Amitabh Bachchan / ଲୁହରେ ଭାସିଲା KBC ଶୋ', ବିଗ୍ ବି କହିଲେ ପରବର୍ତ୍ତୀ ଏପିସୋଡରେ...
·8 months ago·3 min read

Key Points
ଆଉ KBC ରେ ନଜର ଆସିବେନି ବିଗ୍ ବି !
KBC ସିଜିନ୍ ୧୭ରୁ ବିଦାୟ ବେଳେ ଭାବବିହ୍ୱଳ ହେଲେ ବିଗ୍ ବି’

ଆଖିରେ ଆଖିଏ ଲୁହ। ହାତ ଯୋଡ଼ି ଛିଡ଼ା ହୋଇ କହିଲେ ମୁଁ ବିଦାୟ ନେଉଛି। ସରିଲା KBC ସିଜିନ୍ ୧୭। ଭାବବିହ୍ୱଳ ହୋଇ ବିଦାୟ ନେଲେ ବିଗ୍ ବି। ସୋନି ଟିଭିରେ ପ୍ରସାରିତ ହେଉଥିବା ଜ୍ଞାନର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ 'କୌନ ବନେଗା କରୋଡପତି'ର ସିଜିନ ୧୭ ଏବେ ଶେଷ ହୋଇଛି । ଏହି ଅନେକ ସ୍ମୃତି ଛାଡିଯାଇଛି । କିନ୍ତୁ ଏଥରର ବିଦାୟ ସାଧାରଣ ନଥିଲା । ଶୋ'ର ଶେଷ ଦିନରେ ଅମିତାଭ ବଚ୍ଚନ ତାଙ୍କର ବିଦାୟ ଭାଷଣ ରଖିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କେହି କେହି କହୁଛନ୍ତି ଏହା ବୋଧେ ଅମିତାଭ ବଚ୍ଚନଙ୍କର ଶେଷ ଏପିସୋଡ୍ ହୋଇପାରେ। ପରବର୍ତ୍ତୀ ସିଜିନ୍ରେ ସେ ଆସିନପାରନ୍ତି।
କିନ୍ତୁ ଏହା ସତ କି ମିଛ ବୋଲି ଜଣାପଡ଼ିନଥିବାବେଳେ ବିଗ୍ ଏଥର ଏତେ ଭାବବିହ୍ୱଳ ହୋଇଯାଇଥିଲେ ଯେ, ଯାହାକୁ ଦେଖି ସମସ୍ତେ ଏଭଳି କିଛି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଗ୍ ବି କହିଥିଲେ, ବିଦାୟ ସମୟରେ ଶବ୍ଦ ପ୍ରାୟତଃ କମ୍ ପଡ଼ିଯାଏ ଏବଂ ଯେତେବେଳେ ଶବ୍ଦ କମ୍ ପଡ଼ିଯାଏ, ସେତେବେଳେ ସଙ୍ଗୀତର ଆଶ୍ରୟ ନେବା ଭଲ । କାରଣ ସଙ୍ଗୀତର ତାରଗୁଡ଼ିକ ସିଧାସଳଖ ହୃଦୟ ସହିତ ସଂଯୋଗ କରେ । ତାଙ୍କର ହୃଦୟସ୍ପର୍ଶୀ ଅନୁଭୂତି ବାଣ୍ଟି କହିଥିଲେ, ଅନେକ ସମୟରେ ଆମେ ଏପରି ଏକ ମୁହୂର୍ତ୍ତକୁ ବଞ୍ଚିଥାଉ, ଯାହା ଶେଷ ହେବା ବେଳେ ଲାଗେ ଏଇ ଯେପରି ଆରମ୍ଭ ହୋଇଥିଲା । କିନ୍ତୁ ଏହି ଭାଷଣ ପୂର୍ବଥର ବିଜାୟ ଭାଷଣ ପରି ନଥିଲା । ଏଥର ତାଙ୍କ ଶବ୍ଦରେ ଥିଲା ଭାବପ୍ରବଣତା, ବିଚ୍ଛେଦର ବିରହ, ଯାହା କରିଥିଲା ଲୋକଙ୍କ ମନକୁ ଆନ୍ଦୋଳିତ ।
ତାଙ୍କ କଣ୍ଠସ୍ୱର ଦବି ଯାଇଥିଲା ଏବଂ ଲୁହ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆନ୍ଦୋଳିତ କରିଥିଲା । ଭାରୀ ସ୍ୱରରେ ନିଜ ଚିରାଚରିତ ଢଙ୍ଗରେ କହିଥିଲେ, "ଦେବୀଓଁ ଓ ସଜ୍ଜନୋ, ଏବେ ଯାତ୍ରା ଶେଷ ହୋଇଗଲା ।" ଅନେକ ସିଜିନରେ ଶୋ' ଆରମ୍ଭ ଏବଂ ଶେଷ ହୁଏ, ଆମର ମଞ୍ଚରେ ଏହା ବିଦାୟ ନୁହେଁ ବରଂ ଏକ ବିଚ୍ଛେଦ । ଦର୍ଶକଙ୍କୁ ସେ କହିଥିଲେ ଜୀବନର ଏକ ତୃତୀୟାଂଶରୁ ଅଧିକ ସମୟ ଆପଣମାନଙ୍କ ସହିତ ବିତାଇବା ଏକ ମହାନ ସମ୍ମାନ । ଯେତେବେଳେ ହସୁଥିଲି, ଆପଣମାନେ ହସୁଥିଲେ, ଏବଂ ଯେତେବେଳେ କାନ୍ଦୁଥିଲେ, ଆପଣମାନେ କାନ୍ଦିଥିଲେ । ଆପଣମାନେ ସମସ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଯାତ୍ରାର ଏକ ଅଂଶ ହୋଇ ଆସିଛନ୍ତି । ଅମିତାଭ ବଚ୍ଚନଙ୍କ ଏଇ କିଛି ଶବ୍ଦ କେବଳ ଷ୍ଟୁଡିଓ ବସିଥିବା ଦର୍ଶକଙ୍କୁ ନୁହେଁ ବରଂ ଟିଭି ପରଦା ସାମନାରେ ବସିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଆନ୍ଦୋଳିତ କରିଥିଲା । ଶେଷରେ ସେ ନିଜ କଥା ସାରି କହିଥିଲେ, ଏହା କେବଳ ଗୋଟିଏ ଖେଳ ନୁହେଁ ବରଂ ଆକାଂକ୍ଷା ଏବଂ ମାନବୀୟ ସମ୍ପର୍କର ଅନନ୍ୟ ଯାତ୍ରା ।
ଏଥିସହ ପଢ଼ନ୍ତୁ: ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ଆମେରିକା, ମାଟିରେ ମିଶିବ ଏହି ଦେଶ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପରେ ଗୋଟିଏ, ପ୍ରତିଯୋଗୀଙ୍କ ଚେୟାର ଖାଲି ହୋଇଯିବ ଏବଂ ଷ୍ଟୁଡିଓରେ ଉପସ୍ଥିତ ଦର୍ଶକ ସେଟ୍ ଛାଡିଦେବେ । ଆଜି ଯେଉଁ ସୁନ୍ଦର ଆଲୋକ ଝଲସୁଛି ତାହା କାଲି ଅନ୍ୟ କାହା ପାଇଁ ଜଳିବ ଏବଂ କରତାଳି ମଧ୍ୟ ଅନ୍ୟ କାହା ପାଇଁ ହେବ । ହସ ଏବଂ ଖେଳର ଏହି ଦୁନିଆ ଏବେ କିଛି ମାସ ପାଇଁ ନୀରବ ହୋଇଯିବ ।
ଏହି ନୀରବତା ମଧ୍ୟରେ ଅମିତାଭ ବଚ୍ଚନ ନିଜର ଭାବପ୍ରବଣ ହାରି କହିଥିଲେ, ସେ ଏହି ମଞ୍ଚରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତର ଆନନ୍ଦ ନେଉଛନ୍ତି । ଏହି ସମୟରେ ଷ୍ଟୁଡିଓର ବଡ଼ ସ୍କ୍ରିନରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ଲେ ହୋଇଥିଲା, ଯେଉଁଥିରେ ପ୍ରଥମ ସିଜିନରୁ ଏହି ସିଜିନ ପର୍ଯ୍ୟନ୍ତ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଭିଡିଓ ଦେଖି ଅମିତାଭ ବଚ୍ଚନ ନିଜର ଲୁହକୁ ଅଟକାଇ ପାରି ନଥିଲେ । ଭିଡିଓ ଶେଷ ହେବା ମାତ୍ରେ ପୂରା ଷ୍ଟୁଡିଓ ଛିଡ଼ା ହୋଇ ତାଙ୍କୁ ପ୍ରଶଂସା କରିଥିଲା । ଭାରାକ୍ରାନ୍ତ ହୃଦୟରେ, ବିଗ୍ ବି ସମସ୍ତଙ୍କୁ ଧନ୍ୟବାଦ ଜଣାଥିଲେ । କହିଥିଲେ, ସ୍ମୃତି ଏବଂ ହସ ଭିତରେ ବିଦାୟ ନେବାର ସମୟ ଆସିଛି । ଆଉ ଶେଷରେ ସରିଛି KBC। ତେବେ ଖୁବଶୀଘ୍ର ପରବର୍ତ୍ତୀ ସିଜିନ୍ ଆସିବ। ଯାହା ଅପେକ୍ଷାରେ ଦର୍ଶକ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories