Videos
|
Entertainment

Amitabh Bachchan Bomb Threat / ଅମିତାଭ ବଚ୍ଚନଙ୍କ 'ଜଲସା'କୁ ବୋମାରେ ଉଡ଼ାଇବାକୁ ଧମକ…ଟାର୍ଗେଟ୍‌ରେ ବମ୍ବେ ହାଇକୋର୍ଟ, BSE

Ritu Das
Browse all articles by Ritu Das
·1 hour ago·2 min read
ଅମିତାଭ ବଚ୍ଚନଙ୍କ 'ଜଲସା'କୁ ବୋମାରେ ଉଡ଼ାଇବାକୁ ଧମକ…ଟାର୍ଗେଟ୍‌ରେ ବମ୍ବେ ହାଇକୋର୍ଟ, BSE
India

Key Points

ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ବଙ୍ଗଳା 'ଜଲସା' ଏବଂ ବମ୍ବେ ହାଇକୋର୍ଟକୁ ବମରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି 
ବଲିଉଡ ଇଣ୍ଡଷ୍ଟ୍ରୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ବଙ୍ଗଳା 'ଜଲସା' ଏବଂ ଦେଶର ଅନ୍ୟତମ ପ୍ରମୁଖ ଅଦାଲତ ବମ୍ବେ ହାଇକୋର୍ଟକୁ ବମରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି । ଏକ ଧମକପୂର୍ଣ୍ଣ ବାର୍ତ୍ତା ଇମେଲ୍ ଜରିଆରେ ସୂଚନା ମିଳିବା ପରେ ମୁମ୍ବାଇ ପୁଲିସ୍ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ କର୍ତ୍ତୃପକ୍ଷ ସଜାଗ ହୋଇପଡ଼ିଛନ୍ତି।

  • ଅମିତାଭ ବଚ୍ଚନଙ୍କୁ ଦ୍ୱିତୀୟ ଥର ପାଇଁ ମିଳିଲା ଧମକ

ଏହା ହେଉଛି ଦ୍ୱିତୀୟ ଘଟଣା ଯେଉଁଥିରେ ଅମିତାଭ ବଚ୍ଚନଙ୍କୁ ଟାର୍ଗେଟ୍ କରାଯାଇଛି। ଏହା ପୂର୍ବରୁ, ଅକ୍ଟୋବର ୨୨ ତାରିଖରେ ମୁମ୍ବାଇର ଏକ ବିଦ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ନାମ ମଧ୍ୟ ଉଲ୍ଲେଖ ଥିଲା। ତେବେ ସେତେବେଳେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ ଯେ ଅଭିନେତାଙ୍କୁ କୌଣସି ପ୍ରତ୍ୟକ୍ଷ ଧମକ ମିଳିନାହିଁ। ଏହା ପରେ, ରବିବାର ଦିନ ନିଜ ଘର ବାହାରେ ପ୍ରଶଂସକମାନଙ୍କୁ ଭେଟିବାର ଅମିତାଭ ବଚ୍ଚନଙ୍କ ନିୟମିତ କାର୍ଯ୍ୟକ୍ରମ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା; ଏହି ଅବସରରେ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା ଏକ ବୁଲେଟ୍‌ପ୍ରୁଫ୍ (ଗୁଳି ନ ଭେଦି ପାରିବା ଭଳି) କାଚ ପଛରେ, ନିଜ ପୁଅ ଅଭିଷେକ ବଚ୍ଚନଙ୍କ ସହ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ, 'ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍' ବଲିଉଡ୍ ତାରକା ଏବଂ ସେମାନଙ୍କ ପରିବାରର ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛି।

  • କେଉଁ କେଉଁ ସ୍ଥାନ ରହିଛି ଟାର୍ଗେଟ୍‌ରେ ?

ସୂଚନା ଅନୁଯାୟୀ, ଆସିଥିବା ଏହି ଇମେଲ୍‌ରେ କେବଳ ଅମିତାଭ ବଚ୍ଚନଙ୍କ ବଙ୍ଗଳା 'ଜଲସା' କିମ୍ବା ବମ୍ବେ ହାଇକୋର୍ଟ ନୁହେଁ, ବରଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE), ୱର୍ଲି ରେସକୋର୍ସ ଭଳି ପ୍ରମୁଖ ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ପୋଲିସ୍ ପକ୍ଷରୁ ଇମେଲ୍‌ଟି କେଉଁଠାରୁ ଏବଂ କିଏ ପଠାଇଛି, ସେ ସମ୍ପର୍କରେ ସାଇବର୍ ତଦନ୍ତ ଜାରି ରହିଛି ।

  • ଖାଲି ଅମିତାଭ ନୁହେଁ ଏହି ଷ୍ଟାରମାନଙ୍କୁ ମଧ୍ୟ ଧମକ ମିଳିସାରିଛି

ବଲିଉଡ୍ ସେଲିବ୍ରିଟିମାନଙ୍କୁ ଏଭଳି ଧମକ ମିଳିବା ନୂଆ କଥା ନୁହେଁ । ନିକଟରେ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତୁଷାର କପୁରଙ୍କୁ ମଧ୍ୟ ଏପରି ବମରେ ଉଡ଼ାଇ ଦେବାର ଧମକ ମିଳିଥିଲା । ଆୟୁଷ୍ମାନ ଖୁରାନାଙ୍କୁ ଧମକ ଦେବା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା, ଯିଏକି ଜଣେ ଆଇଟି ଇଞ୍ଜିନିୟର ବୋଲି ଜଣାପଡ଼ିଥିଲା । ସେହିପରି ତୁଷାର କପୁରଙ୍କ ମାମଲାରେ ମଧ୍ୟ ପୋଲିସ ଗଭୀର ତଦନ୍ତ କରିଥିଲା। ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ପରଠାରୁ ବଲିଉଡ୍ ତାରକାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଲିଉଡ୍ ଉପରେ ପୁଣିଥରେ ଅଣ୍ଡରୱାର୍ଲ୍ଡ କିମ୍ବା ଅସାମାଜିକ ଗୋଷ୍ଠୀର ପ୍ରଭାବ ବଢ଼ୁଛି କି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଟାର୍ଗେଟ୍‌ରେ ବମ୍ବେ ହାଇକୋର୍ଟ:

ଧମକ ଦେଇଥିବା ବ୍ୟକ୍ତି କେବଳ ସେଲିବ୍ରିଟି ନୁହଁନ୍ତି, ବରଂ ବମ୍ବେ ହାଇକୋର୍ଟକୁ ମଧ୍ୟ କୋର୍ଟ ପରିସରକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । କହିରଖୁ କି, ଏହା ପ୍ରଥମ ଘଟଣା ନୁହେଁ; ପୂର୍ବରୁ ସେପ୍ଟେମ୍ବର ୨୦୨୫ରେ ମଧ୍ୟ ବମ୍ବେ ହାଇକୋର୍ଟକୁ ଏପରି ଧମକ ମିଳିଥିଲା । ସେତେବେଳେ ମଧ୍ୟ ଧମକପୂର୍ଣ୍ଣ ମେଲ୍ ଆସିବା ପରେ ହାଇକୋର୍ଟ ପରିସରକୁ ଖାଲି କରାଯାଇ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା, ଯେଉଁଥିରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନଥିଲା । ବର୍ତ୍ତମାନର ଏହି ଦ୍ୱିତୀୟ ଧମକ ପରେ ଅଦାଲତର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଇଛି ।