ବନ୍ଦ ହେଲା ଅମିତାଭ ବଚ୍ଚନଙ୍କ କଲର ଟ୍ୟୁନ୍, ସରକାର ନେଲେ ନିଷ୍ପତ୍ତି

Key Points
ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ କଲର୍ ଟ୍ୟୁନ୍
ଏହି କାରଣରୁ ନିଆଗଲା ନିଷ୍ପତ୍ତି
ସରକାର ନେଲେ ବଡ ନିଷ୍ପତ୍ତି
ଲୋକଙ୍କ ଅଭିଯୋଗ ପରେ ନିଆଗଲା ନିଷ୍ପତ୍ତି
ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ କଲର୍ ଟ୍ୟୁନ୍। ଯେଉଁ କଲର ଟ୍ୟୁନକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା, ବର୍ତ୍ତମାନ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ସରକାର ଘୋଷଣା କଲେ ବଡ ନିଷ୍ପତ୍ତି। ଗତ କିଛି ଦିନ ଧରି ଅମିତାଭ ବଚ୍ଚନଙ୍କ ପ୍ରତିଟି ପୋଷ୍ଟରେ ଭିନ୍ନ ପ୍ରତିକ୍ରିୟା ରଖୁଥିଲେ। ଫୋନ୍ରେ ସେମାନେ ତାଙ୍କ କଣ୍ଠସ୍ବର ଶୁଣି ଶୁଣି ଥକି ଗଲେଣି ବୋଲି କହୁଥିଲେ। ଏହାର ଜବାବ ଦେଇଥିଲେ ବିଗ୍ ବି। ମୋତେ ନୁହେଁ ବରଂ ସରକାରକୁ କୁହନ୍ତୁ, ସରକାର କହିଲେ ବୋଲି ମୁଁ କହିଛି ବୋଲି କହିଥିଲେ। ଏହାକୁ ନେଇ ଏବେ ସରକାର ବଡ଼ ଘୋଷଣା କରିଛନ୍ତି। କାରଣ ଏହି କଲର୍ ଟ୍ୟୁନ୍କୁ ବନ୍ଦ କରିଦିଆଯାଇଛି। ସରକାର ଏହି କଲର ଟ୍ୟୁନ୍କୁ ସଚେତନ କରିବାକୁ ଉପଯୋଗ କରିଥିଲେ। ଏବେ ଏହି ଅଭିଯାନ ପୂରଣ ହୋଇଛି। ତେଣୁ ଏହାକୁ ହଟାଇବାକୁ ଆଦେଶ ଦିଆଯାଇଛି।
ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଟେଲିକମ୍ କମ୍ପାନୀମାନଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ଅମିତାଭଙ୍କ ଦମ୍ଦାର ସ୍ବରକୁ ବ୍ୟବହାର କରାଯାଇଥିଲା। ସେଥିରେ ସେ ବ୍ୟବହାରକାରୀଙ୍କୁ ନକଲି କଲ୍ ଏବଂ ଅନ୍ଲାଇନ୍ ଫ୍ରଡ୍ରୁ ରକ୍ଷା ପାଇବାକୁ କହୁଥିଲେ।
ମହତ୍ ଉଦ୍ଦେଶ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା, ହେଲେ ଏହା ଲୋକଙ୍କ ଅସୁବିଧାର କାରଣ ପାଲଟିଥିଲା। କାରଣ କୌଣସି ଏମରଜେନ୍ସିଂ ସମୟରେ ଏହା ପସନ୍ଦ ଆସୁ ନ ଥିଲା। ୪୦ ସେକେଣ୍ଡ ଲମ୍ବା ଏହି କଲର ଟ୍ୟୁନକୁ ବାରମ୍ବାର ଶୁଣି ଲୋକେ ଅସୁବିଧା ମନେ କରୁଥିଲେ। ସୋସିଆଲ ମିଡିଆରେ ଏହାର ଆଲୋଚନା କରାଯାଉଥିଲା। ଯାହାକୁ ବିଚାର କରି ସରକାରଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି। ଲୋକଙ୍କ ସୁବିଧା ପାଇଁ ହେଉଥିବା କାର୍ଯ୍ୟ ଯଦି ଅସୁବିଧା କରୁଛି ତେବେ ଏହା ଉପରେ ସରକାର ନିଷ୍ପତି ନେଇଛନ୍ତି।