Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମଡେଲରଙ୍କ ପ୍ରେମରେ ଅନନ୍ୟା...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମଡେଲରଙ୍କ ପ୍ରେମରେ ଅନନ୍ୟା...

ପୁଣି ପ୍ରେମରେ ପଡିଲେ ଅନନ୍ୟା ପାଣ୍ଡେ । ହେଲେ କାହା ପ୍ରେମରେ ବୋଲି ଚର୍ଚ୍ଚା ହେଉଛି। ବଲିଉଡର ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ। ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସିଙ୍ଗଲ୍‌ ବୋଲି ନିଜକୁ କହି ଆସୁଥିଲେ । ହେଲେ ଏବେ ପ୍ରେମର ଗାଡ଼ି ନୂଆ ଷ୍ଟେଶନକୁ ବାଛି ନେଇଛି। ଆଉ ଜଣଙ୍କୁ ମନ ଦେଇ ବସିଛନ୍ତି ଅନନ୍ୟା। ଏକଥା ବର୍ତ୍ତମାନ ପର୍ଯ୍ୟନ୍ତ ଅନନ୍ୟା ମୁହଁ ଖୋଲି କହିନଥିବାବେଳେ ଚର୍ଚ୍ଚା ଜୋର ଧରିଛି। ଅନନ୍ୟା ଜଣେ ମଡେଲଙ୍କୁ ହୃଦୟ ଦେଇ ବସିଛନ୍ତି । ସେ ହେଲେ ଓ୍ବାର୍କର ବ୍ଲାନ୍କୋ।

ଓ୍ବାର୍କରଙ୍କ ବିଷୟରେ କହିଲେ ସେ ଆମେରିକାରେ ମଡେଲ ଭାବେ କାମ କରୁଥିଲେ। ଏବେ ସେ ଗୁଜରାଟର ବନତାରାରେ କାମ କରୁଛନ୍ତି। ପ୍ରକୃତି ପ୍ରତି ତାଙ୍କର ବହୁତ ଭଲପାଇବା ରହିଛି। ତେବେ ଏହି ସମ୍ପର୍କ ଆଗକୁ କେଉଁ ମୋଡ଼ ନେଉଛି ତାହା ସମୟ କହିବ। ଓ୍ବାର୍କର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ପୋଷ୍ଟ କଲା ମାତ୍ରେ ଅନନ୍ୟା କମେଣ୍ଟ ଦେଉଛନ୍ତି। ନିକଟରେ ସେଭଳି କିଛି ଘଟିଥିଲା। ସେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫିର କିଛି ଫଟୋ ଶେୟାର କରିବା ପରେ ଅନନ୍ୟାଙ୍କ ସହ ଭଉଣୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ଏହାପରେ ପ୍ରଶଂସକମାନେ ତାଙ୍କୁ ଭିଣୋଇଭାଇ କହିବା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକ କହୁଛନ୍ତି କେବେ ହେବ ବାହାଘର ?

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ananya-panday-drops-a-comment-on-rumoured-boyfriend-walker-blancos-latest-post-mr-worldwide | Argus News