ଅନୁଷ୍କା ତାଙ୍କ ୩୭ତମ ଜନ୍ମଦିନରେ କୋହଲିଙ୍କ ସହ ଥ୍ରୋ ବ୍ୟାକ ଫଟୋ ଶେୟାର କଲେ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ୩୭ ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ସ୍ବତନ୍ତ୍ର ଦିନକୁ ସେ ତାଙ୍କ ସ୍ବାମୀ ବିରାଟ କୋହଲି ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ପାଳନ କରିଛନ୍ତି। ବାର୍ଥଡେ ଦିନ ଉଭୟଙ୍କ କ୍ଲୋଜ ଫ୍ରେଣ୍ଡସ ମାନେ ମଧ୍ୟ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଅଭିନେତ୍ରୀ ତାଙ୍କର କିଛି ଅନସିନ ଥ୍ରୋ ବ୍ୟାକ ଫଟୋ ଶେୟାର କରିଛନ୍ତି। ଏଥିରେ ଅନୁଷ୍କା ସ୍ବାମୀ କୋହଲିଙ୍କ ବ୍ୟତୀତ ସିଙ୍ଗର ନୀତି ମୋହନଙ୍କ ପରିବାରକୁ ଫଟୋରେ ଦେଖିବାକୁ ମିଳୁଛି। ଏହି ଫଟୋ ନୀତି ମୋହନ ତାଙ୍କ ଇନଷ୍ଟା ଷ୍ଟୋରୀରେ ଶେୟାର କରିଛନ୍ତି। ଏହି ଫଟୋ ହେଉଛି ଅନୁଷ୍କାଙ୍କ ଝିଅ ଭାମିକାର ବାର୍ଥ ଡେ ପାର୍ଟି ଫଟୋ। ଏହି ପୁରୁଣା ଫଟୋ ଶେୟାର କରି ନୀତି ମୋହନ ଅନୁଷ୍କାଙ୍କ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି।
ଫଟୋରେ ନୀତିଙ୍କ ସ୍ବାମୀ ନିହାର ପାଣ୍ଡ୍ୟା ଏବଂ ତାଙ୍କୁ କୁନି ପୁଅ ମଧ୍ୟ ରହିଛି। ସମସ୍ତେ କ୍ୟାମେରାରେ ଖୁସିରେ ପୋଜ ଦେବା ନଜର ଆସିଛନ୍ତି। ଏହି ଖୁସିର ମୁହୂର୍ତ୍ତରେ ବିରାଟ-ଅନୁଷ୍କା ଦୁହେଁ ହ୍ବାଇଟରେ ଟ୍ବିନିଙ୍ଗ କରିଛନ୍ତି। ବଳିଉଡରେ ସବୁଠୁ ବେଷ୍ଟ କପଲ ବୋଲି ସମସ୍ତେ କୁହନ୍ତି ଆଉ ସମସ୍ତେ ଉଭୟଙ୍କୁ ଆଇଡଲ ବୋଲି ମାନନ୍ତି। ନିଜ ଲେଡିଲଭ ଜନ୍ମଦିନରେ କୋହଲି ତାଙ୍କ ଉପରେ ସବୁ ଭଲପାଇବା ଅଜାଡ଼ି ଦେଇଛନ୍ତି। ଆଉ ଇନଷ୍ଟାରେ ଏକ ସ୍ପେଶାଲ ପୋଷ୍ଟ ଶେୟାର କରିଛନ୍ତି। ବିରାଟ ଅନୁଷ୍କାଙ୍କୁ କହିଛନ୍ତି ମୋର ପ୍ରଥମେ ସେ ଭଲ ବନ୍ଧୁ, ଜୀବନସାଥୀ, ଜଣେ ଭଲ ପତ୍ନୀ କହି ବାର୍ଥଡେ ଓ୍ବିଶ କରିଛନ୍ତି। ବିରାଟ-ଅନୁଷ୍କା ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।