Videos
|
Entertainment

ଆଖି ବୁଜିଲେ ଅଭିନେତା ଅଲ୍ଲୁଙ୍କ ଜେଜେମାଆ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଆଖି ବୁଜିଲେ ଅଭିନେତା ଅଲ୍ଲୁଙ୍କ ଜେଜେମାଆ

Key Points

ଆଉ ନାହାନ୍ତି ଅଲ୍ଲୁଙ୍କ ଜେଜେମାଆ
୯୪ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ଵାସ

ପରିବାରରେ ଦୁଃଖର ଛାଇ

ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଖିରେ ଲୁହ। ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳିଯାଇଛି। ଦୁନିଆକୁ ଅଲବିଦା କହିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଜେଜେମା'। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । କନକରତ୍ନମ ଅଲ୍ଲୁ ଅର୍ଜୁନଙ୍କ ବାପାଙ୍କ ମାଆ ଓ ରାମ ଚରଣଙ୍କ ମାଆଙ୍କ ମାଆ ଅଟନ୍ତି । ତେବେ ତାଙ୍କ ଦେହାନ୍ତରେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି । ବୟସ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଚଳିତ ମାର୍ଚ୍ଚ ମାସରେ କନକରତ୍ନମଙ୍କୁ ହାଇଦ୍ରାବାଦରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ନିଜ ଘରେ ଦୁନିଆକୁ ଅଲବିଦା କହିଛନ୍ତି ।


କହିବାକୁ ଗଲେ ଦୁଇ ବର୍ଷ ପୂର୍ବେ, ଅଲ୍ଲୁ ରାମଲିଙ୍ଗାୟଙ୍କ ୧୦୦ ବର୍ଷର ଐତିହ୍ୟକୁ ସ୍ମରଣ କରିବା ପାଇଁ ଏକ କାର୍ଯ୍ୟକ୍ରମରେ, ତାଙ୍କୁ ହ୍ୱିଲଚେୟାରରେ ବସି ମଞ୍ଚ ଉପରକୁ ଅଣାଯାଉଥିବାର ଦେଖାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । କନକରତ୍ନମଙ୍କ ଦେହାନ୍ତ ଖବର ଆସିବା ହେବା ମାତ୍ରେ, ଅଲ୍ଲୁ ଅର୍ଜୁନଙ୍କ ମାମୁଁ ଚିରଞ୍ଜିବୀଙ୍କ ସମେତ ଅନ୍ୟ କଳାକାର ସଦସ୍ୟମାନେ ଅଲ୍ଲୁଙ୍କ ଘରେ ପହଞ୍ଚିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ରାମ ଚରଣ ଉଭୟେ ନିଜ ପରିବାର ସହ ରହିବା ପାଇଁ ସେମାନଙ୍କର ଫିଲ୍ମ ସୁଟିଂକୁ ବନ୍ଦ ରଖିଛନ୍ତି । ଶନିବାର ଭୋର ସମୟରେ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଅଲ୍ଲୁଙ୍କ ଜେଜେମାଆ।

Allu Arjun's Grandmother Allu Kanakaratnam Passes Away At 94 || Argus News | Argus News