Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରିଲା ହଳଦୀ,ମେହେନ୍ଦୀ..କାଲି ହାତକୁ ଦି ହାତ ହେବେ ଅନୁଭବ ଜାଗ୍ରତି

Entertainment

ସରିଲା ହଳଦୀ,ମେହେନ୍ଦୀ..କାଲି ହାତକୁ ଦି ହାତ ହେବେ ଅନୁଭବ ଜାଗ୍ରତି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସରିଲା ହଳଦୀ,ମେହେନ୍ଦୀ..କାଲି ହାତକୁ ଦି ହାତ ହେବେ ଅନୁଭବ ଜାଗ୍ରତି

ହାତରେ ମେହେନ୍ଦି ଲଗାଇ ସାଙ୍ଗ ମାନଙ୍କ ସହ ହଳଦୀ ରସମ ପୁରା କରୁଛନ୍ତି ଜାଗ୍ରତି। ସାଙ୍ଗରେ ଅଛନ୍ତି ବନ୍ଧୁମାନେ। ବହୁ ପ୍ରତୀକ୍ଷା ପରେ ହାତକୁ ଦି ହାତ ହେବେ ଅଭିନେତା ଅନୁଭବ ମହାନ୍ତି ଓ ଉପସ୍ଥାପିକା ଜାଗୃତି ଶୁକ୍ଳା। ରାଜସ୍ଥାନର ଜୟପୁର ଠାରେ ଏକ ରିସୋଟ ରେ ଆୟୋଜିତ ହେଉଛି ଷ୍ଟାର କପଲଙ୍କ ବାହାଘର। ଜାଗ୍ରତିଙ୍କ ହଳଦୀ ରସମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତ ଶୁକ୍ରବାର ଦିନ ସରିଥିଲା ଉଭୟଙ୍କ ନିର୍ବନ୍ଧ । ଯାହାକୁ ନେଇ ଅନୁଭବ ଜାଗ୍ରତି ନିଜ ନିଜର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଜାଗ୍ରତି ଲେଖିଥିଲେ, " ମୁଁ ମୋର ଭଲ ବନ୍ଧୁଙ୍କୁ ହଁ କହିଲି । ଆଶୀର୍ବାଦ ପାଇଁ ଆମ ପରିବାର ଓ ଶୁଭେଛୁ, ବନ୍ଧୁଙ୍କ ନିକଟରେ କୃତଜ୍ଞ । ବନ୍ଧୁତାର ବନ୍ଧନ ନୂଆ ରୂପ ନେଇଛି । ଆମ ଦୁହିଁଙ୍କ ପ୍ରେମ କାହାଣୀ ଏକାଠି ଲେଖିବାକୁ ମୁଁ ଆଉ ଅପେକ୍ଷା କରି ରହିପାରିବି ନାହିଁ ।"ସେହପରି ଅନୁଭବ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ନିର୍ବନ୍ଧର ଫଟୋ ଶେୟାର କରିଥିଲେ ।

ତେବେ ଅର୍ଗସକୁ ଦେଇଥିବା ସାକ୍ଷାତକାରରେ ଅନୁଭବ ଖୁବଶୀଘ୍ର ଦ୍ବିତୀୟ ବିବାହ କରିବାକୁ ଯାଉଥିବା କହିଥିବା ବେଳେ ଜାଗ୍ରତି ମଧ୍ୟ ଚଳିତ ବର୍ଷ ବିବାହ କରିବେ ବୋଲି କହିଥିଲେ । ଯଦିଓ ଉଭୟ ପରସ୍ପରକୁ ବିବାହ କରିବା କଥା ସ୍ପଷ୍ଟ କରିନଥିଲେ, କିନ୍ତୁ ସେମାନଙ୍କର ସମ୍ପର୍କ ଖୁବ ଗଭୀର ବୋଲି କହିଥିଲେ । ଏବେ ସମସ୍ତଙ୍କ ସାମ୍ନାରେ ଉଭୟ ନିଜର ସମ୍ପର୍କକୁ ସମ୍ମତି ଜଣାଇଛନ୍ତି ।

ସୂଚନା ମୁତାବକ ଅନୁଭବ ଏବଂ ଜାଗ୍ରତିଙ୍କ ସମ୍ପର୍କ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା । ଜାଗ୍ରତି ଲୋକସଭା ଟିଭିରେ ଉପସ୍ଥାପିକା ଥିବାବେଳେ ଯୁବ ସାଂସଦ ଭାବେ ଅନୁଭବଙ୍କ ସାକ୍ଷାତକାର ନେଇଥିଲେ । ପରେ ଅନୁଭଙ୍କ ଉପରେ ବହି ଲେଖିବା ଉଦ୍ଦେଶ୍ୟରେ ତାଙ୍କ ସହ ମିଳାମିଶା ଆରମ୍ଭ କରିଥିଲେ । ଏହା ପରଠୁ ସମ୍ପର୍କ ଆହୁରି ଘନିଷ୍ଠ ହୋଇଥିଲା । 2020 ମସିହାରେ ଅନୁଭବ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କଠାରୁ ଡିଭୋର୍ସ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ବର୍ଷା ଅଭିଯୋଗ କରିଥିଲେ ଯେ , ଦିଲ୍ଲୀରେ ଥିବା ତାଙ୍କର ବାନ୍ଧବୀ ଜାଗ୍ରତିଙ୍କ ପାଇଁ ତାଙ୍କର ଡିଭୋର୍ସ ହେବାକୁ ଯାଉଛି । ପୁଣି ଅନୁଭବ ମଧ୍ୟ ସମୟ ସମୟରେ ଜାଗ୍ରତିଙ୍କ ଫଟୋ ପୋଷ୍ଟ କରୁଥିଲେ, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anubhab mohanty and Jagriti shukla will get married tomorrow | Argus News