Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଲ୍ଲୁ-ଏଟଲି ଯୋଡିକୁ ନେଇ ଚର୍ଚ୍ଚା, ଆସୁଛି ଧମାକେଦାର ଫିଲ୍ମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଲ୍ଲୁ-ଏଟଲି ଯୋଡିକୁ ନେଇ ଚର୍ଚ୍ଚା, ଆସୁଛି ଧମାକେଦାର ଫିଲ୍ମ

ଖୁସି ଖବର ଦେଲେ ନିର୍ଦ୍ଦେଶକ ଏଟଲି। ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କ ପାଇଁ ବହ ସରପ୍ରାଇଜ। ୪୩ତମ ଜନ୍ମଦିନରେ ନୂଆ ଫିଲ୍ମ ଘୋଷଣା କରିଛନ୍ତି ପୁଷ୍ପା ଅଲ୍ଲୁ ଅର୍ଜୁନ । ଫିଲ୍ମର ଟାଇଟଲ ‘ଏଏ ୨୨ ଏକ୍ସ ଏ୬’ ହୋଇପାରେ। ଏଟ୍‌ଲି ଏହାର ନିର୍ଦ୍ଦେଶନା ଦେବେ ଏବଂ ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବ ସନ୍‌ ପିକ୍‌ଚର୍ସ । ଅଲ୍ଲୁଙ୍କୁ ନେଇ ଧମାଲ କରିବେ ଏଟଲି। ଯାହାକୁ ଦର୍ଶକ ଅପେକ୍ଷା କରିଛନ୍ତି। ଗତ ମଙ୍ଗଳବାର ପ୍ରଡକ୍ସନ୍‌ ହାଉସ୍‌ ନିଜର ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏ ବିଷୟରେ ସୂଚନା ଦେଇ ଅଲ୍ଲୁଙ୍କ ପରବର୍ତ୍ତୀ ପ୍ରୋଜେକ୍ଟକୁ ନେଇ ଇଣ୍ଡଷ୍ଟ୍ରିରେ ଚାଲିଥିବା ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛି।

ଏକ ଭିଡିଓ ମଧ୍ୟ ସେୟାର କରିଛି, ଯେଉଁଥିରେ ସନ୍‌ ପିକ୍‌ଚର୍ସ ମୁଖ୍ୟ କାଲାନିଥି ମାରନ୍‌ଙ୍କ ସହ ଅଲ୍ଲୁ ଓ ଏଟ୍‌ଲିଙ୍କ ବୈଠକ ଦେଖିବାକୁ ମିଳିଛି। ଆମେରିକାର ଶୀର୍ଷ ଭିଏଫ୍‌ଏକ୍ସ ଷ୍ଟୁଡିଓକୁ ଦୁହେଁ ଯାତ୍ରା କରୁଥିବା ମଧ୍ୟ ଏହା ଦର୍ଶାଇଛି । ଫିଲ୍ମଟି ଦମ୍‌ଦାର ଆକ୍ସନ୍‌-ପ୍ୟାକ୍‌ଡ ହେବ ବୋଲି ଏଥିରୁ ଜଣାପଡୁଛି । ୨୦୨୪ ଅଲ୍ଲୁଙ୍କ ପାଇଁ ସଫଳ ବର୍ଷ ଥିଲା । ତାଙ୍କର ‘ପୁଷ୍ପା-୨’ ବକ୍ସ ଅଫିସ୍‌ରେ ନୂଆ ଇତିହାସ ସୃଷ୍ଟି କରି ଅନେକ ରେକର୍ଡ ଭାଙ୍ଗିଲା । ନୂଆ ଫିଲ୍ମକୁ ନେଇ ଅଧିକ ଅପଡେଟ୍‌ ମିଳିପାରିନଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ଆଶା।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
allu-arjun-and-atlees-new-project-tentatively-titled-aa22-or-a6-is-generating-significant-buzz | Argus News