Aly Goni / ଜାସମିନଙ୍କୁ ଛାଡି ମିଷ୍ଟ୍ରି ଗର୍ଲଙ୍କ ସହ ଅଲି, ଧୋକାକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ...
·5 months ago·2 min read

Key Points
ପ୍ରେମିକା ଜାସମିନ୍ ଭାସିନଙ୍କ ସହ ଭାଙ୍ଗିଗଲା କି ସମ୍ପର୍କ?
ଅଲି ଗୋନିଙ୍କ ସହ ଦେଖିବାକୁ ମିଳିଲା ମିଷ୍ଟ୍ରି ଗାର୍ଲ

କଣ ହୋଇଛି ବଲିଉଡରେ। ବୋଧେ କାହାର ନଜର ଲାଗିଯାଇଛି। ଗୋଟେ ପରେ ଗୋଟେ ଯୋଡି ଅଲଗା ହେବାରେ ଲାଗିଛନ୍ତି। କୁହାଯାଉଛି କି ଅଭିନେତା ଅଲି ଗୋନି ଏବଂ ଜାସମିନ୍ ଭାସିନଙ୍କ ଭିତରେ କିଛି ଠିକ ଛାଲିନାହିଁ । ଦୁହେଁ ଅଲଗା ହୋଇଯାଇଥିବା ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଦିନ ଧରି ଦୁହେଁ ଏକାଠି ରହିବା ପରେ ବର୍ତ୍ତମାନ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି। ଯାହା ପରେ ଫ୍ୟାନ୍ସଙ୍କ ମହଲରେ ଏହି ଖବର ଚର୍ଚ୍ଚା ଜୋର ଧରିଛି। ପ୍ରକୃତରେ ଘଟଣାକ୍ରମ କଣ ରହିଛି ଜାଣିବା ପାଇଁ ଫ୍ୟାନ୍ସ ବି ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି।
ଅନ୍ୟପଟେ ଅଲିଙ୍କୁ ଆଉ ଏକ ଝିଅ ସହ ଦେଖିବାକୁ ମିଳିଛି। ଅଲି ଏବଂ ଜାସମିନଙ୍କ ସମ୍ପର୍କ ବହୁ ପୁରୁଣା। ସେମାନେ ଭଲ ବନ୍ଧୁରୁ ଏବେ ଲଭ୍ ପାର୍ଟନର। ବିଗ୍ ବସ୍ 14ରେ ଦୁହେଁ ଦୁହିଁଙ୍କ ପ୍ରେମକୁ ଅନୁଭବ କଲେ। ପାଞ୍ଚ ବର୍ଷ ଡେଟ୍ କରିବା ପରେ, ଦୁହେଁ ଲିଭ୍ ଇନ୍ ରେ ରହିବାକୁ ନିଷ୍ପତ୍ତି ନେଲେ। ଅଲି ଜାସମିନ୍ ସହିତ ରହିବା ନିଷ୍ପତ୍ତିକୁ ଜୀବନର ଏକ ବଡ଼ ନିଷ୍ପତ୍ତି ବୋଲି କହିଛନ୍ତି। ଉଭୟ 2018 ରେ ମୁମ୍ବାଇରେ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ। ସେମାନଙ୍କୁ ଏକାଠି ଖତରୋଁ କେ ଖିଲାଡି-9 ରେ ମଧ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ପ୍ରେମରେ କେବେବି ବାଧକ ସାଜିନି ତାଙ୍କ ଧର୍ମ।
ଟିଭି ଅଭିନେତା ଅଲି ଗୋନି ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ତାଙ୍କୁ ବାନ୍ଦ୍ରାର ଏକ ରେଷ୍ଟୁରାଣ୍ଟ ବାହାରେ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଫଟୋ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସକ୍ରିୟ ହୋଇ ଉଠିଥିଲେ। କିଏ ପଚାରୁଛନ୍ତି, ଅଲିଙ୍କ ସହ ଏହି ରହସ୍ୟମୟୀ ଝିଅଟି କିଏ। ଆଉ କିଏ ପଚାରୁଛନ୍ତି କେହି ଅଲି ଜାସମିନ୍ ଭାସିନଙ୍କୁ ଠକିଛନ୍ତି କି? ବିବାଦ ବଢ଼ିବା ପୂର୍ବରୁ, ଅଲି ନିଜ ପ୍ରତିକ୍ରିୟା ଦେଇ ଫ୍ୟାନ୍ସଙ୍କ ଡାଉଟ୍ କ୍ଲିଅର କରିଛନ୍ତି । ପ୍ରକୃତରେ ଘଟଣା କିଛି ଏମିତି। ପାପାରାଜିମାନେ ବାନ୍ଦ୍ରାର ଏକ ରେଷ୍ଟୁରାଣ୍ଟ ବାହାରେ ଅଲିଙ୍କୁ ଏକ ରହସ୍ୟମୟୀ ଝିଅ ସହିତ ଦେଖିବାକୁ ପାଇଥିଲେ। ସେମାନେ କ୍ୟାମେରା ପାଇଁ ପୋଜ୍ ମଧ୍ୟ ଦେଇଥିଲେ। କିନ୍ତୁ ଜସମିନ୍ ତାଙ୍କ ସହିତ ନଥିଲେ।
ସେ କାଶ୍ମୀରରେ ଛୁଟି କାଟିବାକୁ ଯାଇଛନ୍ତି। ଅଲି ଏବଂ ସେହି ରହସ୍ୟମୟୀ ଝିଅର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ସେମାନଙ୍କୁ ଏକାଠି ଦେଖି, ୟୁଜରମାନେ ମନ୍ତବ୍ୟ ଦେଇଥିଲେ, "ଅଲିଙ୍କ ନୂଆ ପ୍ରେମିକା।" ଆଉ ଜଣେ ଲେଖିଛନ୍ତି, "ସେ କିଏ?" ଫ୍ୟାନ୍ସଙ୍କ ଏତେ ସବୁ ପ୍ରଶ୍ନ ଓ କନଫ୍ୟୁଜନ ଦୂର କରିବା ଅଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରହସ୍ୟମୟୀ ଝିଅର ପରିଚୟ ପ୍ରକାଶ କରି ଲେଖିଛନ୍ତି, " ସେ ମୋ ଭାଉଜ। ଇଏ କୌଣସି ମିଷ୍ଟ୍ରି ନୁହେଁ।" ପ୍ରେମିକା ଜାସମିନ୍ ଭାସିନ୍ ମଧ୍ୟ ଅଲିଙ୍କ ଏହି ମିଷ୍ଟ୍ରି ଗାର୍ଲଙ୍କ ଉପରେ କମେଣ୍ଟ ଦେଇଛନ୍ତି, " ସେ ମୋର ପ୍ରିୟ । ମୁଁ ଏଥର ତାଙ୍କୁ ଭେଟି ପାରିଲି ନାହିଁ। ସେ ଆମର ସବୁଠାରୁ ପ୍ରିୟ ଭାଉଜ, ତେଣୁ ତୁମେମାନେ ଶାନ୍ତ ରୁହ। " ଜାସମିନ୍ ଏବଂ ଅଲି ସେମାନଙ୍କର ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଏକାଠି ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ କୌଣସି ରହସ୍ୟମୟୀ ଝିଅ ଆସିନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: ମୁହଁ ଖୋଲିଲେ କଙ୍ଗନା: କହିଲେ, ମତେ ସମସ୍ତେ ଧୋକା ଦେଇଛନ୍ତି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories