ସରିଲା ବାହାଘର,ଅନୁଭବଙ୍କ ନାଁର ସିନ୍ଦୂର ପିନ୍ଧିଲେ ଜାଗ୍ରତି

ଜାଗୃତିଙ୍କ ହାତ ଧରିଲେ ଅନୁଭବ ମହାନ୍ତି । ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କୁ ହିନ୍ଦୁ ରିତିନୀତରେ ବିବାହ କରିଛନ୍ତି ଅନୁଭବ । ଆଉ ଜାଗ୍ରତି ପିନ୍ଧିଲେ ଅନୁଭବଙ୍କ ନାଁର ସିନ୍ଦୂର । ଉଭୟଙ୍କ ବିବାହ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଏକ ଜଗନ୍ନାଥ ମନ୍ଦିରରେ ହୋଇଛି । ବିବାହ ପୂର୍ବରୁ ଜାଗ୍ରତି ଓ ଅନିୁଭବଙ୍କ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲେ । ବାଦ ବିବାଦ ଭିତରେ ଦୁହିଁଙ୍କ ବିବାହ ମଙ୍ଗଳବାର ପାରମ୍ପରିକ ନୀତିରେ ସଂପନ୍ନ ହୋଇଛି ।
ନିକଟରେ ହଳଦି ମେହେନ୍ଦୀର ଫଟୋ ବି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଶୁକ୍ରବାର ରାଜ୍ୟ ବାହାରର ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲା, ଯାହା ବାସ୍ତବର ରୂପ ନେଇଛି । ଉଭୟ ପରିବାର ଓ କିଛି ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କରିଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗ୍ରତିଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ପୂର୍ବତନ ସାଂସଦ।
ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବନ୍ଧୁରୁ ପାଲଟିଲେ ଜୀବନସାଥୀ । ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା । ଦୀର୍ଘଦିନର ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ନୂଆଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି । ଉଭୟ ପକ୍ଷଙ୍କ ପରିବାର ଓ କିଛି ଖାସ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି । ଖୋଲା ଭିଣ୍ଟେଜ କାରରେ ବରବେଶରେ ଯାଇଥିଲେ ଅନୁଭବ ।
ବିବାହ ପରେ ପରେ ବରକନ୍ୟା ରିସେପ୍ସନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଓଡ଼ିଆ କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିବା ବେଳେ ସଂସ୍କୃତି ନଗରୀ କଟକ ସହରରୁ ପୂଜାରୀମାନେ ଖାସ୍ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି କରିଥିଲେ । ରିସେପ୍ସନ୍ ଭୋଜିରେ ୭୬ ପ୍ରକାରର ସୁସ୍ବାଦୁ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ଏଥିରେ ସ୍ବତନ୍ତ୍ର ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନବଦମ୍ପତିକୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଅଜୟ ପାଢ଼ୀ, ହିମାଦ୍ରୀ ତନୟା ଦାସ, ଜିତୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ନବବିବାହିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ତେବେ ବିବାହ ନେଇ ଅନୁଭବ ନିଜପକ୍ଷରୁ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଅନ୍ୟପଟେ ୭ ମାର୍ଚ୍ଚରେ ଅନୁଭବ ଏବଂ ଜାଗୃତିଙ୍କ ନିର୍ବନ୍ଧ ହୋଇଥିଲା । ଦୁହିଁଙ୍କର ନିର୍ବନ୍ଧ ଏକ ହୋଟେଲରେ ଗ୍ରାଣ୍ଡ ସେଲିବ୍ରେଶନ ହୋଇଥିଲା । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିଲା । ଜାଗୃତି ନିଜ ଇନଷ୍ଟା ଏବଂ ଫେସବୁକ ଆଇଡିରେ ଅନୁଭବଙ୍କ ସହ ହୋଇଥିବା ନିର୍ବନ୍ଧ ବେଳର ଫଟୋ ସେୟାର କରିଥିଲେ । ଏଥିସହ ସେ ନିଜ ଭାବି ସ୍ୱାମୀଙ୍କୁ ନେଇ କ୍ୟାପ୍ସନରେ ଅନେକ କଥା ଲେଖିଥିଲେ ।
ସୂଚନାଯୋଗ୍ୟ, ୨୦୧୪ ଫେବ୍ରୁଆରି ୮ତାରିଖରେ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ଧରିଥିଲେ ସୁପର୍ଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ବଢ଼ିବା ସହିତ ଅନୁଭବ ୨୦୨୧ରେ ଦିଲ୍ଲୀ ପଟିଆଲା ହାଉସ୍ ପରିବାର ଅଦାଲତରେ ଛାଡ଼ପତ୍ର ଆବେଦନ କରିଥିଲେ । ଏହି ମାମଲା ସୁପ୍ରିମକୋର୍ଟ, ହାଇକୋର୍ଟ ଓ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚି ଥିବା ବେଳେ ଶେଷରେ ୨୦୨୩ ଡିସେମ୍ବର ୨୧ରେ ଛାଡ଼ପତ୍ର ମଞ୍ଜୁର ହୋଇଥିଲା ।