସୁନ୍ଦର ଘରକୁ ଶିଫ୍ଟ ହେବା ସହ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି । ଆଲିଆ ଭଟ୍ଟଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଆଲିଆଙ୍କ ପାଖରେ କିଛି ବଡ଼ ଫିଲ୍ମ ପ୍ରୋଜେକ୍ଟ ଅଛି, ଯାହା ମଧ୍ୟରୁ ଗୋଟିଏ ହେଉଛି ଆଲଫା, ଏକ ଆକ୍ସନ୍-ପ୍ୟାକ୍ଟ ଥ୍ରୀଲର ।



ଅନ୍ୟପଟେ ଝିଅ ରାହାଙ୍କ ଜନ୍ମଦିନର ଏକ ଫଟୋ ଆସିଛି, ଯେଉଁଥିରେ ଆଲିଆ ତାଙ୍କ ବନ୍ଧୁମାନଙ୍କ ସହ ଦେଖାଯାଉଛି । ଅନ୍ୟ ଏକ ଫଟୋରେ ଆଲିଆ ତାଙ୍କ ମାଆ ସୋନି ରାଜଦାନଙ୍କ ସହିତ ପୋଜ୍ ଦେଉଛନ୍ତି । ଆଉ ଏକ ହୃଦୟସ୍ପର୍ଶୀ ଫଟୋରେ ନୀତୁ ଆଲିଆଙ୍କୁ ଆଲିଙ୍ଗନ କରୁଥିବା ସହ ଅନ୍ୟ ଫଟୋରେ ଦମ୍ପତି ଏକାଠି ପୂଜାର୍ଚ୍ଚନା କରୁଛନ୍ତି ଆଲିଆ ହାତ ଯୋଡିଥିବା ବେଳେ ଏବଂ ରଣବୀର ତାଙ୍କ ପିତାଙ୍କ ଫଟୋ ଆଗରେ ସମ୍ମାନର ସହିତ ପ୍ରଣାମ କରୁଥିବା ମଧ୍ୟ ଦେଖାଯାଉଛି । ଆଲିଆଙ୍କ ଘରକୁ ଫ୍ୟାନ୍ସମାନେ ବାହାରୁ ଦେଖିଥିବାରୁ ଭିତରର ଦୃଶ୍ୟ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ। ତେବେ ଆଲିଆ କେବେ ତାଙ୍କ ୨୫୦ କୋଟିର ଘର ଭିତରର କିଛି ଦୃଶ୍ୟ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଛନ୍ତି ତାକୁ ହିଁ ଅପେକ୍ଷା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories