ଯୋଗୀଙ୍କ ବାୟୋପିକରେ ଅନନ୍ତ, ଖୁବଶୀଘ୍ର ଆସୁଛି ରିଲିଜ ଡେଟ

Key Points
ଚଳିତବର୍ଷ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ପାଇଁ ଘୋଷଣା କରାଯାଇଥିଲା । ଏହା ସହିତ ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ କରାଯାଇଥିଲା । ଏହି ଫିଲ୍ମ ଅଗଷ୍ଟ ୧ରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିବା ସେ କହିଛନ୍ତି ।
'ଅଜୟ-ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଯୋଗୀ' ମୁଭିର ରିଲିଜ ଡେଟ୍ ଫାଇନାଲ ହୋଇସାରିଛି । ଫିଲ୍ମ ସୁଟିଙ୍ଗ ମଧ୍ୟ ଖୁବ ଜୋରସୋରରେ ଚାଲିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଏହି ବାୟୋପିକରେ ଯୋଗୀ ଭୂମିକାରେ ନଜର ଆସୁଛନ୍ତି ଅନନ୍ତ ଯୋଶୀ । ଯୋଗୀଙ୍କ ଭୂମିକାକୁ ସଠିକ ଭାବେ ସ୍କ୍ରିନରେ ଦର୍ଶାଇବା ପାଇଁ ସେ ମଧ୍ୟ ଖୁବ ପରିଶ୍ରମ କରିଛନ୍ତି । ବର୍ତ୍ତମାନ ସେ ମୁଣ୍ଡନ କରିଥିବା ନଜର ଆସିଛନ୍ତି ।
ଚଳିତବର୍ଷ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ପାଇଁ ଘୋଷଣା କରାଯାଇଥିଲା । ଏହା ସହିତ ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ କରାଯାଇଥିଲା । ଏହି ଫିଲ୍ମ ଅଗଷ୍ଟ ୧ରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିବା ସେ କହିଛନ୍ତି ।
ଅନନ୍ତ କହିଛନ୍ତି , ମୁଣ୍ଡନ ହେବା କେବଳ ବାହ୍ୟ ପରିବର୍ତ୍ତନ ନୁହେଁ, ଭିତରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏହା କେବଳ ମୋ ପାଇଁ ଏକ ଭୂମିକା ନୁହେଁ , ବରଂ ଯୋଗୀଙ୍କ ଭୂମିକାକୁ ସମ୍ପୁର୍ଣ୍ଣ ନିଜ ଭିତରେ ଆପଣେଇବାର ପ୍ରଚେଷ୍ଟା ମଧ୍ୟ । ଏହି ଭୂମିକା ପାଇଁ ବଳିଦାନ ନିହାତି ଆବଶ୍ୟକ । ମତେ କେବଳ ଅଭିନୟ କରିବାର ନାହିଁ, ମତେ ସମ୍ପୁର୍ଣ୍ଣ ଯୋଗୀ ହେବାର ଅଛି । ଏହି ବାୟୋପିକର ଏକ ଝଲକ ଦେବାପାଇଁ ପ୍ରଡକ୍ସନ ହାଉସ ଜୁନରେ ସୋସିଆଲ ମିଡିଆରେ ଏହାର ଏକ ପୋଷ୍ଟର ଶେୟାର କରିଥିଲେ । ଏହା ସହିତ ଲେଖା ଯାଇଥିଲା "ଜଗ ଛୋଡା, ଭଗବା ଓଢା, ସେବା ମେଁ ରମ ଗୟା. ଏକ ୟୋଗୀ - ଜୋ ଅକେଲା ହି ପୁରା ଆନ୍ଦୋଲନ ବନ ଗୟା ! ଯୋଗୀଙ୍କ ଜନ୍ମଦିନ ଅବସରରେ ଏହି କାହାଣୀର ଆରମ୍ଭ ହୋଇଛି ।