Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଜଣାପଡ଼ିଲା କାହିଁକି ହେଇଥିଲା ଧନୁଷ-ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ର

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଜଣାପଡ଼ିଲା କାହିଁକି ହେଇଥିଲା ଧନୁଷ-ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ର

Key Points

ପ୍ରେମରେ ପଡ଼ିଛନ୍ତି ସୁପରଷ୍ଟାର
ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ି ମୃଣାଲଙ୍କ ପଛରେ ଧନୁଷ
ଜଣାପଡ଼ିଲା କାହିଁକି ହେଇଥିଲା ଧନୁଷ-ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ର

ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ସୁପରଷ୍ଟାର। ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍‌। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସାଉଥର ସୁପରଷ୍ଟାର ଧନୁଷ। ଯାହାଙ୍କର ପ୍ରେମ ଖବର ବର୍ତ୍ତମାନ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଛାଡପତ୍ର ପରେ ପୁଣି ସୁପରଷ୍ଟାରଙ୍କୁ ଘାରିଲା ପ୍ରେମ ନିଶା । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଧନୁଷ ଓ ମୃଣାଲ ଠାକୁରଙ୍କ ସାଙ୍ଗରେ ଡେଟିଂ ଗୁଜବ ଚାଲିଛି। ଅଗଷ୍ଟ ୧ରେ ମୃଣାଲଙ୍କ ଜନ୍ମଦିନ ପାର୍ଟିରେ ଧନୁଷଙ୍କ ଉପସ୍ଥିତି ଏବଂ ମୁମ୍ବାଇରେ ‘ସନ୍ ଅଫ ସର୍ଦାର ୨’ର ସ୍ପେଶାଲ ସ୍କ୍ରିନିଂରେ ଦୁହିଁଙ୍କ ଘନିଷ୍ଠତା ଏହି ଗୁଜବକୁ ବଢ଼ାଇଛି। ଏକ୍ସରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଧନୁଷ ଓ ମୃଣାଲ ଘନିଷ୍ଠ ଭାବେ କଥାବାର୍ତ୍ତା କରୁଥିବା ଦେଖାଯାଇଛି।


ଭିଡିଓର କ୍ୟାପସନରେ ଲେଖାଯାଇଛି, “ଧନୁଷ ଓ ମୃଣାଲ ଠାକୁର ଡେଟିଂ କରୁଛନ୍ତି?” ଧନୁଷ ପୂର୍ବରୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ୨୦୦୩ରେ ବିବାହ କରିଥିଲେ ଏବଂ ୧୮ ବର୍ଷ ଏକାଠି ରହିବା ପରେ ୨୦୨୨ରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। କାହିଁକି ଦୁହେଁ ଅଲଗା ହୋଇଥିଲେ ? ଅଲଗା ହେବା ପଛର କାରଣ କଣ ମୃଣାଳ ? ଏଭଳି କିଛି କମେଣ୍ଟ କରୁଛନ୍ତି ଭ୍ୟୁୟର୍ସ।ପ୍ରଶଂସକମାନେ ଏହି ଭିଡିଓ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, “ଅନୁମାନ, କିନ୍ତୁ କିଛି ସଂକେତ ମିଳୁଛି।” ଅନ୍ୟ ଜଣେ କହିଛନ୍ତି, “ମୋ ମନେ ହୁଏ ସେମାନେ କେବଳ ବନ୍ଧୁ।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଜଣେ ଆଶ୍ଚର୍ଯ୍ୟ ହୋଇ ଲେଖିଛନ୍ତି, “ସତରେ? ବିଶ୍ୱାସ ହେଉନାହିଁ।” ଜୁଲାଇରେ ଲେଖକ-ନିର୍ମାତା କନିକା ଢିଲ୍ଲୋନଙ୍କ ଦ୍ୱାରା ଆୟୋଜିତ ଧନୁଷଙ୍କ ଆଗାମୀ ଚଳଚ୍ଚିତ୍ର ‘ତେରେ ଇଶ୍କ ମେଁ’ର ଏକ ପାର୍ଟିରେ ମୃଣାଲ ମଧ୍ୟ ଉପସ୍ଥିତ ଥିଲେ। କନିକା ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଧନୁଷ ଓ ମୃଣାଲ ଏକାଠି ହସୁଥିବା ଦେଖାଯାଇଛି। କାର୍ଯ୍ୟ କ୍ଷେତ୍ରରେ, ଧନୁଷ ଓ କ୍ରିତି ସାନନଙ୍କ ଚଳଚ୍ଚିତ୍ର ‘ତେରେ ଇଶ୍କ ମେଁ’ ନଭେମ୍ବର ୨୮ରେ ମୁକ୍ତିଲାଭ କରିବ। ଅନ୍ୟପଟେ, ମୃଣାଲ ଠାକୁର ଓ ଅଜୟ ଦେବଗନଙ୍କ ‘ସନ୍ ଅଫ ସର୍ଦାର ୨’ ଅଗଷ୍ଟ ୧ରେ ମୁକ୍ତିଲାଭ କରିସାରିଛି। ତେବେ, ଧନୁଷ କିମ୍ବା ମୃଣାଲ ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ସ୍ଥିତି ନେଇ କିଛି ନିଶ୍ଚିତ କରିନାହାନ୍ତି। କିନ୍ତୁ ଏହି ଯୋଡିକୁ ଫ୍ୟାନ୍ସମାନେ ଭଲ ପାଇବା ଦେଉଛନ୍ତି।



Sponsored
amid-dating-rumours-with-dhanush-mrunal-thakur-on-being-careful-about-sharing-too-much-bahut-nazar-lagti-hai | Argus News