Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Anurag Shocks / ୟୁଟ୍ୟୁବରଙ୍କ ଆତ୍ମହତ୍ୟା ଉଦ୍ୟମ, ଜାଣନ୍ତୁ କାହା ପାଇଁ ଏତେ କାଣ୍ଡ ?

Banajyotshna Ray
Browse all articles by Banajyotshna Ray
·4 months ago·2 min read
ୟୁଟ୍ୟୁବରଙ୍କ ଆତ୍ମହତ୍ୟା ଉଦ୍ୟମ, ଜାଣନ୍ତୁ କାହା ପାଇଁ ଏତେ କାଣ୍ଡ ?
Anurag Shocks

Key Points

ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓରେ ଆତ୍ମହତ୍ୟା ଉଦ୍ୟମ
ୟୁଟ୍ୟୁବର ଅନୁରାଗ ଡୋଭାଲ୍ ହେଲେ ଦୁର୍ଘଟଣାର ସମ୍ମୁଖୀନ
ଗତ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ଲୋକପ୍ରିୟ YouTuber ଏବଂ ବିଗ୍ ବସ୍-୧୭ ଫେମ୍ ଅନୁରାଗ ଡୋଭାଲ ଚର୍ଚ୍ଚାରେ ଅଛନ୍ତି । ଇନଷ୍ଟାଗ୍ରାମରେ ଲାଇଭ୍ ଭିଡିଓରେ ଆସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଲାଇଭ ଭିଡିଓରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଡିଭାଇଡରକୁ ଧକ୍କା ଦେଲେ ୟୁଟ୍ୟୁବର ଅନୁରାଗ ଡୋଭାଲ୍ କାର । ଅନୁରାଗଙ୍କୁ ସାଧାରଣତଃ ରାଇଡର ନାମରେଜଣାଶୁଣା । ଶନିବାର, ସେ କାର ଚଳାଇବା ସମୟରେ ଲାଇଭ୍ଷ୍ଟ୍ରିମ୍ କରୁଥିଲେ। ୧୫୦ କିମି ବେଗରେ ଗାଡ଼ି ଚଳାଉଥିବା ବେଳେ ଜାଣିଶୁଣି ହାଇୱେର ମଧ୍ୟଭାଗର ଥିବା ଡିଭାରକୁ ଧକ୍କା ଦେଇଥିଲେ । ଅନୁରାଗ ଏକ ବସ୍ ଏବଂ ଅନ୍ୟ ଗାଡ଼ିକୁ ବାମ ପାଖରୁ ଓଭରଟେକ୍ କରିବା ପରେ ଷ୍ଟିୟାରିଙ୍ଗ୍ ଡାହାଣକୁ ଜୋରରେ ଘୁଞ୍ଚାଇ ଡିଭାଇଡରକୁ ଧକ୍କା ଦେଇଥିଲେ।

ଏହା ପରେ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଅନୁରାଗଙ୍କୁ ଉଦ୍ଧାର କରି ମିରଟର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଅବସ୍ଥାରେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।ଏହି ସମୟରେ ୮୨,୦୦୦ ଲୋକ ଇନଷ୍ଟାଗ୍ରାମ୍ ଲାଇଭ୍ ଦେଖୁଥିଲେ, ଦୁଃଖ ଇମୋଜି ପଠାଉଥିଲେ। ଏତିକି ବେଳେ ଅନୁରାଗ କହିଥିଲେ, ଆସନ୍ତୁ ଶେଷ ଡ୍ରାଇଭ୍ ପାଇଁ ଯିବା । ଯେଉଁ ସମୟରେ ଗାଡିର ବେଗ ୧୫୦ କିମିରୁ ଅଧିକ ଥିଲା। ଏହା ପରେ ଅନୁରାଗ ଶନିବାର ରାତିରେ, ଟୟୋଟା ଫର୍ଚ୍ୟୁନର୍ ଗାଡ଼ିରେ ଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ୱେରେ ବହୁତ ସ୍ପିଡରେ ଯାଉଥିଲେ। ଏହି ସମୟରେ, କାନ୍ଦି କାନ୍ଦି କହୁଥିଲେ, ମୁଁ ଆଶା କରୁଛି.. ପରବର୍ତ୍ତୀ ଜନ୍ମରେ ଆସିବି ମା, ତୁମେ କେବଳ ଭଲ ପାଇବା ଦିଅ। ମୋତେ ବହୁତ୍ ଭଲ ପାଇବାର ଆବଶ୍ୟକତା ଥିଲା ।

ସେ ନିକଟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସହିତ କିଛି ହୁଏ,ତେବେ ତାଙ୍କ ପରିବାର ଦାୟୀ ରହିବେ। ସେ ମାନସିକ ନିର୍ଯାତନା ବିଷୟରେ ମଧ୍ୟ କହିଥିଲେ । ଏହି ଭିଡିଓ ପରେ,ଅନୁରାଗ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଖବର ଏବେ ସାମ୍ନାକୁ ଆସିଛି। ଭାରତର ସବୁଠାରୁ ପରିଚିତ ମୋଟୋ ବ୍ଲଗରମାନଙ୍କ ମଧ୍ୟରୁ ଜଣେ ଏବଂ ବିଗ୍ ବସ୍ ରିୟାଲିଟି ଶୋରେ ପ୍ରତିଯୋଗୀ ମଧ୍ୟ ଥିଲେ। ଘଟଣାର କାରଣ ଅନ୍ୟ ଜାତିରେ ଥିବା ତାଙ୍କର ପ୍ରେମିକାକୁ ବିବାହ କରିଥିଲେ। ଆଉ ଯେଉଁଥିପାଇଁ ପରିବାର ଲୋକ ତାଙ୍କୁ ନିର୍ଯାତନା ଦେଉଥିଲେ । ନିକଟରେ ସେ କରିଥିବା ଏକ ଭିଡିଓ ପୋଷ୍ଟ କରିଥିଲେ ସେ କହିଥିଲେ, ଗତ କିଛି ମାସ ମଧ୍ୟରେ ତାଙ୍କ ଜୀବନ ଏତେ ଡ୍ରାମା ଚାଲିଛି ଯେ ଲାଗୁଛି ଯେପରି ମୋ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଗଲାଣି ଯାହା ସେ କବେବି ଭାବି ନଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored