Allu Arjun / ମହାପ୍ରଭୁଙ୍କ ମୂର୍ତ୍ତି ପାଇଁ ଜୋତା ଖୋଲିଲେ ଅଲ୍ଲୁ ଅର୍ଜୁନ, ଭାଇରାଲ ହେଲା ଭିଡିଓ

Key Points
ଅଲ୍ଲୁ ଅର୍ଜୁନଙ୍କ ଭକ୍ତି ଜିତିଲା ସମସ୍ତଙ୍କ ହୃଦୟ
ପରଦାରେ ଷ୍ଟାର୍, ହୃଦୟରେ ଜଗନ୍ନାଥ ଭକ୍ତି
ମହାପ୍ରଭୁଙ୍କୁ ସମ୍ମାନ ଜଣାଇ ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ
ପରଦାରେ ଷ୍ଟାର୍ କିନ୍ତୁ ହୃଦୟରେ ଭକ୍ତି ଓ ସଂସ୍କାର । ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ଷ୍ଟେଜ୍ ଉପରେ ନିଜ ଜୋତା ଖୋଲିଦେଲେ ଦକ୍ଷିଣୀ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଖାଲି ପାଦରେ ଆଗକୁ ବଢ଼ି ଶ୍ରଦ୍ଧାର ସହ ମହାପ୍ରଭୁଙ୍କ ମୂର୍ତ୍ତି ଗ୍ରହଣ କରି ଜଣାଇଲେ ନମସ୍କାର । ତାଙ୍କର ଏହି ବିନମ୍ର ଆଚରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ହୃଦୟ ଜିତିଥିବାବେଳେ, ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ପ୍ରଶଂସା ସାଉଁଟୁଛି ।
ପରଦାରେ ଷ୍ଟାଇଲିସ୍ ଷ୍ଟାର୍... କିନ୍ତୁ ବାସ୍ତବ ଜୀବନରେ ସଂସ୍କୃତି ଓ ଆସ୍ଥା ପ୍ରତି ଗଭୀର ସମ୍ମାନ । ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ଷ୍ଟେଜ୍ ଉପରେ ନିଜ ଜୋତା ଖୋଲି ଅଲ୍ଲୁ ଅର୍ଜୁନ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି ।
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପୁଣିଥରେ ନିଜର ଆଚରଣ, ଭଗବାନଙ୍କ ପ୍ରତି ସମ୍ମାନ ଯୋଗୁଁ ପ୍ରଶଂସାର ପାତ୍ର ହୋଇଛନ୍ତି । ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ଷ୍ଟେଜ୍ ଉପରେ ନିଜ ଜୋତା ଖୋଲିଥିଲେ । ଏହି ଦୃଶ୍ୟକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମନକୁ ଛୁଇଁଥିଲା ଆଉ ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅଲ୍ଲୁ ଅର୍ଜୁନଙ୍କୁ ସମ୍ମାନ ସ୍ୱରୂପ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରଦାନ କରାଯାଉଥିଲା । ମୂର୍ତ୍ତି ଗ୍ରହଣ କରିବା ପୂର୍ବରୁ ସେ ତୁରନ୍ତ ନିଜର ଜୋତା ଖୋଲି ଖାଲି ପାଦରେ ଷ୍ଟେଜ୍ ଉପରକୁ ଯାଇଥିଲେ । ପରେ ସେ ଶ୍ରଦ୍ଧାର ସହ ମୂର୍ତ୍ତିକୁ ଗ୍ରହଣ କରି ନମସ୍କାର ଜଣାଇଥିଲେ ।
ଅଲ୍ଲୁ ଅର୍ଜୁନଙ୍କ ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ଅନେକେ ପ୍ରଶଂସା କରୁଛନ୍ତି । ଅନେକ ୟୁଜର୍ସ କହିଛନ୍ତି ଯେ, ଧାର୍ମିକ ପରମ୍ପରା ଓ ଆସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରିବାରେ ଅଭିନେତାଙ୍କ ଏହି ଆଚରଣ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ।
ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ଏବଂ ଭକ୍ତମାନଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ଏହି ବିନମ୍ରତାକୁ ପ୍ରଶଂସା କରୁଛନ୍ତି ।
A simple gesture. A lasting impression.
— TeluguBulletin.com (@TeluguBulletin) July 28, 2026
When a fan presented him with a Lord Jagannath idol at the #AAFAAnnualSummit, ICON STAR @alluarjun removed his shoes before receiving it, reflecting humility and deep respect.#AlluArjun #LordJagannath pic.twitter.com/YaGG0J7oMT
📱 Get Argus News App
✨Related Topics
Explore more stories