Videos
|
Entertainment

Celebrity Controversy / ତମନ୍ନା ଭାଟିଆଙ୍କ ଶରୀର ଉପରେ କରିଥିବା ଟିପ୍ପଣୀକୁ ନେଇ ବିବାଦରେ ଅଭିନେତା ଅନ୍ନୁ କପୁର

Ritu Das
Browse all articles by Ritu Das
·9 months ago·2 min read
ତମନ୍ନା ଭାଟିଆଙ୍କ ଶରୀର ଉପରେ କରିଥିବା ଟିପ୍ପଣୀକୁ ନେଇ ବିବାଦରେ ଅଭିନେତା ଅନ୍ନୁ କପୁର

Key Points

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରେ କରାଯାଇ ଥିବା ଏକ ଅନୁଚିତ ଟିପ୍ପଣୀ ଯୋଗୁଁ ଅନୁଭବୀ ଅଭିନେତା ଅନ୍ନୁ କପୁର ଅଡ଼ୁଆରେ।

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରେ କରାଯାଇ ଥିବା ଏକ ଅନୁଚିତ ଟିପ୍ପଣୀ ଯୋଗୁଁ ଅନୁଭବୀ ଅଭିନେତା ଅନ୍ନୁ କପୁର ଅଡ଼ୁଆରେ। ନିକଟରେ ଏକ ପଡକାଷ୍ଟ ଶୋ’ରେ ଅନ୍ନୁ କପୁର ଅଭିନେତ୍ରୀ ତମନ୍ନାଙ୍କ ଶରୀର ଓ ଏକ ପୁରୁଣା ମନ୍ତବ୍ୟକୁ ନେଇ ଯେଉଁ ଟିପ୍ପଣୀ କରିଛନ୍ତି, ଏହାକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କର କଡ଼ା ସମାଲୋଚନା ହୋଇଛି।


ନିଜ ଘର ଛାଡି ଭୂତ ବଙ୍ଗଳାରେ ପଟୌଦି ପରିବାର, କରୀନା କହିଲେ ସବୁବେଳେ...


ପ୍ରକୃତ କଥା ହେଲା , ଶୋ’ ରେ କଥାବାର୍ତ୍ତା ବେଳେ ଯେତେବେଳେ ଅନ୍ନୁ ଜୀଙ୍କୁ ତମନ୍ନା ଭାଟିଆଙ୍କ ବିଷୟରେ ପଚରା ଯାଇଥିଲା, ତ ସେ କହିଥିଲେ, ତମନ୍ନାଙ୍କ ଶରୀର କେତେ ଆକର୍ଷଣୀୟ ଓ ଦୁଧିଆ । ଅନ୍ନୁ କପୁରଙ୍କର ଏହି ଟିପ୍ପଣୀକୁ କିଛି ଲୋକ ଅସଭ୍ୟ ଓ ତମନ୍ନାଙ୍କ ଆତ୍ମସମ୍ମାନର ବିରୋଧରେ ବୋଲି କହିଛନ୍ତି। ଉଲ୍ଲେଖନୀୟ ଯେ, ତମନ୍ନା ଭାଟିଆଙ୍କୁ ମିଲ୍କି ବ୍ୟୁଟି କୁହାଯାଏ, କିନ୍ତୁ ସେ ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି ଯେ, ଏହି ଟାଇଟଲ ତାଙ୍କୁ ପସନ୍ଦ ନୁହେଁ। ଏଥିରେ ଅନ୍ନୁଙ୍କର ଟିପ୍ପଣୀକୁ ନେଇ ଲୋକଙ୍କ ବିରକ୍ତ ଆହୁରି ବଢି ଯାଇଛି। ଅନ୍ନୁ କପୁରଙ୍କ କଥା ଏହିଠାରେ ସରିନାହିଁ।


ସମସ୍ତଙ୍କୁ ପଛରେ ପକାଇ ଆଲିଆ ନମ୍ୱର ଓ୍ୱାନ ଅଭିନେତ୍ରୀ, ମିଳିଲା...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ତମନ୍ନାଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁର ମଧ୍ୟ ମଜାକ୍‌ ଉଡ଼ାଇ ଥିଲେ, ଯେଉଁଥିରେ ଅଭିନେତ୍ରୀ କହିଥିଲେ ଯେ, ତାଙ୍କର ଗୀତ ‘ ଆଜ୍ କି ରାତ୍’ ଶୁଣି ପିଲା ଚୁପ୍‌ ହୋଇ ଯା’ନ୍ତି ଏବଂ ଶୋଇ ଯା’ନ୍ତି। ଏହା ଉପରେ ଅନ୍ନୁ ବ୍ୟଙ୍ଗାତ୍ମକ ଭାବେ କହିଥିଲେ , ଏହି ଗୀତ ଶୁଣି ଶୋଇଯାଉ ଥିବା ପିଲାଙ୍କ ବୟସ କେତେ ? କେହି ୭୦ ବର୍ଷ ବୟସର ପିଲା ମଧ୍ୟ ହୋଇପାରନ୍ତି। ଏହା ପରେ ସେ କହିଥିଲେ , ସେ ତାଙ୍କର ଗୀତ ଓ ଶରୀର ଦ୍ୱାରା ଆମର ପିଲାଙ୍କୁ ଶୁଆଇ ଦେଉଛନ୍ତି – ଏହା ଦେଶ ପାଇଁ ବହୁତ ବଡ଼ ଲାଭ। ଅନ୍ନୁ କପୁରଙ୍କ ଏହି କଥାକୁ ନେଇ ସୋସିଆଲ ମିଡ଼ିଆରେ ଲୋକେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ତମନ୍ନାଙ୍କ ପ୍ରଶଂସକ ଓ ଅନେକ ୟୁଜର ଏଥିରେ କ୍ଷୁବ୍ଧ ହୋଇଛନ୍ତି।


ଆଉ କହିଛନ୍ତି ଏହି ପ୍ରକାରର ଟିପ୍ପଣୀ କୌଣସି ବରିଷ୍ଠ କଳାକାରଙ୍କୁ ଶୋଭା ଦେଉ ନାହିଁ। ଜଣେ ୟୁଜର୍ସ ଲେଖିଛନ୍ତି –ଅନ୍ନୁ ଜୀ, ଆପଣଙ୍କ ବୟସ ଓ ପ୍ରତିଷ୍ଠାକୁ ଦେଖି ଏମିତି ଶବ୍ଦ ଆଶା ନଥିଲା। ଆଉ ଜଣେ ୟୁଜର ଲେଖିଛନ୍ତି , ଯାହା ଅନ୍ନୁ କପୁର ତମନ୍ନା ଭାଟିଆଙ୍କ ଉଦ୍ଦେଶ୍ୟରେ କହିଛନ୍ତି ,ଯଦି କେହି ସେହି କଥା ଆପଣଙ୍କ ଭଉଣୀ କିମ୍ୱା ଝିଅଙ୍କୁ କହେ , କେମିତି ଆପଣ ଅନୁଭବ କରିବେ ?

annu Kapoor in Controversy Over Comments on Tamanna Bhatia | Argus News