Amitabh Bachchan / ଦିୱାଳିରେ ଧମାକା! ଅମିତାଭଙ୍କ ‘ମର୍ଦ୍’ ଫିଲ୍ମ ଭାଙ୍ଗିଥିଲା ସମସ୍ତ ରେକର୍ଡ
·5 months ago·2 min read

Key Points
୧୯୮୫ରେ ଅମିତାଭଙ୍କ ଫିଲ୍ମ ‘ମର୍ଦ୍’ କଲା ଦିୱାଳି ବକ୍ସ ଅଫିସରେ ଧମାକା!
୧୬ ବର୍ଷ ସାନ ଅମୃତା ସିଂହ ସହ ଅମିତାଭଙ୍କ ରୋମାନ୍ସକୁ ଦର୍ଶକ କଲେ ପସନ୍ଦ
ସେହି ସମୟର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ
“ମର୍ଦ୍ ତାଙ୍ଗେୱାଲା…” ଡାଏଲଗ୍ ହେଲା ସେହି ସମୟର ସିଗ୍ନେଚର୍ ଲାଇନ୍

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ଜୀବନରେ ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ହେଲେ ବର୍ଷ୧୯୮୫ରେ ଦିୱାଳି ଅବସରରେ ଆସିଥିବା ‘ମର୍ଦ୍’ ତାଙ୍କ କ୍ୟାରିୟରର ଏକ ମାଇଲଷ୍ଟୋନ୍ ଫିଲ୍ମ ସାବ୍ୟସ୍ତ ହୋଇଥିଲା। ମନମୋହନ ଦେସାଇ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା। ସେହି ସମୟର ହାଇଏଷ୍ଟ ଗ୍ରସିଙ୍ଗ ଫିଲ୍ମରେ ଦ୍ୱିତୀୟ ନମ୍ବରରେ ଥିଲା ଅମିତାଭଙ୍କ ଏହି ମୁଭି।
ମର୍ଦରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ ତାଙ୍କଠାରୁ ବୟସରେ ୧୬ ବର୍ଷ ସାନ ନାୟିକା ଅମୃତା ସିଂହ। ସେମାନଙ୍କ ଅନସ୍କ୍ରିନ୍ ରୋମାନ୍ସ ସେ ସମୟରେ ଦର୍ଶକଙ୍କ ମନ ଜିଣିପାରିଥିଲା। ଫିଲ୍ମରେ ଦାରା ସିଂହ, ନିରୁପା ରାୟ, ପ୍ରେମ ଚୋପ୍ରା ଓ କମଲ କପୁର ଭଳି ଅନେକ ଦିଗଗଜ ଅଭିନେତା ଥିଲେ। ‘ମର୍ଦ୍’ ଫିଲ୍ମରେ ଅମିତାଭଙ୍କ ପ୍ରସିଦ୍ଧ ଡାଏଲଗ୍ “ମର୍ଦ୍ ତାଙ୍ଗେୱାଲା, ମେରା ଦୋସ୍ତ ହୈ ଉପରୱାଲା” ସେବୋକର ଚର୍ଚ୍ଚିତ ଡାଏଲଗ ଲାଇନ୍ ଥିଲା। ମନମୋହନ ଦେସାଇଙ୍କ ଏହା ଏକମାତ୍ର ଫିଲ୍ମ ଯେଉଁଠି ଅମିତାଭଙ୍କୁ ସୋଲୋ ହିରୋ ଭାବେ ଦେଖିବାକୁ ମିଳିଥିଲା।
ଏହି ଫିଲ୍ମରେ ଦୁଇଟି ବିଶେଷ ଚରିତ୍ର ‘ବାଦଲ’ ଓ ‘ମୋତି’ (ଯାହାର ଅସଲ ନାମ ଥିଲା ବ୍ରାଇନି) ମଧ୍ୟ ଦର୍ଶକଙ୍କ ମନ ଜିତିଥିଲେ। ଫିଲ୍ମର ସଂଗୀତ ଓ ସମ୍ବାଦ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ଏଭରଗ୍ରୀନ ହୋଇ ରହିଛି।
ସେହି ସମୟରେ ଏହି ଫିଲ୍ମ ୮ମ ସବୁଠୁ ଅଧିକ ଆୟ କରୁଥିବା ଫିଲ୍ମ ଥିଲା ଓ ଦିୱାଳି ରିଲିଜ୍ ଭିତରେ ସର୍ବାଧିକ ଆୟ କରିଥିଲା। ଆଜିର ଟ୍ରେଣ୍ଡ ଅନୁସାରେ ଦେଖିବା ତେବେ ଏହା ପ୍ରାୟ ୪୫୦ କୋଟି ଟଙ୍କା ରେଭେନ୍ୟୁର ଫିଲ୍ମ ହୋଇଥାନ୍ତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories