Amitabh Bachchan News / ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ… ଅମିତାଭ ବଚ୍ଚନଙ୍କ ଫଟୋ, ସ୍ୱର ଓ ନାମ ବ୍ୟବହାର ପୂର୍ବରୁ ନେବାକୁ ପଡ଼ିବ ଅନୁମତି
·1 hour ago·2 min read

Key Points
ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ (ବିଗ୍ ବି)ଙ୍କ ସମ୍ମତି ବିନା ତାଙ୍କ ଫଟୋ, ସ୍ୱର ଏବଂ ନାଁର କେହି ବ୍ୟବହାର କରିପାରିବେନି
ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ (ବିଗ୍ ବି)ଙ୍କ ସମ୍ମତି ବିନା ତାଙ୍କ ଫଟୋ, ସ୍ୱର ଏବଂ ନାମର ବ୍ୟବହାର ସମ୍ବନ୍ଧରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କ ପରିଚୟ ସହ ଜଡ଼ିତ ଯେକୌଣସି ଉପାଦାନର ଅନଧିକୃତ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି; ତେବେ, ଯଦି ଅଭିନେତା ଅନୁମତି ଦିଅନ୍ତି, ତେବେ ତାଙ୍କ ନାମ, ଫଟୋ, ସ୍ୱର କିମ୍ବା ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ବ୍ୟବହାର କରାଯାଇପାରିବ। ତାଙ୍କ ପରିଚୟର ଯେକୌଣସି ଅନଧିକୃତ ବ୍ୟବହାର କରାଗଲେ, ଦୋଷୀ ପକ୍ଷ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନେକ ସମୟରେ ବିଭିନ୍ନ କମ୍ପାନୀଗୁଡ଼ିକ ଅମିତାଭ ବଚ୍ଚନଙ୍କ ଅନୁମତି ବିନା ସେମାନଙ୍କ ଉତ୍ପାଦ ଉପରେ ତାଙ୍କର ଫଟୋ, ସ୍ୱର କିମ୍ବା ନାମ ବ୍ୟବହାର କରୁଥିଲେ, ଯାହା ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଥିଲା। ଏହି ରାୟ ପରେ, କେହି ମଧ୍ୟ ଅମିତାଭ ବଚ୍ଚନଙ୍କ ପରିଚୟର ଲାଭ ଉଠାଇ ନିଜ ଉତ୍ପାଦ ବିକ୍ରି କରିପାରିବେ ନାହିଁ କିମ୍ବା ତାଙ୍କ ନାମ କିମ୍ବା ଫଟୋ ବ୍ୟବହାର କରି ନକଲି ୱେବସାଇଟ୍, ମୋବାଇଲ୍ ଆପ୍ କିମ୍ବା ବିଜ୍ଞାପନ ତିଆରି କରିପାରିବେ ନାହିଁ।
ଦିଲ୍ଲୀ ହାଇକୋର୍ଟର ବିଚାରପତି ପୁରୁଷେନ୍ଦ୍ର କୁମାର କୌରଭ ଏହି ମାମଲାରେ ଚୂଡ଼ାନ୍ତ ଆଦେଶ ଜାରି କରିଛନ୍ତି, ଯାହା ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ଆଦେଶକୁ ସ୍ଥାୟୀ କରିଦେଇଛି। ଏହି ମାମଲାଟି ୨୦୨୨ ମସିହାରେ ଅମିତାଭ ବଚ୍ଚନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନରୁ ହିଁ ଏପରି କାର୍ଯ୍ୟନୁଷ୍ଠାନ ନିଆଯାଇଛି। ନିଜ ଆବେଦନରେ ଅଭିନେତା ଜଣକ ଅଭିଯୋଗ କରିଥିଲେ ଯେ, କିଛି ବ୍ୟକ୍ତି ଆର୍ଥିକ ଲାଭ ପାଇଁ ତାଙ୍କ ଲୋକପ୍ରିୟତା ଏବଂ ପରିଚୟର ଅପବ୍ୟବହାର କରୁଛନ୍ତି।
ଅମିତାଭ ବଚ୍ଚନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି, ଦିଲ୍ଲୀ ହାଇକୋର୍ଟ ୨୦୨୨ ମସିହା ନଭେମ୍ବର ମାସରେ ତାଙ୍କ ନାମ, ଚିତ୍ର, ସ୍ୱର ଏବଂ ପରିଚୟର ଅନଧିକୃତ ବ୍ୟବହାର ଉପରେ ଏକ ଅନ୍ତରୀଣ ରୋକ (interim injunction) ଲଗାଇଥିଲେ। ବର୍ତ୍ତମାନ କୋର୍ଟ ଏହି ରୋକକୁ ସ୍ଥାୟୀ କରିଦେଇଛନ୍ତି। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, କିଛି ବ୍ୟକ୍ତି ଏହି ଅଭିନେତାଙ୍କ ପରିଚୟର ଅପବ୍ୟବହାର କରି ଏକ ନକଲି ଭିଡିଓ-କଲ୍ ଆପ୍ (video-call app) ପ୍ରସ୍ତୁତ କରିଥିଲେ। ଏହା ବ୍ୟତୀତ, ତାଙ୍କ ପରିଚୟ ବ୍ୟବହାର କରି କୁଇଜ୍ ବହି ପ୍ରକାଶ କରିବା, ପୋଷ୍ଟର ବିକ୍ରି କରିବା ଏବଂ ୱେବସାଇଟ୍ ଡୋମେନ୍ ପଞ୍ଜୀକରଣ କରିବା ଭଳି ଅନଧିକୃତ କାର୍ଯ୍ୟ ମଧ୍ୟ ସାମ୍ନାକୁ ଆସିଥିଲା।
- ଅମିତାଭ ବଚ୍ଚନଙ୍କ ଭାବମୂର୍ତ୍ତି ଉପରେ କ୍ଷତି

- ୨୦୨୨ ମସିହାରେ ଦାଖଲ ହୋଇଥିବା ଆବେଦନ
ଅମିତାଭ ବଚ୍ଚନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି, ଦିଲ୍ଲୀ ହାଇକୋର୍ଟ ୨୦୨୨ ମସିହା ନଭେମ୍ବର ମାସରେ ତାଙ୍କ ନାମ, ଚିତ୍ର, ସ୍ୱର ଏବଂ ପରିଚୟର ଅନଧିକୃତ ବ୍ୟବହାର ଉପରେ ଏକ ଅନ୍ତରୀଣ ରୋକ (interim injunction) ଲଗାଇଥିଲେ। ବର୍ତ୍ତମାନ କୋର୍ଟ ଏହି ରୋକକୁ ସ୍ଥାୟୀ କରିଦେଇଛନ୍ତି। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, କିଛି ବ୍ୟକ୍ତି ଏହି ଅଭିନେତାଙ୍କ ପରିଚୟର ଅପବ୍ୟବହାର କରି ଏକ ନକଲି ଭିଡିଓ-କଲ୍ ଆପ୍ (video-call app) ପ୍ରସ୍ତୁତ କରିଥିଲେ। ଏହା ବ୍ୟତୀତ, ତାଙ୍କ ପରିଚୟ ବ୍ୟବହାର କରି କୁଇଜ୍ ବହି ପ୍ରକାଶ କରିବା, ପୋଷ୍ଟର ବିକ୍ରି କରିବା ଏବଂ ୱେବସାଇଟ୍ ଡୋମେନ୍ ପଞ୍ଜୀକରଣ କରିବା ଭଳି ଅନଧିକୃତ କାର୍ଯ୍ୟ ମଧ୍ୟ ସାମ୍ନାକୁ ଆସିଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: