|
logo
Live

Argus News - Tax ପୈଠରେ ଆଗରେ ଅମିତାଭ

Entertainment

Tax ପୈଠରେ ଆଗରେ ଅମିତାଭ

Banajyotshna Ray
Browse all articles by Banajyotshna Ray
·1 year ago·2 min read
Tax ପୈଠରେ ଆଗରେ ଅମିତାଭ

କିଙ୍ଗ ଖାନଙ୍କୁ ପଛରେ ପକାଇଲେ ବିଗ୍‌ ବି। ଫ୍ୟାନ୍ସଙ୍କ ମନରେ ଚର୍ଚ୍ଚା ହେଉଥିବ ଯେ କେଉଁ କ୍ଷେତ୍ରରେ ଶାହାରୁଖ ଖାନଙ୍କୁ ପଛରେ ପକାଇଲେ ଅମିତାଭ ବଚ୍ଚନ। ୮୨ ବର୍ଷ ବୟସରେ ମଧ୍ୟ କାମକୁ ପ୍ରାଥମିକତା ଦେଉଛନ୍ତି ଅମିତାଭ ବଚ୍ଚନ। ଆଜିକାଲି ସେ ମଧ୍ୟ ତାଙ୍କର ଅପକମିଂ ପ୍ରୋଜେକ୍ଟରେ କାମ କରୁଛନ୍ତି, ତେବେ ତାଙ୍କୁ ନେଇ ଏକ ସୂଚନା ସମସ୍ତଙ୍କୁ ଚକିତ କରିଛି। ଏହା ତାଙ୍କର ଟ୍ୟାକ୍ସ ସମ୍ପର୍କିତ, ରିପୋର୍ଟ ଅନୁସାରେ ବିଗବି ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୧୨୦ କୋଟି ଟଙ୍କାର ଟ୍ୟାକ୍ସ ପୈଠ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ତାଙ୍କ ଆୟ ଫିଲ୍ମ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ କୌନ ବନେଗା କରୋଡପତି ସୋ ହୋଷ୍ଟରୁ ଆୟ କରନ୍ତି। ବିଗ-ବି ଟ୍ୟାକ୍ସ ପୈଠ ମାମଲାରେ ବି ଟାଉନର ଲୋକପ୍ରିୟ ଅଭିନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ବଲିଉଡରେ ବର୍ଷର ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ଲିଷ୍ଟରେ ଶାହରୁଖ ଖାନଙ୍କ ନାମକୁ ପ୍ରାୟତଃ ସାମିଲ କରାଯାଇଥାଏ। ଏଥି ପାଇଁ ଅଭିନେତା ପ୍ରତି ବର୍ଷ କୋଟି କୋଟି ଟଙ୍କା ଆୟକର ପୈଠ କରିଥାନ୍ତି।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇ ପାରେ ଯଦି ଅଭିନେତା ଏତେ ଟଙ୍କା କରରେ ଦେଉଛନ୍ତି ତେବେ ବର୍ଷରେ ସେ ଆୟ କରିଛନ୍ତି କେତେ? ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜାରି ଆର୍ଥିକ ବର୍ଷରେ ଅଭିନେତା ମୋଟ ୩୫୦ କୋଟି ଟଙ୍କା ଆୟ କରିଛନ୍ତି। ବିଗ-ବି ୧୫ ମାର୍ଚ୍ଚ ୨୦୨୫ରେ ବକେୟା ଥିବା ୫୨.୫୦ କୋଟି ଟଙ୍କାର କର ପୈଠ କରିଦେଇଛନ୍ତି। ଚଳିତବର୍ଷ ଅମିତାଭ ବଚ୍ଚନ ୧୨୦ କୋଟି ଟଙ୍କା ଟ୍ୟାକ୍ସ ପୈଠ କରି ଶାହରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶାହରୁଖ ଖାନ ଗତବର୍ଷ ୯୨ କୋଟି ଟଙ୍କା ଆୟକର ଦାଖଲ କରି ଦେଶର ସବୁଠୁ ଅଧିକ ଆୟକାରୀ ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଅମିତାଭଙ୍କ ସମ୍ପର୍କରେ କହିବାକୁ ଗଲେ ସେ ଅନୁଶାସନକୁ ଖୁବ୍ ମାନନ୍ତି। ଏଥି ପାଇଁ ସେ ପ୍ରାୟ ଚର୍ଚ୍ଚାରେ ଥାନ୍ତି।

ଏଥିରେ ସେ ଟ୍ୟାକ୍ସ ପୈଠ କରିବାରେ ଅବହେଳା କରନ୍ତେ କିପରି?ଏଥର ସେ ସଠିକ ସମୟରେ ତାଙ୍କର ଆୟକର ଦାଖଲ କରିଦେଇଛନ୍ତି। ଏଥିରେ ଏବେ ବିଗ-ବି ତାଙ୍କୁ ପଛରେ ପକାଇ ଦେଇଛନ୍ତି ଓ ନିଜେ ଦେଶର ସବୁଠୁ ଅଧିକ ଆୟକାରୀ ଅଭିନେତାର ତାଜ୍ ଶାହାରୁଖଙ୍କ ଠାରୁ ଛଡେଇ ନେଇଛନ୍ତି। ବିଗ୍‌ ବି ଏତେ ବର୍ଷ ବୟସରେ ବି ଦର୍ଶକଙ୍କ ମନୋରଞ୍ଜନ ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ବିଗ୍‌ ବିଙ୍କ ଫ୍ୟାନ ଫଲୋର୍ସ ମଧ୍ୟ ଖୁବ ଅଧିକ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tax ପୈଠରେ ଆଗରେ ଅମିତାଭ | Argus News