ବିବାହ ପୂର୍ବରୁ ଏମିତି ସର୍ତ୍ତ ରଖିଥିଲେ ଅମିତାଭ, କହିଥିଲେ ଏମିତି ସ୍ତ୍ରୀ ଚାହେଁନି....

ବାହା ହେବା ପୂର୍ବରୁ ଏମିତି ସର୍ତ୍ତ ରଖିଥିଲେ ଅମିତାଭ
ସର୍ତ୍ତ ମୁତାବକ ହୋଇଥିଲା ବାହାଘର
ସାମ୍ନାକୁ ଆସିଲା ଅମିତାଭ ଜୟାଙ୍କ ବିବାହ ପୂର୍ବର ସର୍ତ୍ତ
ବିବାହ ପୂର୍ବରୁ କିଛି ଉଭୟଙ୍କ ମଧ୍ୟରେ ହୋଇଥିଲା ସର୍ତ୍ତ । ଆଉ ସର୍ତ୍ତକୁ ମାନି ବିବାହ କରିଥିଲେ ଅମିତାଭ ଏବଂ ଜୟା ।
ବଲିଉଡଠୁ ନେଇ ଟଲିଉଡ ଷ୍ଟାର, ଏବଂ ନାମୀ କ୍ରିକେଟରଙ୍କ ଫେମସ୍ ଯୋଡି ଭାଙ୍ଗିବାରେ ଲାଗିଛି । ବିବାହକୁ ନେଇ ଯେତିକି ଚର୍ଚ୍ଚା ହେଉନଥିଲା ବିଚ୍ଛେଦକୁ ନେଇ ତାଠାରୁ ଅଧିକ ଆଲୋଚନା ହେଉଛି । ବିବାହ , ବିଚ୍ଛେଦ ଭିତରେ ଆଜି ବି ଏଭରଗ୍ରୀନ ବିଗ୍ ବି ଆଉ ଜୟାଙ୍କ ଯୋଡି । ବିବାହର ୫ ଦଶନ୍ଧି ପରେ ବି ସେଇ ପ୍ରେମ ଅଛି ଖାଲି, ବୟସ ବଦଳିଛି ।
ବଲିଉଡର ହିଟ୍ ଏବଂ ଫେମସ ଯୋଡି କହିଲେ ସାମ୍ନାକୁ ଚାଲିଆସେ ସେହି ୭୦ ଦଶକର ଯୋଡି ବିଗ୍ ବି ଅମିତାଭ ବଚନ ଏବଂ ଜୟା ବଚନଙ୍କ ଛବି । ରିଲ୍ ଲାଇଫରେ ହିଟ୍ ଯୋଡି ଭାବେ ଫେମସ ହେବାପରେ ରିୟଲ ଲାଇଫରେ ସାରା ଜୀବନ ପରସ୍ପରର ହାତ ଧରିବାକୁ ନିଷ୍ପତ୍ତି ନେଇଥିଲେ । ଯଦିଓ ଏହି ପ୍ରେମ କାହାଣୀ ତ୍ରିକୋଣୀୟ ପ୍ରେମ କାହାଣୀ ଭାବେ ମଧ୍ୟ ଚର୍ଚ୍ଚା ହୋଇଥିଲା, କିନ୍ତୁ ସବୁ ଚର୍ଚ୍ଚା ଭିତରେ ବି ଅମିତାଭ ଜୟାଙ୍କ ଭଲପାଇବା ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଥିଲା ।
୩ ଜୁନ ୧୯୭୩ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହକୁ ୫୨ ବର୍ଷ ବିତିଲାଣି । କିନ୍ତୁ ଏବେ ଏମିତି କିଛି ଖବର ଉଭୟ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛି । ବିବାହ ପୂର୍ବରୁ ଅମିତାଭ ଜୟାଙ୍କ ପାଖରେ କିଛି ସର୍ତ୍ତ ରଖିଥିଲେ । ଯେଉଁ ସର୍ତ୍ତ ମୁତାବକ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଅମିତାଭ ବଚ୍ଚନ ଜୟାଙ୍କୁ କହିଥିଲେ, ସେ ଚାହାନ୍ତିନି, ସେ ଏମିତି ସ୍ତ୍ରୀ ଚାହାନ୍ତିନି, ଯିଏ ବିବାହ ପରେ ସବୁଦିନ ବାହାରେ କାମ କରୁଥିବା । ୯ରୁ ୫ ପ୍ରତିଦିନ କାମ କରୁଥିବା ସ୍ତ୍ରୀ ମୁଁ ଚାହେଁନି। ତୁମେ କାମ କର, କିନ୍ତୁ ପ୍ରତିଦିନ ନୁହେଁ । ନିଜ ପାଇଁ କେଉଁ ପ୍ରୋଜେକ୍ଟ ଠିକ ସେହି ପ୍ରୋଜେକ୍ଟରେ ହିଁ କାମ କର । ଏହି ସର୍ତ୍ତ ଅମିତାଭ ଜୟାଙ୍କ ସାମ୍ନାରେ ରଖିଥିଲେ । ଆଉ ଜୟା ଏହି ସର୍ତ୍ତରେ ରାଜି ହୋଇଥିଲେ ।
ଭଭୟଙ୍କର ପ୍ରଥମ ଫିଲ୍ମ ଥିଲା ବଂଶୀ ବୀର୍ଜୁ । ଜୟା କୁହନ୍ତି, ସେପ୍ରଥମରୁ ହିଁ ଅମିତାଭଙ୍କୁ ପସନ୍ଦ କରୁଥିଲେ । କାରଣ ସେ ହରିବଂଶ ରାୟ ବଚ୍ଚନଙ୍କ ପୁଅ ଥିଲେ । ଜୟାଙ୍କ ସାଙ୍ଗମାନେ ଅମିତାଭଙ୍କ ନାଁ ରେ ତାଙ୍କୁ ଲମ୍ବୁ ଲମ୍ବୁ କହି ଚିଡାଉଥିବା ମଧ୍ୟ କହିଥିଲେ ଜୟା । ଜଞ୍ଜୀର ଫିଲ୍ମରେ ଉଭୟଙ୍କ ସଫଳତା ପରେ ପରସ୍ପର ମଧ୍ୟ ପରସ୍ପର ସହ ରହିବାକୁ ପସନ୍ଦ କରିଥିଲେ । ଆଉ ସେଇଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ କାହାଣୀ ।
ଅମିତାଭଙ୍କୁ ଏମିତି ଝିଅ ପସନ୍ଦ ଥିଲେ, ଯିଏ ପ୍ରାଚୀନ ପରମ୍ପରା ସହ ଆଧୁନିକତାକୁ ମଧ୍ୟ ପ୍ରାଧାନ୍ୟ ଦେଉଥିବେ । ଆଉ ଠିକ ସେମିତି ଝିଅ ଜୟା ଥିଲେ । ଉଭୟଙ୍କ ବିବାହ ପରେ ଜୟା ଖୁବ ଅଳ୍ପ ଫିଲ୍ମରେ ନଜର ଆସିଥିଲେ । ବିଶେଷ ଭାବେ ନିଜର ଦୁଇଟି ପିଲା ଅଭିଶେକ ଏବଂ ଶ୍ବେତା ଜନ୍ମ ହେବାପରେ ସେ ହାତଗଣତି କେତୋଟି ଫିଲ୍ମରେ ନଜର ଆସିଥିଲେ । ଅମିତାଭ ଏବଂ ଜୟା ପରସ୍ପରକୁ ଖୁବ ଭଲ ପାଉଥିବା ସହ ପରସ୍ପରର ଇଚ୍ଛାକୁ ସମ୍ମାନ ଦେଇଥାନ୍ତି । ଯେଉଁଥିପାଇଁ ବିବାହର ୫ ଦଶନ୍ଧି ପରେ ଆଜି ବି ତାଙ୍କର ସମ୍ପର୍କରେ ଟିକେ ହେଲେ ବି ମଳିନତା ନଜର ଆସେନି । ଆଜିର ଯୁବପିଢୀ ସେମାନଙ୍କ ନିଶ୍ଚିତ ଏହି କଥା ଶିଖିବା ଦରକାର ।