Amitabh Bachchan / କିଏ ଏହି ରାଘବେନ୍ଦ୍ର ? ଯାହାଙ୍କ କଥାରେ ଏମିତି କରିବାକୁ ବାଧ୍ୟ ହେଲେ ବିଗ୍ ବି..!

Key Points
ବିଗ୍ ବି ପ୍ରତି ରବିବାର ମୁମ୍ବାଇସ୍ଥିତ ନିଜ ବାସଭବନରୁ ବାହାରକୁ ଆସି ବାହାରେ ଥିବା ବହୁ ସଂଖ୍ୟକ ଫ୍ୟାନ୍ସମାନଙ୍କୁ ଅଭିବାଦନ ଜଣାଇଥାନ୍ତି । ୧୯୮୨ ମସିହାରୁ ସେ ଏଭଳି କରିଆସୁଛନ୍ତି।
ରିଆଲିଟି ଶୋ "କୌନ ବନେଗା କରୋଡପତି"ର ହୋଷ୍ଟ ହେଉଛନ୍ତି ଓ୍ୱାନ ଆଣ୍ଡ ଓନ୍ଲି ବିଗ୍ ବି ଅମିତାଭ ବଚ୍ଚନ । ସେ ଯାହା ବି କିଛି ନୂଆ କରିବେ ତାହା ଖବର ହେବା ତ ସ୍ୱାଭାବିକ କଥା । ହେଲେ ଏହାରି ଭିତରେ ସେ ଏମିତି ଏକ କାମ କରିଛନ୍ତି, ଯେଉଁଥିପାଇଁ ସମସ୍ତେ ଖୁବ୍ ପ୍ରଭାବିତ ହୋଇଛନ୍ତି । ନବରାତ୍ରୀ ଆରମ୍ଭ ହେଉ ହେଉ ତାଙ୍କର ଏଭଳି ରୂପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ସବୁଠାରୁ ବଡ଼ କଥା ହେଲା, ଏଭଳି କରିବା ପାଇଁ ତାଙ୍କୁ ଜଣେ ପରାମର୍ଶ ଦେଇଛନ୍ତି । ଜଣଙ୍କ କଥାରେ ବିଗ୍ ବି ଏଭଳି କରିଛନ୍ତି ବୋଲି କୁହାଯାଉଛି ।
ନବରାତ୍ରୀ ଆରମ୍ଭ ହେଉ ହେଉ ବିଗ୍ ବି ନିଜ ଘର 'ଜଲସା'ରୁ ବାହାରକୁ ଆସି ସାଧାରଣ ଲୋକଙ୍କୁ ବାଣ୍ଟିଛନ୍ତି ହେଲମେଟ । ସବୁଠାରୁ ବଡ଼ କଥା ହେଲା, କୌନ ବନେଗା କରୋଡ଼ପତି ସୋକୁ ଅସିଥିବା ଜଣେ ପ୍ରତିଯୋଗୀଙ୍କଠାରୁ ପ୍ରଭାବତି ହୋଇ ଏଭଳି କରିଛନ୍ତି ବିଗ୍ ବି ।
ବିଗ୍ ବି ପ୍ରତି ରବିବାର ମୁମ୍ବାଇସ୍ଥିତ ନିଜ ବାସଭବନରୁ ବାହାରକୁ ଆସି ବାହାରେ ଥିବା ବହୁ ସଂଖ୍ୟକ ଫ୍ୟାନ୍ସମାନଙ୍କୁ ଅଭିବାଦନ ଜଣାଇଥାନ୍ତି । ୧୯୮୨ ମସିହାରୁ ସେ ଏଭଳି କରିଆସୁଛନ୍ତି।
କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା, ୮୨ ବର୍ଷୀୟ ଅମିତାଭ ବଚ୍ଚନ ନବରାତ୍ରି ଉତ୍ସବ ପୂର୍ବରୁ ଦାଣ୍ଡିଆ ଷ୍ଟିକ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ "ଭାରତର ହେଲମେଟ୍ ମ୍ୟାନ୍" ଭାବରେ ଜଣାଶୁଣା ପ୍ରତିଯୋଗୀ ରାଘବେନ୍ଦ୍ର କୁମାରଙ୍କ ଦ୍ୱାରା ପ୍ରଭାବିତ ହୋଇ କିଛି ଲୋକଙ୍କୁ ହେଲମେଟ୍ ମଧ୍ୟ ବଣ୍ଟନ କରିଛନ୍ତି।
ରାସ୍ତାରେ ହେଲମେଟ୍ ବାଣ୍ଟନ୍ତି ରାଘବେନ୍ଦ୍ର
ରାଘବେନ୍ଦ୍ର କୁମାର ରାସ୍ତାରେ ବାଇକ୍ ଆରୋହୀଙ୍କ ସୁରକ୍ଷା ପାଇଁ ହେଲମେଟ୍ ବାଣ୍ଟନ୍ତି । ଆଉ ଏଥିପାଇଁ ସେ ଏବେ ଖୁବ୍ ପ୍ରସିଦ୍ଧ। ସେ ସଡ଼କ ସୁରକ୍ଷା ବିଷୟରେ ଜନସଚେତନତା ବୃଦ୍ଧି କରିବା ପାଇଁ କାର୍ଯ୍ୟ କରନ୍ତି ଏବଂ ସହରଗୁଡ଼ିକରେ ହଜାର ହଜାର ବାଇକ୍ ଆରୋହୀଙ୍କୁ ହେଲମେଟ୍ ଦାନ କରିସାରିଛନ୍ତି ଯେଉଁମାନଙ୍କ ପାଖରେ ହେଲମେଟ୍ ନଥିଲା।
ସୋମବାର ଅମିତାଭ ତାଙ୍କ 'X' ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେ ଭିଡିଓରେ ଲେଖିଛନ୍ତି, "KBCରେ 'ହେଲମେଟ୍ ମ୍ୟାନ୍'ଙ୍କୁ ଭେଟି ସମ୍ମାନିତ ଅନୁଭବ କରୁଛି । ଯିଏ ବାଇକ୍ ଆରୋହୀଙ୍କ ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବରେ ହେଲମେଟ୍ ଦିଅନ୍ତି । ମୋ ପାଇଁ ତାହା ଏକ ଶିକ୍ଷା ଥିଲଶ । ତେଣୁ ମୁଁ ରବିବାର ପ୍ରଶଂସକମାନଙ୍କୁ ଭେଟିବା ସମୟରେ ତାଙ୍କ ଉଦାହରଣ ଅନୁସରଣ କଲି ଏବଂ ଯଥାସମ୍ଭବ ଲୋକଙ୍କୁ ଦାଣ୍ଡିଆ ଷ୍ଟିକ୍ ଏବଂ ହେଲମେଟ୍ ବାଣ୍ଟିଲି... ପ୍ରତ୍ୟେକ ଦିନ କିଛି ଶିଖିବାକୁ ମିଳିଥାଏ ।"
ରାଘବେନ୍ଦ୍ରଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର
ରାଘବେନ୍ଦ୍ର କୁମାର ପୋଷ୍ଟର ପ୍ରତିକ୍ରିୟା ଦେଇ ଅମିତାଭଙ୍କ ଏହି ଆଚରଣକୁ ତାଙ୍କ ଜୀବନର "ସବୁଠାରୁ ବଡ଼ ପୁରସ୍କାର" ବୋଲି କହିଛନ୍ତି। ସେ ଲେଖିଛନ୍ତି, "ଆଦରଣୀୟ ବଚ୍ଚନ ସାର, ଆପଣଙ୍କ କଥା ଏବଂ ଆଶୀର୍ବାଦ ମୋ ଜୀବନର ସବୁଠାରୁ ବଡ଼ ପୁରସ୍କାର। ମୁଁ କେବେ କଳ୍ପନା କରି ନଥିଲି ଯେ ଆମର ପ୍ରଥମ ସାକ୍ଷାତରେ, ମୁଁ ଆପଣଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିବି ।
📱 Get Argus News App
✨Related Topics
Explore more stories