Bollywood struggle story / ଦିନେ ରାଜପାଲଙ୍କ ପରି ଭୋଗିଥିଲେ ଅମିତାଭ ବଚ୍ଚନ
·1 month ago·2 min read

Key Points
ଯିଏ ବଲିଉଡରେ ଦିୱାର୍ , ଜଞ୍ଜିର୍ , ଡନ୍ , ଅମର ଆକବର ଆଣ୍ଟୋନି ଭଳି ସୁପରହିଟ୍ ମୁଭି ଦର୍ଶକମାନଙ୍କୁ ଭେଟି ଦେଇଥିଲେ, ସେ ବି ଦିନେ ୯୦ କୋଟିର ଋଣ ନେଇ ଫସିଥିଲେ ।
ଆର୍ଥିକ ସଙ୍କଟରେ ଫସି ବଲିଉଡ କମେଡିଆନ ରାଜପାଲ ଯାଦବ ଏବେ ତିହାଡ ଜେଲରେ ସଜ୍ଜା କାଟୁଛନ୍ତି । ୫ କୋଟିର ଋଣ ପରିଶୋଧ ନ କରିପାରିବାରୁ କୋର୍ଟ ତାଙ୍କୁ ତିହାଡ ଜେଲ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦିନେ ରାଜପାଲଙ୍କ ଭଳି ବଲିଉଡର ୮୦ ଦଶକର ଶ୍ରେଷ୍ଠ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏମିତି ପରିସ୍ଥିତି ଦେଇ ଯିବାକୁ ପଡିଥିଲା । ଅତ୍ୟଧିକ ମାନସିକ ଚାପ ଆଉ ଚିନ୍ତାଗ୍ରସ୍ତ ଅବସ୍ଥାରେ ସେ ଦେବାଳିଆ ପରିସ୍ଥିତିକୁ ଗତି କରିଥିଲେ ।
ଯିଏ ବଲିଉଡରେ ଦିୱାର୍ , ଜଞ୍ଜିର୍ , ଡନ୍ , ଅମର ଆକବର ଆଣ୍ଟୋନି ଭଳି ସୁପରହିଟ୍ ମୁଭି ଦର୍ଶକମାନଙ୍କୁ ଭେଟି ଦେଇଥିଲେ, ସେ ବି ଦିନେ ୯୦ କୋଟିର ଋଣ ନେଇ ଫସିଥିଲେ ।
ତାଙ୍କର କମ୍ପାନୀ ଅମିତାଭ ବଚ୍ଚନ କର୍ପୋରେଟ୍ ଲିମିଟେଡ୍ (ABCL) ମିସ୍ ୱାର୍ଲ଼୍ ପ୍ରତିଯୋଗିତାର ପରିଚାଳନା କରି ଅନେକ କ୍ଷତି ସହିଥିଲା । ସେହି ସମୟରେ ତାଙ୍କ ବିରୋଦ୍ଧରେ ୫୫ଟି କେସ୍ ଫାଇଲ୍ କରାଯାଇଥିଲା । ଦିନେ ଯିଏ ସମସ୍ତଙ୍କ ପାଇଁ ସୁପରଷ୍ଟାର ଥିଲେ, ସେ କିଛି ଲୋକଙ୍କ ପାଇଁ ଭିଲିଆନ୍ ପାଲଟି ଯାଇଥିଲେ । ବିଶେଷ କରି ଋଣଦାତାଙ୍କ ପାଇଁ ହିଁ ମୁଖ୍ୟ ଖଳନାୟକ ପାଲଟି ଯାଇଥିଲେ ଅମିତାଭ।
୧୯୯୫ରେ ଆରମ୍ଭ ହୋଇଥିବା ଅମିତାଭଙ୍କ ଏହି ନିଜସ୍ଵ କମ୍ପାନୀ, ନିଜର ଭୁଲ ପରିଚାଳନା ପାଇଁ ଏମିତି ଅବସ୍ଥା ଭୋଗିଥିଲା । ୧୯୯୬ରେ ଏହାର ପ୍ରଡକ୍ସନ ଥିଲା, 'ତେରେ ମେରେ ସପ୍ନେ' । ଯାହା ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା । ଅନେକ ଭଲ କଳାକାର ଏହି ଫିଲ୍ମରେ କାମ କରି ନିଜର ପରିଚୟ ସୃଷ୍ଟି କରିଥିଲେ । ଏହାପରେ ଅନେକ କମର୍ସିଆଲ ଫିଲ୍ମ, ଅଡିଓ କ୍ୟାସେଟ୍ ଏବଂ ଭିଡିଓ ଡିସ୍କ, ଟେଲିଭିଜନ ସଫ୍ଟୱେରର ମାର୍କେଟିଂ ସହ ଅନେକ ଇଭେଣ୍ଟର ପରିଚାଳନା କରଥିଲେ । ଏଥିସହ ଏହା ବାଙ୍ଗାଲୋରରେ ମିସ୍ ୱାର୍ଲ୍ଡ 1996 ପ୍ରତିଯୋଗିତାର ଆୟୋଜନ କରିଥିଲା।
ତେବେ ଏହି ପ୍ରଡକ୍ସନ ହାଉସର ଅନେକ ପ୍ରୋଜେକ୍ଟ ଲସ୍ ହୋଇଥିଲା । ଯାହାକୁ ନେଇ ୧୯୯୯ରେ ଅମିତାଭ ୯୦କୋଟି ଋଣଭାରରେ ମାନସିକ ଚାପରେ ରହିଥିଲେ । ହେଲେ ଅମିତାଭ ହାର ନମାନି ଲଢିଥିଲେ । ଅନେକ ଭଲ ଫିଲ୍ମରେ ଅଭିନୟ କରି ନିଜର ଦବଦବା ଦେଖାଇଥିଲେ। ଆଉ ଏହି ସମୟରେ ତାଙ୍କର ସାଙ୍ଗ ଅମର ସିଂ ତାଙ୍କୁ ଖୁବ୍ ସହଯୋଗ କରିଥିଲେ । ଅନିଲ ଅମ୍ବାନୀଙ୍କ ଭଳି କୋଟିପତି ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ, ଆଉ ବଚ୍ଚନ ନିଜେ ମଧ୍ୟ ନିଜ କାମ ଜରିଆରେ ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏଥିସହ ପଢ଼ନ୍ତୁ: ଶେଷରେ ରାଜପାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ୍, ଡିପୋଜିଟ୍ କଲେ ଏତିକି ଟଙ୍କା...
ପରେ ତାଙ୍କର ଭେଟ ହୋଇଥିଲା ୟଶ୍ ଚୋପ୍ରାଙ୍କ ସହ । ଆଉ ମୋହବ୍ବତେ ଭଳି ମୁଭିରେ କାମ କରିବାର ସୁଯୋଗ ମିଳିଥିଲା । ୨୦୦୦ରେ ସେ କୌନ ବନେଗା କରୋଡପତିର ହୋଷ୍ଟ କରିବା ଆରମ୍ଭ କରିଥିଲେ । ଆଉ ଖୁବଶୀଘ୍ର ସେ ନିଜର ଋଣ ପରିଶୋଧ କରିବା ଏବଂ ନିଜ କମ୍ପାନୀ ଏବଂ ସମ୍ମାନ ରକ୍ଷା କରିବା ପାଇଁ ଯଥେଷ୍ଟ ରୋଜଗାର କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories