Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାହିଁକି ଏପରି ନିଷ୍ପତ୍ତି ନେଲେ ଅଲି ?

Entertainment

କାହିଁକି ଏପରି ନିଷ୍ପତ୍ତି ନେଲେ ଅଲି ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାହିଁକି ଏପରି ନିଷ୍ପତ୍ତି ନେଲେ ଅଲି ?

ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଟେଲିପରଦାର ଲୋକପ୍ରିୟ ଯୋଡି ଅଲି ଗୋନି ଏବଂ ଜାସ୍ମିନ ଭାସିନ । ଦୀର୍ଘ ବର୍ଷ ଧରି ରିଲେଶନସିପରେ ରହିବା ପରେ ଏବେ ଦୁହେଁ ବିବାହ କରିବାକୁ ମନ ବଳାଇଛନ୍ତି। ହେଲେ ବିବାହ ପୂର୍ବରୁ କିଛି ଏପରି ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଏହି ଯୋଡି। ନିଜର ବ୍ଲଗରେ ଅଲି ଗୋନି କିଛି ଏଭଳି କହିଛନ୍ତି, ଯାହାକୁ ନେଇ ସବୁଠି ଭାଇରାଲ। ୨୦୧୮ରେ ପରସ୍ପରକୁ ଭେଟିଥିଲେ ଅଲି-ଜାସ୍ମିନ। ପରବର୍ତ୍ତୀ ସମୟରେ ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ ଦୁହେଁ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଅଲି ଗୋନି କହିଛନ୍ତି, ଏହା ଏଭଳି ଏକ ନିଷ୍ପତ୍ତି ଯାହାକୁ ଆମେ ୫ ବର୍ଷ ଡେଟିଂ କରିବା ପରେ ନେଇଛୁ। ଆମେ ଏକାଠି ରହିବାକୁ ଏକ ବଡ଼ ଘର ଚାହୁଁଥିଲୁ, ଯାହା ବହୁତ କଷ୍ଟରେ ମିଳିଛି। ଆମେ ଏକାଠି ରହିବୁ ହେଲେ ନିଜ ନିଜ କୋଠରୀରେ। ଏହା ଏକ ନୂଆ ଯାତ୍ରା ହେବାକୁ ଯାଉଛି। ଏହା ସମ୍ପର୍କ ଆରମ୍ଭର ପ୍ରଥମ ପଦକ୍ଷେପ। ଧିରେ ଧିରେ ସବୁକିଛି ହେବ। କାରଣ ଏହା ବଡ଼ ପଦକ୍ଷେପ ଥିଲା ଏଥିଲାଗି ଅଧିକ ଦିନ ଲାଗିଲା ଗ୍ରହଣ କରିବାକୁ।

ଏହାପରେ ଜାସ୍ମିନ ଘରର ଆସବାବପତ୍ର ଫାଇନାଲ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। କାରଣ ସେ ୬ ବିଏଚ୍‌କେ ଘର ନେଇଥିଲେ ଯାହାକୁ ସେ ୪ କୋଠରୀ ବିଶିଷ୍ଠ ଘରେ ପରିବର୍ତ୍ତିତ କରିବେ। ଅପରପକ୍ଷେ ଉଭୟଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି। ଦୁହିଁଙ୍କୁ ଲାଫଟର ସେଫ୍‌' ସୋରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଯୋଡିକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରନ୍ତି। ନିଜ ବ୍ଲଗ ମାଧ୍ୟମରେ ଭଲ ଭଲ କଣ୍ଟେଣ୍ଟ ଦେଇ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି ଏହି ଷ୍ଟାର। ତେବେ ଦୁହିଁଙ୍କ ବିବାହ କେବେ ହେଉଛି ତାହା ଜଣାପଡିନଥିବାବେଳେ ଫ୍ୟାନ୍ସ ଅପେକ୍ଷାରତ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
aly-goni-and-jasmin-bhasin-announce-to-move-in-together-after-five-years-of-dating-the-former-says-it-is-a-big-decision-for-us | Argus News