Videos
|
Entertainment

ମା' ହେବେ ଅଭିନେତ୍ରୀ, ଟିଭି ଶୋ'ରେ କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମା' ହେବେ ଅଭିନେତ୍ରୀ, ଟିଭି ଶୋ'ରେ କହିଲେ...

Key Points

ଫ୍ୟାନ୍ସଙ୍କୁ ଖୁସି ଖବର ଦେବେ ଅଭିନେତ୍ରୀ

ଖୁବଶୀଘ୍ର ମା' ହେବେ ଅଙ୍କିତା

ଖୁସି ଖବର ଦେବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଖୁବଶୀଘ୍ର ହେବେ ମା'। ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି। ୨୦୨୧ରେ ଅଙ୍କିତା ବ୍ୟବସାୟୀ ବିକ୍କି ଜେନଙ୍କୁ ବିବାହ କରିଥିଲେ। ଏହାପରେ ଦୁହେଁ ଅନେକ ଶୋ’ରେ ଏକାଠି ନଜର ଆସିଛନ୍ତି। ଶୋ’ ‘ଲାଫଟର ସେଫ୍‌ ୨’ର ଶୁଟିଂ ସେଟ୍‌ରେ ନିଜେ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି। ଏହା ସାମ୍ନାକୁ ଆସିବା ପରେ ଅଙ୍କିତାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ମା’ ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି।


ନିକଟରେ ଶୋ’ର ଏକ ପ୍ରମୋ ଶେୟାର ହୋଇଛି। ଏଥିରେ ଦେଖାଯାଇଛି ଯେ ଅଭିନେତ୍ରୀଙ୍କଠାରୁ କୃଷ୍ଣା ଅଭିଷେକ କିଛି ସାମଗ୍ରୀ ଛଡ଼ାଇ ଦେଉଛନ୍ତି। ଏହାପରେ ଅଭିନେତ୍ରୀ ତାଙ୍କ ପଛରେ ଦୌଡ଼ୁଛନ୍ତି। ପରେ ସେ କୃଷ୍ଣାଙ୍କୁ କହୁଛନ୍ତି ଯେ ମୁଁ ଗର୍ଭବତୀ ଏବଂ ନିଜ ପେଟକୁ ଧରି ନେଉଛନ୍ତି। ଏହାଶୁଣି ସମସ୍ତେ ଚମକି ଯାଉଛନ୍ତି। କୃଷ୍ଣା ସତରେ କି ବୋଲି ପଚାରିବାରେ ଅଙ୍କିତା ମୁଣ୍ଡ ହଲାଇ ସହମତି ଦେଉଛନ୍ତି। ତେବେ ଏହା କେତେଦୂର ସତ ତାହା ଜଣାପଡିନଥିବାବେଳେ, ଦୁହେଁ ମଧ୍ୟ ନିଜ ତରଫରୁ କନଫର୍ମ କରିନାହାନ୍ତି। କିନ୍ତୁ ଯଦି ଏହା ସତ ହୋଇଥାଏ, ତେବେ ଉଭୟଙ୍କ ଫ୍ୟାନ୍ସ ଖୁବ ଖୁସି ହେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ankita-lokhande-who-is-expecting-a-baby-recently-discussed-her-pregnancy-and-future-family-plans-on-a-tv-show | Argus News