Videos
|
Entertainment

Bollywood Controversy / ୩୪ ବର୍ଷୀୟା ସାନ ଅଭିନେତ୍ରୀଙ୍କୁ "ଦୁଧିଆ ଶରୀର" ବୋଲି କହି ବିବାଦରେ ଫସିଥିଲେ ୭୦ ବର୍ଷୀୟ ଅଭିନେତା...ଆଜି କହିଲେ କାରଣ?

Ritu Das
Browse all articles by Ritu Das
·1 hour ago·2 min read
୩୪ ବର୍ଷୀୟା ସାନ ଅଭିନେତ୍ରୀଙ୍କୁ "ଦୁଧିଆ ଶରୀର" ବୋଲି କହି ବିବାଦରେ ଫସିଥିଲେ ୭୦ ବର୍ଷୀୟ ଅଭିନେତା...ଆଜି କହିଲେ କାରଣ?
Movie

Key Points

ତମନ୍ନାଙ୍କୁ ‘ଦୁଧିଆ ବଦନ’ କହି ବିବାଦରେ ଫସିଥିଲେ ଅନ୍ନୁ କପୁର!
ବୟାନକୁ ନେଇ ସୋସିଆଲ ମିଡିଆରେ ହୋଇଥିଲା ଜୋରଦାର ଟ୍ରୋଲିଂ
ବଲିଉଡର ବରିଷ୍ଠ ଅଭିନେତା ଅନ୍ନୁ କପୁର ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଅଭିନେତା ଗତବର୍ଷ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ “ଦୁଧିଆ ଶରୀର” ବୋଲି ଅପଶବ୍ଦ ବ୍ୟବହାର କରିଥିଲେ। ଯେଉଁଥିପାଇଁ ତାଙ୍କୁ ଖୁବ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା। ଏହି ବୟାନ ପରେ ପୁଣି ସେ ନିଜର ପକ୍ଷ ରଖିଥିଲେ। ଦୀର୍ଘ ବର୍ଷେ ପରେ ଅନ୍ନୁ କହିଲେ ଏମିତି କହିବାର କାରଣ କଣ ଥିଲା? 

  • ଅନ୍ନୁ କଣ କହିଥିଲେ

ତମନ୍ନା ଭାଟିଆଙ୍କୁ ଦୁଧିଆ ଶରୀର କହିବାରୁ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଥିଲେ ଆଉ ଏହାପରେ ଏପରି କହିବାର ଜବାବ ମଧ୍ୟ ଦେଇଥିଲେ। ଏକ ଇଣ୍ଟରଭ୍ୟୁରେ କହିଥିଲେ, “ଭାରତୀୟ ମାନେ ୨୫୦ରୁ ୩୫୦ ବର୍ଷ ପର୍ଯ୍ୟନ୍ତ ଗୁଲାମୀ ସହିଥିଲେ। ସେଥିପାଇଁ ଇଂରାଜୀରେ ଗାଳି ଦେଇଦେଲେ ଭାରି ଭଲ ଲାଗେ। ସେଥିରେ କେବେ କାହାକୁ ଖରାପ ଲାଗେନି। କିନ୍ତୁ ଯଦି ମୁଁ ହିନ୍ଦୀରେ ଗାଳି ଦିଏ ତ ଭାରି ଖରାପ ଲାଗେ କେଜାଣି କାହିଁକି?

ଅନ୍ନୁ ଆହୁରି କହିଛନ୍ତି ଯେ, “ଗୁଲାମୀ ମାନେ ସେମିତି ଅଛନ୍ତି ଏଯାଏ ମନରୁ ଗୁଲାମୀ ପ୍ରକୃତି ଯାଇନାହିଁ।" ୧୯୪୮୭ ମସିହା ଅଗଷ୍ଟ ୧୫ ତାରିଖରେ ଆମକୁ ସ୍ବତନ୍ତ୍ରତା ମିଳିଥିଲା। କିନ୍ତୁ ମାନସିକ ଭାବେ ଭାରତୀୟମାନେ ଏବେ ବି ଗୋଲାମୀ କରୁଛନ୍ତି। ସେଥିପାଇଁ “Milk Body” କହିଲେ କୋୌଣସି ସମସ୍ୟା ନାହିଁ କିନ୍ତୁ ହିନ୍ଦୀରେ ଦୁଧିଆ ଶରୀର କହିଦେଲେ ମୁଁ ବଡ଼ି ସେମିଂ କରୁଛି। ଲୋକଙ୍କ ଚିନ୍ତାଧାରା ସେତିକି ନୀଚ୍ଚ। ସେଥିପାଇଁ ମୁଁ ଯଦି ଅପଶବ୍ଦ କହିଛି "ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି।"

ଏହାପରେ ଆଉ ମଧ୍ୟ କହିଥିଲେ, “ ତମନ୍ନା ଏବେ ସୁସ୍ଥ ଅଛନ୍ତି ନା? ମସ୍ତ ଅଛନ୍ତି ନା କଣ କରୁଛନ୍ତି? ଭଗବାନ ତାଙ୍କୁ ସବୁବେଳେ ଅୟସୁଲକ୍ଷଣୀ ରଖନ୍ତୁ।“ ଏହାପରେ ତାଙ୍କୁ ଇଣ୍ଟରଭ୍ୟୁର ହୋଷ୍ଟ କହିଥିଲେ ସେ ଅବିବାହିତା। ପରେ ପୁଣି କହିଲେ ମୋ କହିବାର ମାନେ ସୌଭାଗ୍ୟବତୀ ଭବଃ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପୂରା ମାମଲା କଣ?

ଗତବର୍ଷ ଅନ୍ନୁ କପୁର ଏକ ପଡକାଷ୍ଟରେ ତମନ୍ନା ଭାଟିଆଙ୍କୁ ନେଇ ପ୍ରଶ୍ନ କରିଥିଲେ? ତାଙ୍କୁ ପଚରାଯାଇଥିଲା କି ତମନ୍ନା ତାଙ୍କୁ ବସନ୍ଦ କି? ଏଥିରେ ଅନ୍ନୁ କହିଥିଲେ ଯେ, ହାଏ “ଦୁଧିଆ ବଦନ”। ଏହି କଥା ପରେ ବଲିଉଡରେ ବବାଲ ହୋଇଯାଇଥିଲା। ଏହାପରେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା। ଆଉ ଏହାକୁ ନେଇ ଗୋଟିଏବର୍ଷ ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। ସିଧା କଥା କହିଛନ୍ତି ଯେ, ଲୋକଙ୍କୁ ଦୁଧିଆ ବଦନ ଖରାପ ଲାଗୁଛି କିନ୍ତୁ Milk Body କହିଲେ କିଛି ଅସୁବିଧା ଲାଗୁନି।