Videos
|
Entertainment

Anirudh Kavya Wedding / ଅନିରୁଦ୍ଧ ରବିଚନ୍ଦର ଏବଂ କାବ୍ୟ ମାରାନ କେବେ ବିବାହ କରିବେ ? ଭାଇରାଲ ହେଲା ତାରିଖ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଅନିରୁଦ୍ଧ ରବିଚନ୍ଦର ଏବଂ କାବ୍ୟ ମାରାନ କେବେ ବିବାହ କରିବେ ? ଭାଇରାଲ ହେଲା ତାରିଖ
Anirudh Kavya Wedding

Key Points

ଅନିରୁଦ୍ଧ-କାବ୍ୟାଙ୍କ ରାଜକୀୟ ବିବାହ ଚର୍ଚ୍ଚା
ଗ୍ରୀସ୍‌ରେ ହେବ ଅନିରୁଦ୍ଧଙ୍କ ଗ୍ରାଣ୍ଡ ୱେଡିଂ
ନଭେମ୍ବର ୧୧ରେ ବାହା ହେବେ ଅନିରୁଦ୍ଧ-କାବ୍ୟା ?
ରଜନୀକାନ୍ତଙ୍କଠୁ ମୋଦୀ, ବିବାହରେ ଯୋଗଦେବେ ବଡ଼ ବଡ଼ ହସ୍ତୀ

ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ମ୍ୟୁଜିକ୍ କମ୍ପୋଜର ଅନିରୁଦ୍ଧ ରବିଚନ୍ଦର ଏବଂ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ଖବର ଅନୁସାରେ, ଏହି ଯୋଡ଼ି ଗ୍ରୀସ୍‌ରେ ନିଜ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରାଜକୀୟ ଢଙ୍ଗରେ ବିବାହ କରିବାକୁ ଯାଉଛନ୍ତି । ବିବାହରେ ସାମିଲ ହେବା ପାଇଁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଗ୍ରୀସ୍‌ରେ ପହଞ୍ଚିଥିବା ଚର୍ଚ୍ଚା ହେଉଛି । ସେହିପରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ମଧ୍ୟ ଏହି ବିବାହରେ ଯୋଗଦେବାକୁ ଯାତ୍ରା କରିଥିବା ଖବର ମିଳିଛି । ତେବେ କେବେ ହେବ ଏହି ରାଜକୀୟ ବିବାହ ? ଆସନ୍ତୁ ଜାଣିବା।

କେବେ ହେବ ବିବାହ ?
ରିପୋର୍ଟ ଅନୁସାରେ, ଅନିରୁଦ୍ଧ ରବିଚନ୍ଦର ଓ କାବ୍ୟା ମାରନଙ୍କ ବିବାହ ଉତ୍ସବର ପ୍ରସ୍ତୁତି ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବ । ଏହି ଯୋଡ଼ି ନଭେମ୍ବର ୧୧ ତାରିଖରେ ଗ୍ରୀସ୍‌ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ୧୧:୧୧ର ବିଶେଷ ସଂଯୋଗ ଯୋଗୁଁ ଏହି ତାରିଖକୁ ଶୁଭ ବୋଲି ମନେ କରାଯାଉଛି । ବିବାହରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ଅତିଥିମାନେ ସାମିଲ ହେବେ । ଅତିଥିମାନଙ୍କ ଯାତାୟାତ ପାଇଁ ୪ଟି ପ୍ରାଇଭେଟ୍ ବିମାନର ବ୍ୟବସ୍ଥା କରାଯାଇଥିବା ମଧ୍ୟ ଖବର ରହିଛି ।

ବିବାହରେ ସାମିଲ ହେବେ ଏହି ବଡ଼ ବଡ଼ ହସ୍ତୀ
ଏହି ରାଜକୀୟ ବିବାହରେ ରାଜନୀତି ଓ ସିନେମା ଜଗତର ଅନେକ ନାମୀଦାମୀ ବ୍ୟକ୍ତି ଯୋଗଦେବାର ଚର୍ଚ୍ଚା ରହିଛି । ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଗ୍ରୀସ୍ ଯାତ୍ରା କରିଥିବା ଖବର ସାମ୍ନାକୁ ଆସିଛି । ସେହିପରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ମଧ୍ୟ ନିଜ ପରିବାର ସହ ଏହି ବିବାହରେ ଯୋଗଦେବେ ବୋଲି କୁହାଯାଉଛି । ଅନ୍ୟ କିଛି ନାମୀଦାମୀ ସେଲିବ୍ରିଟିଙ୍କୁ ବିବାହ ପରବର୍ତ୍ତୀ ରିସେପସନ୍ ପାଇଁ ନିମନ୍ତ୍ରଣ କରାଯାଇଥିବା ଖବର ରହିଛି ।

କେବେ ହେବ ୱେଡିଂ ରିସେପସନ୍ ?

ବିବାହ ପରେ ଚେନ୍ନାଇରେ ଏକ ବଡ଼ ଧରଣର ୱେଡିଂ ରିସେପସନ୍ ଆୟୋଜନ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ, ନଭେମ୍ବର ୨୧ ତାରିଖରେ ଏହି ରିସେପସନ୍ ଅନୁଷ୍ଠିତ ହେବ । ଏଥିରେ ଧନୁଷ, ଅଲ୍ଲୁ ଅର୍ଜୁନ, ଶାହରୁଖ ଖାନ୍, ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ, ନରେନ୍ଦ୍ର ମୋଦୀ, ନେଲସନ ଦିଲୀପକୁମାର, ଏ.ଆର୍. ରହମାନ ଓ ଅଜିତ କୁମାରଙ୍କ ଭଳି ଅନେକ ନାମୀଦାମୀ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିବା ଦାବି କରାଯାଉଛି । ତେବେ ଏହି ରାଜକୀୟ ବିବାହ ଓ ରିସେପସନ୍‌କୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: