Videos
|
Entertainment

୧୦୦ କୋଟି ବ୍ୟାଙ୍କ୍‌ ଠକେଇ ମାମଲା, ଫସିଲେ ଅଲ୍ଲୁଙ୍କ ବାପା

Banajyotshna Ray
Browse all articles by Banajyotshna Ray
·1 year ago·1 min read
୧୦୦ କୋଟି ବ୍ୟାଙ୍କ୍‌ ଠକେଇ ମାମଲା, ଫସିଲେ ଅଲ୍ଲୁଙ୍କ ବାପା

Key Points

୧୦୦ କୋଟି ବ୍ୟାଙ୍କ୍‌ ଠକେଇ ମାମଲା
ଫସିଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ପଚରାଉଚରା କରିବ ଇଡି

ଚର୍ଚ୍ଚାରେ ପାନ୍‌ ଇଣ୍ଡିଆ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବାପା । ଠକେଇ ମାମଲାକୁ ନେଇ ବାପାଙ୍କ ସମେତ ଅଲ୍ଲୁ ମଧ୍ୟ ଚିନ୍ତାରେ ଅଛନ୍ତି। ୧୦୧.୪ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ଓ ମନି ଲଣ୍ଡ୍ରିଂ ମାମଲାକୁ ନେଇ ପଚରାଉଚରା ହୋଇଥିଲା । ଏ ମାମଲା ଦୁଇଟି କମ୍ପାନି- ରାମକୃଷ୍ଣ ଇଲେକ୍ଟ୍ରୋନିକ୍ସ ଓ ରାମକୃଷ ଟେଲିଟ୍ରନିକ୍ସ ସହ ଜଡ଼ିତ । ପାନ୍‌ ଇଣ୍ଡିଆ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବାପା ଓ ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ମନି ଲଣ୍ଡ୍ରିଂ ଓ ବ୍ୟାଙ୍କ୍‌ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି । ଇଡି ଗତ ଶୁକ୍ରବାର ହାଇଦ୍ରାବାଦରେ ତାଙ୍କୁ ୩ ଘଣ୍ଟା ପଚରାଉଚରା କରିଛି ।

ତେବେ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅଲ୍ଲୁ ଅରବିନ୍ଦ ଗଣମାଧ୍ୟମ ସହ କଥା ହେଲେ । ସେ କହିଲେ, ୨୦୧୭ରେ ସେ ଏକ ସମ୍ପତ୍ତି କିଣିଥିଲେ । ମାମଲା ତା’ରି ସହ ସମ୍ପୃକ୍ତ । ଗ୍ରେଟ୍‌ ଆନ୍ଧ୍ରା ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ସେ କହିଛନ୍ତି ‘ମୁଁ ଆଇନକୁ ସମ୍ମାନ କରୁଥିବା ଜଣେ ନାଗରିକ । ଯାଞ୍ଚ୍‌ ଠିକ୍‌ରେ ଆଗକୁ ଯାଉ, ସେଥିପାଇଁ ମୁଁ ଇଡିକୁ ସହଯୋଗ କରୁଛି । ଏବେ ଏଜେନ୍ସି ଯାଞ୍ଚ୍‌ କରୁଥିବାରୁ ମାମଲା ସମ୍ପର୍କିତ ତଥ୍ୟ ଦେଇପାରିବେ ନାହିଁ ବୋଲି ସେ କହିଲେ । ଏହି ଘଟଣାକୁ ନେଇ ଅଲ୍ଲୁଙ୍କ ଫ୍ୟାନ୍ସ ବି ଚିନ୍ତା ପ୍ରକଟ କରୁଛନ୍ତି। ଏହି ଘଟଣା କେତେଦୂର ସତ କି ମିଛ ତାହା ଜାଣିବାକୁ ସମସ୍ତଙ୍କର ଇଛା। ତେବେ ତଦନ୍ତ ଚାଲିଛି, ଆଗକୁ ସବୁକିଛି ସତ ସାମ୍ନାକୁ ଆସିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
allu-arjuns-father-and-producer-allu-aravind-questioned-by-ed-in-rs-1014-crore-bank-fraud-case-news | Argus News