Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଉପହାରରେ ରିହାନା ପାଇଲେ ହୀରାର ଛତା

Entertainment

ଉପହାରରେ ରିହାନା ପାଇଲେ ହୀରାର ଛତା

Smruti Parija
Browse all articles by Smruti Parija
·2 years ago·2 min read
ଉପହାରରେ ରିହାନା ପାଇଲେ ହୀରାର ଛତା

ଅର୍ଗସ ବ୍ୟୁରୋ: ଅନନ୍ତ ଅମ୍ଵାନୀ ଓ ରୀଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂ ପାର୍ଟିରେ ଅନେକ ଅତିଥିଙ୍କୁ ଦେଖିବାକୁ ମିଳିଥିଲା । ପାର୍ଟିରେ ସମସ୍ତ ସେଲିବ୍ରିଟିମାନଙ୍କୁ ଗୀତ ନାଚରେ ଝୁମାଇଥିଲେ ରିହାନା ।  ରିହାନାଙ୍କ ସହ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏହି କାର୍ଯ୍ୟକ୍ରମ ପାଇଁ ରିହାନା ନେଇଥିଲେ 54 କୋଟି । ରିହାନା ହେଉଛନ୍ତି  ଦୁନିଆର ସବୁଠାରୁ ଧନୀ ମହିଳା ଗାୟକ । ପପ୍ ମ୍ୟୁଜିକ୍ ସେଲିବ୍ରିଟିମାନଙ୍କ ମଧ୍ୟରୁ ରିହାନା ସବୁଠାରୁ ଧନୀ । 

କକ୍ ଟେଲ ପାର୍ଟିରେ ରିହାନା :-

ମାର୍ଚ୍ଚ 1 ରୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ଅନୁଷ୍ଠିତ ହୋଇଥିବା ପାର୍ଟିର ପ୍ରଥମ ଦିନରେ କକଟେଲ୍ ପାର୍ଟି ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆନ୍ତର୍ଜାତୀକ ପପ୍ ଷ୍ଟାର ରିହାନା ଗୀତ ଗାଇ ନାଚିଥିଲେ । ରିହାନା ତାଙ୍କର ଲୋକପ୍ରିୟ ଗୀତ ୱାଇଲ୍ଡ ଥିଙ୍ଗସ୍ ,ଚା ଅପ୍  ଏବଂ ହୀରା ଗୀତରେ ଜବରଦସ୍ତ ନାଚିଥିଲେ । ଏପରିକି ଶାହାରୁଖ ଖାନ, ରଣଭୀର ସିଂ, ଦୀପିକା ପାଦୁକୋନ ଏବଂ ପ୍ରସିଦ୍ଧ ନୃତ୍ୟ କୋରିଓଗ୍ରାଫର ଶିଆମାକ ଡାଭାର ରିହାନାଙ୍କ ଗୀତରେ  ନାଚିବାକୁ ଲାଗିଥିଲେ । ମଞ୍ଚରେ ଅମ୍ବାନୀ ପରିବାର ସହ ରିହାନା ମଧ୍ୟ ମଜା କରିଥିଲେ ।
ରିହାନା ଏହି ପାର୍ଟିରେ ଗୀତ ଗାଇ ଵିପୁଳ ପରିମାଣର ଟଙ୍କା ନେଇଥିଲେ । ତେବେ ରିହାନ୍ନା ପ୍ରି-ୱେଡିଂ  ପାର୍ଟି ପାଇଁ  ପାଇଁ ପ୍ରାୟ 8 ମିଲିୟନ୍ ଡଲାର୍ ନେଇଛନ୍ତି । ଯାହା ଭରତୀୟ ମୁଦ୍ରା ହିସାବରେ ପ୍ରାୟ 54 ରୁ 74 କୋଟି ଟଙ୍କା ବୋଲି କୁହାଯାଉଛି । ଜାଣାପଡିଛି କି ରହାନାଙ୍କ ଅଭିନୟରେ ଅମ୍ଵାନୀ ତାଙ୍କୁ ଏକ ହୀରା ଲାଗିଥିଵା ଛତା ଉପହାର କରିଛନ୍ତି । ଏହାକୁ ସେ ମଧ୍ୟ ଗ୍ରହଣ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିହାନା କେବଳ ତାଙ୍କ ଅଭିନୟ ସମୟରେ ମଜା କରିନଥିଲେ ବରଂ ପରେ ବଲିଉଡ ଗୀତରେ ନାଚିଲେ । ରିହାନାଙ୍କ ପାପାରାଜି ଭିଡିଓ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରିହାନା ଜାମନଗର ବିମାନବନ୍ଦରରେ ପୋଲିସ କର୍ମଚାରୀଙ୍କୁ ଆଲିଙ୍ଗନ କରିଥିଲେ । ସେଠାରେ ଉପସ୍ଥିତ ଥିବା ପାପାରାଜିଙ୍କ ସହ ବହୁତ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ସହିତ ଫଟୋ ମଧ୍ୟ ଉଠେଇଥିଲ । ପାପାରାଜି ରିହାନାଙ୍କୁ କିଛି ପ୍ରଶ୍ନ କରିଥିଲେ । ଆପଣ ଭାରତକୁ ଭଲ ପାଆନ୍ତି କି?  ରିହାନା କହିଲେ  ମୁଁ ଭାରତକୁ ବହୁତ ଭଲ ପାଏ । ଆଉ ଏହା ମଧ୍ୟ କହିଲେ ମୁଁ ଗତ କିଛି ଦିନ ହେଵ ଏପରି ଶୋ କିରିନଥିଲି ,ମୋତେ ଏଇଟା ଵହୁତ ଭଲ ଲଗିଲା ।  ମୁଁ ନିଶ୍ଚିତ ଭାଵେ  ଆଉ ଥରେ ଭାରତକୁ ଆସିଵାକୁ ଚାହେଁ । 

ରିହାନାଙ୍କ ପ୍ରକୃତ ନା ହେଉଛି ରବିନ୍ ରିହାନ୍ନା ଫେଣ୍ଟି । ରିହାନା ୧୯୮୮ ମସିହା ଫେବୃଆରୀ ୨୦ ବାରବାଡୋସରେ ଜନ୍ମ ହୋଇଥିଲେ । ସେ ୧୫ ଵର୍ଷ ଵୟସରେ ସଂଗୀତ  କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ ମସିହାରେ ତାଙ୍କର "ଗୁଡ୍ ଗର୍ଲ ଗୀତ" ଵିଶ୍ଵସ୍ତରୀୟ ସମ୍ମାନ ପାଇଥିଲେ । ରିହାନା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ 20 କୋଟିରୁ ଅଧିକ ମ୍ୟୁଜିକ୍  ବିକ୍ରି କରିଛନ୍ତି । ସେ ୩୩ ଵର୍ଷ ଵୟସରେ କୋଟିପତି ହୋଇଥିଲେ । ଏହା ସହିତ ସେ ଅନେକ ପୁରସ୍କାର ମଧ୍ୟ ଜିତିଥିଲେ । 

Painting
Sponsored
Ambanis paid Rihanna whopping ₹54 crore to perform at-pre-wedding-party | Argus News