Videos
|
Entertainment

Bollywood / ରିଆଲିଟି ଶୋ'ରେ ସତ ଓଗାଳିଲେ ଅମାଲ

Banajyotshna Ray
Browse all articles by Banajyotshna Ray
·12 months ago·3 min read
ରିଆଲିଟି ଶୋ'ରେ ସତ ଓଗାଳିଲେ ଅମାଲ

Key Points

ରିଆଲିଟି ଶୋ'ରେ ସତ ଓଗାଳିଲେ ଅମାଲ
କହୁ କହୁ ନିଜ ପରିବାର ବିଷୟରେ ସବୁ କହିଗଲେ
ଅମାଲଙ୍କ ବଡ଼ ବାପା ଅନୁ ମଲ୍ଲିକ କେମିତି କରନ୍ତି ହଇରାଣ  

ରିଆଲିଟି ଶୋ'ରେ ରିୟଲ କଥା କହିଦେଲେ ଅମାଲ ମଲ୍ଲିକ। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ନିଜ ପରିବାର ବିଷୟରେ ଏମିତି କହିଲେ ଅମାଲ, ଯାହା ଶୁଣିବା ପରେ ଫ୍ୟାନ୍ସ କହୁଛନ୍ତି ଏମିତି ବି ହୋଇପାରନ୍ତି ଅନୁ ମଲ୍ଲିକ। କୁହାଯାଏ ମୁମ୍ୱାଇ ହେଉଛି ମାୟାନଗରୀ। ଆଉ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖିବା ମାନେ ହେଉଛି ତୁମେ ସେହି ମାୟାନଗରୀର ଜଣେ କଣ୍ଡେଇ। ତୁମେ ସବୁ ଜାଣିଥିଲେ ବି ସବୁବେଳେ ପାଟି ବନ୍ଦ କରି ରହିବାକୁ ପଡିବ। ହେଲେ ବଲିଉଡ ଇଣ୍ଡଷ୍ଟ୍ରିରୁ ଏଭଳି କିଛି ଖବର ବର୍ତ୍ତମାନ ଆସିଛି ଯାହା ସବୁଠି ଭାଇରାଲ। ସିଙ୍ଗର ଅମାଲ ମଲ୍ଲିକ ବର୍ତ୍ତମାନ ରିଆଲିଟି ଶୋ ବିଗ୍‌ ବସ୍‌ ଶୋରେ ଅଛନ୍ତି।


ବିଗ୍ ବସ୍ ଘର କେବଳ ଖେଳ ଓ ମନୋରଞ୍ଜନର ସ୍ଥାନ ନୁହେଁ, ଏଠାରେ ପ୍ରମୁଖ ସେଲିବ୍ରିଟି ପ୍ରତିଯୋଗୀମାନେ ମଧ୍ୟ ସେମାନଙ୍କ ଜୀବନର ଅକୁହା କାହାଣୀ ବାଣ୍ଟନ୍ତି। ଏଥର ବିଗ୍ ବସ୍ -୧୯ରେ ସଂଗୀତଜ୍ଞ ଏବଂ ଗାୟକ ଅମାଲ୍ ମଲ୍ଲିକ ତାଙ୍କ ଅକୁହା କାହାଣୀ ଶେୟାର କରିଛନ୍ତି। ତାଙ୍କ ବାପା ଡବୁ ମଲ୍ଲିକଙ୍କୁ ତାଙ୍କ ବଡ଼ ବାପା ଅନୁ ମଲ୍ଲିକ କିପରି ହଇରାଣ କରୁଥିଲେ ଓ ତାଙ୍କ ମାଆ ଗର୍ଭବତୀ ଥିବା ବେଳେ କିଭଳି ତାଙ୍କୁ ଦୁର୍ବ୍ୟବହାର କରାଯାଉଥିଲା ସେ ବିଷୟରେ କହିଛନ୍ତି ଅମାନ। ଅନୁ ମଲ୍ଲିକ ଜଣେ ହୃଦୟହୀନ ମଣିଷ ବୋଲି ବି ସେ କହିଛନ୍ତି। ଏତେବଡ଼ ମ୍ୟୁଜିକ ଡାଇରେକ୍ଟରଙ୍କ ବିରୋଧରେ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପିଲାଦିନର ଏକ ଦୁଃଖଦ କାହାଣୀ ଶେୟାର କରିଥିଲେ ଅମାଲ୍। ସେ କହିଥିଲେ ଯେ ଥଆଙ୍କୁ ମାତ୍ର ୭ ବର୍ଷ ହୋଇଥିବା ବେଳେ ମୁମ୍ବାଇରେ ପ୍ରବଳ ବର୍ଷା ସମୟରେ ସେ ଜୁହୁର ରାସ୍ତାରେ ଫସି ଯାଇଥିଲେ। ଛାତି ପର୍ଯ୍ୟନ୍ତ ସେ ପାଣିରେ ବୁଡ଼ି ଯାଇଥିଲେ ଓ କାନ୍ଦୁଥିଲେ। ଏହି ସମୟରେ ବଡ଼ ବାପା ଅନୁ ମଲ୍ଲିକଙ୍କ ଗାଡ଼ି ସାମ୍ନାରେ ଛିଡ଼ା ହୋଇଥିଲା। ସାହାଯ୍ୟ ପାଇଁ ହାତ ବଢାଇଲା ପରେ ବି ଭିତରେ ଥିବା ଲୋକମାନେ ସେମାନଙ୍କ କାର ଦ୍ୱାର ଖୋଲିଲେ ନାହିଁ। ଏବଂ ସେଠାରୁ ଚାଲିଯାଇଥିଲେ। ସେ ଏ ଘଟଣା କେବେ ଭୁଲିପାରିବେନି ବୋଲି ଅମାଲ୍ କହିଛନ୍ତି। ଆଜି ବି ଏହା ମନେ ପଡ଼ିଲେ ତାଙ୍କୁ ରାଗ ଲାଗେ। ଏଥିପାଇଁ ସେ ଖୁବ ରାଗି ହୋଇଯାଇଛନ୍ତି। ଲୋକମାନେ କୁହନ୍ତି ମୁଁ ଖୁବ ଗାଳି ଦିଏ,ଏସବୁ ତାଙ୍କ ପିଲାଦିନର ଯନ୍ତ୍ରଣା ବୋଲି ଅମାଲ କହିଛନ୍ତି।


ଅମାଲ୍ ତାଙ୍କ ବାପା ଡାବୁ ମଲିକଙ୍କ ସଂଘର୍ଷ ଏବଂ ସଂଗୀତରେ ତାଙ୍କର ବିଫଳ କ୍ୟାରିଅର ପାଇଁ ତାଙ୍କ ବଡ଼ ବାପା ଅନୁ ମଲିକଙ୍କୁ ଦାୟୀ କରିଛନ୍ତି। ଅମାଲ୍ କହିଛନ୍ତି ଯେ ତାଙ୍କ ବଡ଼ ବାପା ତାଙ୍କ ବାପାଙ୍କୁ ଆଗକୁ ବଢ଼ିବାରେ ବାଧା ଦେବା ସହିତ ଦୁର୍ବ୍ୟବହାର କରିଥିଲେ। ତାଙ୍କ ବାପା ଡବୁ ମଲିକ କେବେବି ସଙ୍ଗୀତ ଜଗତରେ ତାଙ୍କର ପ୍ରାପ୍ୟ ସ୍ୱୀକୃତି ପାଇ ନଥିଲେ ଏବଂ ଏଥିପାଇଁ କେଉଁଠି ନା କେଉଁଠି ତାଙ୍କ ବଡ଼ ବାପା ଦାୟୀ ଥିଲେ। ଏନେଇ ସେ ଏକ ଘଟଣା ଶେୟାର କରିଥିଲେ।ଅମାଲ କହିଥିଲେ ଯେ ତାଙ୍କ ବାପାଙ୍କୁ ଏକ ଗୀତ ରେକର୍ଡ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ବର୍ଷ ବର୍ଷ ଧରି ସଂଘର୍ଷ ପରେ ଏହି ସୁଯୋଗ ପାଇ ସେ ବହୁତ ଖୁସି ହୋଇଥିଲେ। କିନ୍ତୁ କିଛି ଦିନ ପରେ, ଯେତେବେଳେ ଡବୁ ମଲିକ ଏକ ଦୋକାନରେ ସମାନ ଗୀତ ଶୁଣିଲେ, ସେ ଜାଣିଲେ ଯେ ଏହି ଗୀତଟି ତିନି ବର୍ଷ ପୁରୁଣା ଗୀତ ଏବଂ ଏହାକୁ ଉଦିତ ନାରାୟଣ ଗାଇଥିଲେ। ତାଙ୍କୁ କେବଳ ମିଛ ରେକର୍ଡିଂ ପାଇଁ ଡକାଯାଇଥିଲା। ଏହାପରେ ମୋ ବାପା ଭାଙ୍ଗି ପଡ଼ିଥିଲେ। ତାଙ୍କୁ କନଫିଡେନ୍ସ ପିଲ ଖାଇବାକୁ ପଡ଼ିଥିଲା ବୋଲି ଅମାଲ କହିଛନ୍ତି।


ତାଙ୍କ ବଡ଼ ବାପା ଅନୁ ମଲ୍ଲିକ ଜଣେ ଖରାପ ବ୍ୟକ୍ତି। ତାଙ୍କ ସ୍ତ୍ରୀଙ୍କ ପାଇଁ ତାଙ୍କ ସ୍ୱାଭବ ବଦଳିଗଲା ବୋଲି ଅମାଲ ଅଭିଯୋଗ ଆଣିଛନ୍ତି। ସେହିପରି ତାଙ୍କ ପ୍ରତି କରାଯାଇଥିବା ଅତ୍ୟାଚାରକୁ ନେଇ ଅମାଲ୍ କହିଛନ୍ତି ଯେ ମୋ ମାଆ ଯେତେବେଳେ ଗର୍ଭବତୀ ଥିଲେ, ତାଙ୍କୁ ବହୁତ କିଛି କୁହାଯାଉଥିଲା। ଆମେ ମିଳିତ ପରିବାରରେ ରହୁଥିଲୁ, ତେଣୁ ସେମାନେ ମୋ ମାଆଙ୍କୁ ବହୁତ କାମ କରିବାକୁ ବାଧ୍ୟ କରୁଥିଲେ। ଆଜି ମୁଁ ଓ ମୋ ଭାଇ ଅରମାନ ଯେଉଁ ସଫଳତା ପାଇଛୁ ତାହା କେବଳ ମାଆଙ୍କ ସଂଘର୍ଷ ଯୋଗୁ ହୋଇଛି ବୋଲି ଅମାନ କହିଛନ୍ତି। ତେବେ ଏଖବର ଶୁଣି ଅନୁ ମଲ୍ଲିକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।



Related Topics

Explore more stories

Bollywood | Amaal Mallik’s Shocking Revelation on Reality Show | Argus News | Argus News