Arijit Singh / ଅରିଜିତଙ୍କୁ ଏମିତି କହିଲେ ଆମିର, ରାଜି ହେଇଗଲେ ସିଙ୍ଗର...
·1 month ago·2 min read

Key Points
ଅରିଜିତଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଲେ ମିଷ୍ଟର ପରଫେକ୍ସନିଷ୍ଟ
ପୁଣି ଥରେ ଗୀତ ଗାଇବେ ସିଙ୍ଗର
ପୁଣି ଥରେ ଗୀତ ଗାଇବେ ସିଙ୍ଗର
ବଲିଉଡରୁ ପୁଣି ଆସିଲା ବଡ଼ ଖବର। ପୁଣି ଥରେ ଗୀତ ଗାଇବେ ସିଙ୍ଗର ଅରିଜିତ ସିଂହ। ଏମିତି କିଛି ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ସମସ୍ତଙ୍କର ଫେବରାଇଟ୍ ସିଙ୍ଗର। ଘରେ ଘରେ ଖୁବ ଫେମସ । ପ୍ରତିଟି କଣ୍ଠରେ ଶୁଣିବାକୁ ମିଳେ ତାଙ୍କର ଗୀତ । ହେଲେ ନିକଟରେ କୋଟି କୋଟି ଦର୍ଶକଙ୍କୁ କରିଥିଲେ ନିରାଶ । ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗକୁ କହିଥିଲେ ଅଲବିଦା । ଯାହା ଫଳରେ ହତାଶ ହୋଇଥିଲେ ଦର୍ଶକ ।
ସୋମବାର, ଅମିର ଖାନ ମୁର୍ଶିଦାବାଦର ଜିଆଗଞ୍ଜରେ ଥିବା ଗାୟକ ଅରିଜିତଙ୍କ ଘରକୁ ପରିଦର୍ଶନ କରୁଥିବା ସମୟରେ ନଜର ଆସିଥିଲେ । ଅରିଜିତ ଓ ଅମିରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କେହି କେହି କହୁଛନ୍ତି ଦୁହେଁ ଏକାଠି ଏକ ନୂଆ ପ୍ରୋଜେକ୍ଟ ଯୋଜନା କରୁଛନ୍ତି କି? ଅମିର ଖାନଙ୍କ ମୁମ୍ବାଇରୁ ଜିଆଗଞ୍ଜ ଯାତ୍ରାକୁ ପ୍ରଶଂସା କରାଯାଉଛି । ଅମିର ଖାନଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ବଲିଉଡରେ ମୋଷ୍ଟ ଡିମାଣ୍ଡିଂ ସିଙ୍ଗର ହେଉଛନ୍ତି ଅରିଜିତ୍ । ଅନେକ ବି ନିଷ୍ପତ୍ତିର ପୁନଃ ବିଚାର କରିବାକୁ ମତ ବାଢିଥିଲେ । ଏବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ, ଅମିର ଖାନ ବି ପହଞ୍ଚିଛନ୍ତି ଅରିଜିତ ଜିଆଗଞ୍ଜଙ୍କ ଘରେ । ଯାହାକୁ ଦେଖି ଅନେକ ଅନୁମାନ ବଢିଛି । କେହି କେହି କହୁଛନ୍ତି ଅରିଜିତ୍ଙ୍କୁ ବୁଝାଇବେ ଅମିର ଖାନ୍ ।
ଦେଖନ୍ତୁ ଏଠାରେ: କାହିଁକି ‘ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍’କୁ ବାଏ ବାଏ କଲେ ଅରିଜିତ
ଅମିର ଖାନଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଅରିଜିତଙ୍କ ଟେରାସରେ ତାଙ୍କ ଦଳ ସହିତ ଗୁଡ଼ି ଉଡ଼ାଉଥିବା ଦେଖାଯାଉଛି । ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ସେମାନେ ନିଶ୍ଚିତ ଭାବରେ ଏକ ପ୍ରୋଜେକ୍ଟ ସୁଟିଂ କରୁଛନ୍ତି । ଅରିଜିତ ଓ ଅମିରଙ୍କ ମଧ୍ୟରେ ଏକ ଦୀର୍ଘକାଳୀନ ସମ୍ପର୍କ ଅଛି । । କାରଣ ସେ ଗାୟକଙ୍କୁ ତାଙ୍କ ଘରେ ଭେଟିବା ପାଇଁ ପ୍ରାୟ ୨,୦୦୦ କିଲୋମିଟର ଯାତ୍ରା କରିଥିଲେ। ଗୋଟିଏ କ୍ଲିପରେ, ଅଭିନେତା ଏକ କାରରୁ ଓହ୍ଲାଇ ଫଟୋଗ୍ରାଫରମାନଙ୍କୁ ହାତ ହଲାଇ ଦେଖାଉଛନ୍ତି। ଅନ୍ୟ ଏକ ଭିଡିଓରେ, ସେ କାର ଭିତରେ ବସିଥିବା ଦେଖାଯାଇଛି । ସୁପରଷ୍ଟାରଙ୍କ ଏକ ଝଲକ ଦେଖିବା ପାଇଁ ବାହାରେ ଏକ ଭିଡ଼ ଜମା ହୋଇଥିଲା । ଭିଡିଓ ସାମ୍ନାକୁ ଆସିବା ପରେ, ଲୋକମାନେ ଅନୁମାନ କରୁଛନ୍ତି ।
କହିରଖୁ ଯେ, ଜାନୁଆରୀ ୨୭ ତାରିଖରେ, ଅରିଜିତ ଏକ ଭାବପ୍ରବଣ ନୋଟରେ ଲେଖିଥିଲେ, "ନମସ୍କାର। ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା। ବର୍ଷ ବର୍ଷ ଧରି ସମସ୍ତ ପ୍ରେମ ପାଇଁ ଧନ୍ୟବାଦ। ମୁଁ ଘୋଷଣା କରି ଖୁସି ହେଉଛି ଯେ ମୁଁ ପ୍ଲେବ୍ୟାକ୍ କଣ୍ଠଶିଳ୍ପୀ ଭାବରେ କୌଣସି ନୂତନ କାର୍ଯ୍ୟ ଗ୍ରହଣ କରିବି ନାହିଁ। ମୁଁ ଛାଡ଼ୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories